Home କୋରାପୁଟ ପୂର୍ବତନ ମେଡିକାଲ କଲେଜ ଅଧୀକ୍ଷକଙ୍କ ଅବସର ଗ୍ରହଣ

ପୂର୍ବତନ ମେଡିକାଲ କଲେଜ ଅଧୀକ୍ଷକଙ୍କ ଅବସର ଗ୍ରହଣ

182

କୋରାପୁଟ ୦୨-୦୫-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)) କୋରାପୁଟ ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ଅଧୀକ୍ଷକ ପ୍ରଫେସର ଡା.କ୍ଷେତ୍ରବାସୀ ସୁବୁଦ୍ଧି ଏପ୍ରିଲ ୩୦ରେ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ମେଡିକାଲ କଲେଜ ଅଡିଟେରିଅମରେ କଲେଜ ଡିନ ତଥା ଅଧ୍ୟକ୍ଷ ପ୍ରଫେସର କୃଷ୍ନ ଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଦାୟ ସଭାରେ ପୂର୍ବତନ ଅଧୀକ୍ଷକ ପ୍ରଫେସର ସୀତାରାମ ମହାପାତ୍ର, କଲେଜର ଭେଷଜ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇ ପ୍ରଫେସର ସୁବୁଦ୍ଧିଙ୍କ କର୍ମମୟ ଜୀବନ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ମେଡିକାଲ୍ କଲେଜର ସମସ୍ତ ପ୍ରଧ୍ୟାପକ, ସହ-ପ୍ରଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସେହିପରି ଏପ୍ରିଲ୍୩୦ରେ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ କୋରାପୁଟ ଡିଭିଜନର ସହକାରୀ ନିର୍ବାହି ଯଂନ୍ତ୍ରୀ ଇଂ.ବସନ୍ତ କୁମାର ଦାଶ ମଧ୍ୟ ସରକାରୀ ଚାକିରୀରୁ ଅବସର ନେଇଛନ୍ତି। ଡିଭିଜନ୍ ଅଫିସରେ ନିର୍ବାହି ଯଂନ୍ତ୍ରୀ ଇଂ.କିଶୋର ଚନ୍ଦ୍ର ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଶ୍ରୀ ଦାଶଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.