Home କେନ୍ଦ୍ରାପଡ଼ା ପୈାରାଂଚଳର ୩ଟି ୱାର୍ଡ ପରିଦର୍ଶନ କଲେ ଜିଲ୍ଲାପାଳ

ପୈାରାଂଚଳର ୩ଟି ୱାର୍ଡ ପରିଦର୍ଶନ କଲେ ଜିଲ୍ଲାପାଳ

29

କେନ୍ଦ୍ରାପଡା, ୧୭ା୩ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ ) : କେନ୍ଦ୍ରାପଡା ପୈାରାଂଚଳର ୩ଟି ୱାର୍ଡକୁ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଅମ୍ରୁତ ଋତୁରାଜ। ୭ନମ୍ବର ୱାର୍ଡରେ ମାଇକ୍ରୋ କମ୍ପୋଷ୍ଟିଙ୍ଗ କେନ୍ଦ୍ର ପରିଦର୍ଶନ କରିବା ସହିତ ପୂର୍ବରୁ ନିକିରେଇରେ ହେବାକୁ ସ୍ଥିର ହୋଇଥିବା ସେଫଟି ଟ୍ରିଟମେଂଟ ପ୍ଲାଂଟଟି ବର୍ତ୍ତମାନ ଏହି ୱାର୍ଡରେ ନିର୍ମାଣ କରାଯିବାକୁ ଜିଲ୍ଲାପାଳ ପୈାରନିର୍ବାହୀ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏଥିସହିତ ପୈାରାଚଂଳର ୧, ୨ ଓ ୭ନମ୍ବର ୱାର୍ଡ ପରିଦର୍ଶନ କରି ସେହି ଅଂଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଅନୁଧ୍ୟାନ କରିବା ସହିତ ସେହିସବୁ ଅଂଚଳରେ ଥିବା ପ୍ରାଥମିକ ସ୍କୁଲ ଗୁଡିକର ପରିସରରେ ପର୍ଯ୍ୟାୟକ୍ରମେ (ପିବର ବ୍ଲକ) ବିଛାଯାଇ ସୈାନ୍ଦର୍ଯ୍ୟକରଣ କରାଯିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ମାର୍ଚ୍ଚମାସ ଶେଷ ସୁଦ୍ଧା ଏସବୁ କାର୍ଯ୍ୟ କରାଯିବାକୁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଶ୍ରୀ ଋତୁରାଜଙ୍କ ଏହି ପରିଦର୍ଶନ ସମୟରେ ଉପ ଜିଲ୍ଲାପାଳ ନିରଞ୍ଜନ ବେହେରା, ପୈାର ନିର୍ବାହୀ ଅଧରକାରୀ ଦେବ ପ୍ରସାଦ ବଳ ଓ ପୈାରସଂସ୍ଥାର ଯନ୍ତ୍ରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.