Home ଜିଲ୍ଲା ପରିକ୍ରମା ପୂର୍ବତନ ପୋଷ୍ଟାଲ ଆସିଷ୍ଟାଂଟ ସୁପରିଟେଣ୍ଡେଂଟଙ୍କ ପରଲୋକ

ପୂର୍ବତନ ପୋଷ୍ଟାଲ ଆସିଷ୍ଟାଂଟ ସୁପରିଟେଣ୍ଡେଂଟଙ୍କ ପରଲୋକ

16

ଭଦ୍ରକ, ୧୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୌଲତପୁର ପଂଚାୟତ ଅଧୀନ ଅର୍ଜୁନବିନ୍ଧା ଗ୍ରାମର ଗଙ୍ଗାଧର ବିଶ୍ୱାଳ (୮୪)ଙ୍କର ଶୁକ୍ରବାର ସକାଳେ ପରଲୋକ ହୋଇଯାଇଛି। ସେ ଗତ କିଛିଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ଥିଲେ। ସେ ପ୍ରଥମେ ପୀରହାଟ ସବ୍‌ପୋଷ୍ଟ ଅଫିସ୍‌ରେ ହେଡ଼ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟକରି ସୁନ୍ଦରଗଡ଼ ଜିଲା ମୁଖ୍ୟ ପୋଷ୍ଟ ଅଫିସ୍‌ର ଅସିଷ୍ଟାଂଟ ସୁପରିଟେଣ୍ଡେଂଟଣ୍ଟ ଭାବେ କାର୍ଯ୍ୟକରୀ ଅବସର ନେଇଥିଲେ। ସେ ଜଣେ ଶାନ୍ତ ସରଳ, ପରୋପକାରୀ, ମେଳାପୀ, କର୍ତବ୍ୟନିଷ୍ଠ ବ୍ୟକ୍ତିଭାବେ ପରିଚିତ ଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ସୁଦର୍ଶନ ବିଶ୍ୱାଳ, ସୁରେଶ ବିଶ୍ୱାଳ, ସୁବାସ ବିଶ୍ୱାଳ, ଜ୍ୱାଇଁ ଜିତେନ୍ଦ୍ର ନାୟକ, ଅମୂଲ୍ୟ ରାଉତ, ବୋହୂ ପ୍ରଭାତୀ ବଳ, ମିନାକ୍ଷୀ ବିଶ୍ୱାଳ, ମିଲୁରାଣୀ ବିଶ୍ୱାଳ, ଝରଣା ବିଶ୍ୱାଳ ପ୍ରମୁଖଙ୍କ ସମେତ ବନ୍ଧୁବାନ୍ଧବ, ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ଖବର ପାଇଁ ପଂଚାୟତର ବହୁ ମାନ୍ୟଗଣ୍ୟବକ୍ତି ଓ ରାଜନେତାମାନେ ତାଙ୍କ ବାସଭବନକୁ ଯାଇ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.