Home ଜିଲ୍ଲା ପରିକ୍ରମା ପୂର୍ବ ଶତ୍ରୁତାର କରୁଣ ପରିଣତି , ଗୋରୁ ପୋଡି ଘଟଣାକୁ ନେଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ...

ପୂର୍ବ ଶତ୍ରୁତାର କରୁଣ ପରିଣତି , ଗୋରୁ ପୋଡି ଘଟଣାକୁ ନେଇ ମୁଖ୍ୟ ଅଭିଯୁକ୍ତଙ୍କ ଗିରଫ ଦାବିରେ ଗୋ ସୁରକ୍ଷା ସମିତି ଏସ୍‌ପିଙ୍କୁ ଭେଟିଲା

11

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜନୈକ ପୋଷ୍ଟମାଷ୍ଟରଙ୍କ ପୁତ୍ର ଏକ ଗାଈ ଉପରେ କିରୋସିନି ଢାଳି ନିଆଁ ଲଗାଇଦେବା ଭଳି ଅମାନୁଷିକ କାଣ୍ଡ ବିରୁଦ୍ଧରେ ଆଜି ଭଦ୍ରକ ଗୋ ସୁରକ୍ଷା ସମିତି ପକ୍ଷରୁ ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏବଂ ଏହି ଘଟଣାକୁ ସମିତି ପକ୍ଷରୁ ତୀବ୍ର ନିନ୍ଦା କରାଯିବା ସହ ଫେରାର ଥିବା ମୁଖ୍ୟ ଅଭିଯୁକ୍ତ ସଂପୃକ୍ତ ପୋଷ୍ଟମାଷ୍ଟରଙ୍କ ଯୁଗଳ କିଶୋର ପଣ୍ଡାଙ୍କୁ ତୁରନ୍ତ ଗିରଫ କରାଯାଇ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି । ସମିତି ପକ୍ଷରୁ ସ୍ୱାଧୀନ ସୁନ୍ଦର ଦାସ, ପ୍ରକାଶ ସ୍ୱାଇଁ, ହେମନ୍ତ ବୈଶାଖ, ଚନ୍ଦନ ଦାସ, ଅପୂର୍ବ ବେହେରା ପ୍ରମୁଖ ଜିଲା ଆରକ୍ଷୀ ଅଧିକ୍ଷକଙ୍କୁ ଦେଇଥିବା ଅଭିଯୋଗ ପତ୍ର ମୂଳେ ଚାନ୍ଦବାଲି ବ୍ଲକ୍ ମହୁଲିଆ ପଂଚାୟତର ଚନ୍ଦପୁର ଗ୍ରାମନିବାସୀ ପୋଷ୍ଟମାଷ୍ଟର ଯୁଗଳ କିଶୋର ପଣ୍ଡା ପାଣି ପାଇପ୍ ବିଛାଇବାକୁ ନେଇ ଗ୍ରାମବାସୀଙ୍କ ସହ ବଚସା ହୋଇଥିଲା । ଏହି ଗଣ୍ଡଗୋଳରେ ଜନୈକ ଗ୍ରାମବାସୀ କୈଳାଶ ମଲ୍ଲିକଙ୍କ ଏକ ଗୃହପାଳିତ ଗାଈ ପୋଷ୍ଟମାଷ୍ଟର ଶ୍ରୀ ପଣ୍ଡାଙ୍କ ବାଡିରେ ପଶିଯିବାରୁ ତାଙ୍କ ପୁତ୍ର ସୁଜିତ୍ ଉଦ୍ଦେଶ୍ୟ ମୂଳକ ଭାବେ ଉତ୍‌କ୍ଷିପ୍ତ ହୋଇ ଉକ୍ତ ଗାଇ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲା । ଏହାଫଳରେ ପାଟି ଖୋଲୁନଥିବା ନିଷ୍ପାପ ପଶୁଟିର ୯୦ ଭାଗ ଶରୀର ପୋଡି ସେ ଗୁରୁତର ହୋଇପଡିଥିଲା । ଏହି ଘଟଣାରେ ଚାନ୍ଦବାଲି ଥାନା ଅଧିକାରୀ ସଂପୃକ୍ତ କୈଳାଶଙ୍କୁ ଗିରଫ କରିଥିବାବେଳେ ଏହି ଘଟଣାରେ ଜଡିତ ମୁଖ୍ୟ ଅଭିଯୁକ୍ତ ତାଙ୍କ ପିତା ଏପର୍ଯ୍ୟନ୍ତ ଫେରାର ରହିଛନ୍ତି । ଏଣୁ ଉକ୍ତ ଗୋରୁ ପୋଡି ଘଟଣାରେ ସଂପୃକ୍ତ ଥିବା ପୋଷ୍ଟମାଷ୍ଟର ଶ୍ରୀ ପଣ୍ଡା ନିଜ ପୁତ୍ରଙ୍କୁ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିବାରୁ ତାଙ୍କୁ ଚାକିରୀରୁ ନିଲମ୍ବିତ କରାଯିବା ସହ ତୁରନ୍ତ ଗିରଫ କରିବା ପାଇଁ ସମିତି ଦାବି କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.