Home ଜିଲ୍ଲା ପରିକ୍ରମା ସର୍ବଭାରତୀୟ ଧର୍ମଘଟକୁ ଭଦ୍ରକରେ ମିଳିଛି ସଫଳତା, ମିଳିତ କେନ୍ଦୀୟ ଟ୍ରେଡ୍ ୟୁନିୟନ୍ ଧର୍ମଘଟରେ ସାମିଲ

ସର୍ବଭାରତୀୟ ଧର୍ମଘଟକୁ ଭଦ୍ରକରେ ମିଳିଛି ସଫଳତା, ମିଳିତ କେନ୍ଦୀୟ ଟ୍ରେଡ୍ ୟୁନିୟନ୍ ଧର୍ମଘଟରେ ସାମିଲ

24

ଭଦ୍ରକ, ୨୬ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- କେନ୍ଦ୍ର ସରକାରଙ୍କର ଜନବିରୋଧୀ ନୀତି ଓ ଏକଛତ୍ରବାଦ ଶାସନ ବିରୋଧରେ ଆଜି ମିଳିତ କେନ୍ଦୀୟ ଶ୍ରମିକ ସଂଗଠନମାନେ ଭାରତବନ୍ଦ ଡାକରାରେ ସାମିଲ ହୋଇଥିଲେ । ଏହି ଧର୍ମଘଟରେ ଭଦ୍ରକ କଂଗ୍ରେସର ନେତୃବର୍ଗ ସାମିଲ ହୋଇ ସମର୍ଥନ ଜଣାଇଥିଲେ । ଏହି ଭାରତବନ୍ଦ ଧର୍ମଘଟରେ ମିଳିତ ମିଳିତ କେନ୍ଦୀୟ ଶ୍ରମିକ ସଂଗଠନ ପକ୍ଷରୁ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭଦ୍ରକ ସହରଠାରୁ ଆରମ୍ଭ କରି ଜିଲ୍ଲା ତମାମ୍ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ସହ ସମସ୍ତ ସରକାରୀ ବେସରକାରୀ ପ୍ରତିଷ୍ଠାନ ଏବଂ ଗାଡିି ମୋଟର ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଥିଲା । ସର୍ବଭାରତୀୟ ଧର୍ମଘଟକୁ ଭଦ୍ରକରେ ଅହେତୁକ ସମର୍ଥନ ଓ ବିପୁଳ ସମର୍ଥନ ମିଳିଛି । ଯାହା ପ୍ରଭାବ ଜିଲ୍ଲାରେ ପରିଲକ୍ଷିତ ହୋଇଥିଲା ।ଏହି ଧର୍ମଘଟରେ ଭଦ୍ରକ ଜିଲ୍ଲାର ମିଳିତ ଶ୍ରମିକ ସଂଗଠନ ପକ୍ଷରୁ ଏଆଇସିସିଟିୟୁ, ସିଆଇଟିୟୁ, ଏଆଇଟିୟୁସି, ଏଆଇୟୁଟିୟୁସି, ଆଇଏନଟିୟୁସି, ଏଚଏମଏସ. ବ୍ୟାଙ୍କ ବୀମା,ଡାକ କର୍ମଚାରୀ ସଂଘ ,ବିଦ୍ୟୁତ୍ କର୍ମଚାରୀ ସଂଘର କର୍ମକର୍ତ୍ତାମାନେ ସହରରେ ବୁଲି ବୁଲି ପିକେଟିଙ୍ଗ୍ କରିବା ସହ ଜାତୀୟ ରାଜପଥ, ବ୍ୟବସାୟ ପ୍ରତିଷ୍ଠାନ,ସରକାରୀ ଦପ୍ତରକୁ ବନ୍ଦ କରିଥିଲେ । ଏହି ଧର୍ମଘଟରେ ନେତୃତ୍ୱ ନେଇଥିଲେ ଶ୍ରମିକ ନେତା ଦିବ୍ୟସଂହ ନାୟକ,ରାଧା ଦାସ,ସମର ବଳ ଜୟନ୍ତୀ ବିଶ୍ୱାଳ,ବିମ୍ବାଧର ବାରିକ୍‌, ରମେଶ ନାୟକ, ସୁବ୍ରତ୍ ଦାସ, ନଳିନୀ ମହାନ୍ତି, ପ୍ରକାଶଜ୍ୟୋତି ମହାକୁଡ, ରାମଚନ୍ଦ୍ର ଶଙ୍ଖୁଆ ପ୍ରମୁଖ ବିଭିନ୍ନ ସଂଗଠନ କର୍ମକର୍ତ୍ତା ଯୋଗଦେଇଥିଲେ । ଦଶଦଫା ଦାବୀକୁ ନେଇ ମିଳିତ ଶ୍ରମିକ ସଂଗଠନ ଆଜି ଦେଶବ୍ୟାପୀ ହରତାଳ ଓ ଧର୍ମର୍ଘଟ କରାଯାଇଥିଲା । ଶ୍ରମ ବିରୋଧୀ ଶ୍ରମ କୋର୍ଡକୁ ପ୍ରତ୍ୟାହାର କର,କୃଷକ ବିରୋଧି କୃଷକ ଆଇନ୍‌କୁ ପ୍ରତ୍ୟାହାର କର, ଆୟକର ଦେଉ ନଥିବା ସମସ୍ତ ଗରବ ପରିବାରକୁ ମାସିକ ସାତ ହଜାର ୫ଶହଟଙ୍କା ଓ ୧୦କିଲୋ ଚାଉଳ ଯୋଗାଇ ଦେବା, ଗ୍ରାମାଞ୍ଚଳରେ ମନେରଗା ଶ୍ରମିକଙ୍କୁ ୨ଶହ ଦିନର କାମ ଓ ୫ଶହ ଟଙ୍କାର ମଜୁରୀ ଏବଂ ସହରାଞ୍ଚଳରେ ଶ୍ରମଜୀବିଙ୍କ ଲାଗି ରୋଜଗାର ବ୍ୟବସ୍ଥା କରିବା, କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀ ଓ ପ୍ରେନ୍‌ସନ ମହଙ୍ଗା ଭତ୍ତା ପ୍ରଦାନ କ୍ଷେତ୍ରରେ ଥିବା କଟକଣାକୁ ଉଠାଇବା,ବ୍ୟାଙ୍କ, ବୀମା ଓ ରାଷ୍ଟ୍ରାୟତ ଉଦ୍ୟୋଗକୁ ଘରୋଇ କରଣ କରିବା ବନ୍ଦ କରିବା, ପ୍ରବାଶୀ ଶ୍ରମିକଙ୍କ ଲାଗି ଉପଯୁକ୍ତ ଆଇନ୍ ସହିତ ରୋଜଗାର ବ୍ୟବସ୍ଥା କରିବା, ନିର୍ମାଣ ଶ୍ରମିକମାନଙ୍କୁ କରୋନା ସହାୟତା ତୁରନ୍ତ ପ୍ରଦାନ, ନବୀକରଣ ଓ ତୁରନ୍ତ ପଞ୍ଜିକରଣ କରିବା,ସ୍କିମ୍ ୱାକରମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ ସହ ସାମାଜିକ ସୁରକ୍ଷା ବ୍ୟବସ୍ଥା କରିବା ସହିତ ସେହିପରି କୃଷି କ୍ଷେତ୍ରରୁ କର୍ପୋରେଟ୍ ହଟାଇବା, କୃଷକ ସର୍ବନାଶକାରୀ କୃଷିନାଶକାରୀ କୃଷି ଆଇନ୍‌୍ ୨୦୨୦କୁ ରଦ୍ଦ କର,କୃଷକକୁ ଜମିର ଆଧିକାର ଦିଅ, କଣ୍ଟକ୍ ଫାର୍ମିଙ୍ଗ ବନ୍ଦ କର, କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଦିଅ. ପ୍ରାଇଭେଟ୍ ମଣ୍ଡି ବ୍ୟବସ୍ଥା ହଟାଓ,ଅତ୍ୟାବଶ୍ୟାକ ସାମଗ୍ରୀ ସଂଶୋଧନ ଆଇନ୍ ୨୦୨୦ ରଦ୍ଦ କର,କୃଷକମାନଙ୍କୁ ଏକକାଳୀନ ଋଣମୁକ୍ତ କର ପ୍ରମୁଖ ଦାବୀ ଉପରେ ବକ୍ତାମାନେ ଶ୍ରମିକ ବିରୋଧୀ ଓ କୃଷକ ବିରୋଧି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସୁମତି ମହାନ୍ତି,ପୂର୍ଣ୍ଣଚନ୍ଦ୍ର ଦାସ, ଗୟାଧର ସେଣ,କିଶୋର ଜେନା, ପ୍ରତାପ ପଟ୍ଟନାୟକ,କାଳନ୍ଦୀ ପାତ୍ର,ବ୍ୟାଙ୍କ ନେତା ଜଗନ୍ନାଥ ରାଉତ୍‌, ଅଭିରାମ ବଳ, ଶାନ୍ତି ନାୟକ,ଜଗନ୍ନାଥ ବେହେରା , ଚିତରଂଜନ ବେହେରା,ସେବତୀ ଓଝା,ସଂଜୀବ କୁମାର ଭଞ୍ଜ, ପ୍ରଫୁଲ୍ଲ ସାହୁ,ଚନ୍ଦନ ପରିଡା,କିଶୋର ଜେନା, ଶିବ ମହାନ୍ତି ଦୀଲ୍ଲିପ ମହାନ୍ତି, ଗଦାଧର ବାରିକ୍‌, ଅଭିମନ୍ୟୁ ବାରିକ୍‌,ଅଜମଲ୍ ହୁସେନ୍‌, ଏସକେ କମର, ଏସକେ କାଲୁ,ବାବୁ ଖାନ୍‌, ମଦନମୋହନ ଘଡେଇ, ବିନୋଦ ସାହୁ,ପ୍ରଭାତି ଜେନା,ସୁମତି ନାୟକ, ଶିଖା ମହାପାତ୍ର, ନବ ବେହେରା,ସୀତା ଦାସ, ସତାର୍‌ର୍ଦ୍ଦିନ୍‌.ଗାୟତ୍ରିୀ ବେହେରା,ବିଜୟ ଗାହଣ,ଜଗନ୍ନାଥ ନାୟକ,ଉତ୍ତମ ପାତ୍ର, ରମାକାନ୍ତ ଦାସ, ଦୟାନିଧି ମାଝୀ ପ୍ରମୁଖ ଧର୍ମଘଟରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.