Home ଓଡ଼ିଶା ପୁଲିସ ହାଜରରେ ଗଳାକାଟି ଅତ୍ମହତ୍ୟା ଉଦ୍ୟମ

ପୁଲିସ ହାଜରରେ ଗଳାକାଟି ଅତ୍ମହତ୍ୟା ଉଦ୍ୟମ

32

ପୁରୀ, ୧୫ା୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ତାଳବଣିଆ ପୁଲିସ ହାଜତରେ ଥିବା ଅଭିଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଥିଲା। ପୂର୍ଣ୍ଣକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ କୋର୍ଟ ଚାଲାଣ କରାଯାଇଛି। ପୁଲିସ ସୁତ୍ରରୁ ପ୍ରକାଶ, ଗତକାଲି ରାତିରେ ତାଳବଣିଆ ଥାନା ପୁଲିସ ଡ଼କାୟତି ଯୋଜନାକରୁଥିବା ଏକ ୫ଜଣିଆ ଗ୍ୟାଙ୍ଗକୁ ଧରିଥିଲେ। ଅଭିଯୁକ୍ତମାନଙ୍କୁ ପୁଲିସ ହାଜତରେ ରଖାଯାଇଥିଲା। ପୁଲିସ ହାଜତରେ ଥିବାବେଳେ ପୂର୍ଣ୍ଣ ହାଜତ ଭିତରେ ମସାଧୁଆଁ ଦେବା ପାଇଁ ଥିବା ଷ୍ଟାଣ୍ଡରେ ନିଜ ବେକ ଓ ବାମ ହାତକୁ କାଟି ଦେଇଥିଲା। ଚିକତ୍ସା ଲାଗି ତାକୁ ତୁରନ୍ତ ସଦର ମୁଖ୍ୟଚିକିତ୍ସାଳୟକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ପୁଣି ସେ ପୁଲିସ ହେପାଜତକୁ ଫେରିଥିଲା। ପୂର୍ବରୁ ଅଭିଯୁକ୍ତ ପୂର୍ଣ୍ଣ ନାମରେ ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡ଼କାୟତି ଭଳି ୧୩ ଟି ମାମଲା ରହିଛି। ଆଜି ଅନ୍ୟ ଅଭିଯୁକ୍ତମାନଙ୍କ ସହିତ ଡ଼କାୟତି ଉଦ୍ୟମ ମାମଲାରେ ପୂର୍ଣ୍ଣକୁ କୋର୍ଟ ଚାଲାଣ କରାଯାଇଥିବାବେଳେ ହାଜତ ମଧ୍ୟରେ ଅତ୍ମହତ୍ୟା ଉଦ୍ୟମ କରିଥିବା ସମ୍ପର୍କିତ ଅନ୍ୟ ଏକ ମାମଲା ମଧ୍ୟ ତାନାମରେ ରୁଜୁ କରାଯାଇଛି। ଅନ୍ୟତମ ଅଭିଯୁକ୍ତ ବାଦଲ ନାମରେ ୨ଟି, ଆବୁ ଓରଫ ସନ୍ତୋଷ ନାମରେ ଗୋଟିଏ, ବାବୁ ପ୍ରଧାନ ନାମରେ ୯ଟି ଓ ସୁବାଷ ନାମରେ ୩୧ ମାମଲା ପୂର୍ବରୁ ରହିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.