Home Top News ପୁରୀରେ ଲଘୁଚାପ ବର୍ଷା : ଆଣ୍ଟୁଏ ପାଣିରେ ପୁରୀ ସହର

ପୁରୀରେ ଲଘୁଚାପ ବର୍ଷା : ଆଣ୍ଟୁଏ ପାଣିରେ ପୁରୀ ସହର

71

ପୁରୀ ୬-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଲଘୁଚାପ ଯୋଗୁଁ ପୁରୀ ସହରରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ଲାଗି ରହିତିଲା। ପ୍ରବଳ ବର୍ଷା ଯୋଗୁ ନାହିଁ ନ ଥିବା ଅବସ୍ଥା ସୃଷ୍ଟି ହୋଇଛି। ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ପାଣି ଚାଲିଛି। ଜୀବନ ଯାତ୍ରା ସମ୍ପୂର୍ଣ ଠପ ହୋଇ ଯାଇଛି। ପୁରୀର ତଳିଆ ଅଞ୍ଚଳ ବଳିଆ ପଣ୍ଡା ବସ୍ତି, ସୁଜାତା ନଗର, ପେଣ୍ଠ କଟା, ବାସେଳୀ ସାହିର ନୀଳଚକ୍ର ଲେନ ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ରହିଚି। ଲୋକଙ୍କ ଘରେ ପଶି ପଶିଯିବାରୁ ଲୋକମାନେ ନାହଁ ନଥିବା ଅବସ୍ଥା ଭୋଗୁଛନ୍ତି। ବଡ଼ଦାଣ୍ଡ ଓ ସମୁଦ୍ର କୂଳ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମିବାରୁ ପୁରୀ ସହର ବାସୀ, ପର୍ଯ୍ୟଟକ ଯିବା ଆସିବାରେ ପ୍ରବଳ ଅସୁବିଧା ଭୋଗିଛନ୍ତି। ବର୍ଷା ଦିନେ ଜଳ ନିଷ୍କାସନ ନେଇ ସବୁ ବ୍ୟବସ୍ଥା ହୋଇଥିବା ପୁରୀ ପୌର ପାଳିକା କହୁଥିବା ବେଳେ ପୁରୀର ଅବସ୍ଥା ଦେଖିଲେ ଜଣାପଡୁଛି କେତେ ପ୍ରସ୍ତୁତି କରିଥିଲା ପୁରୀ ପୌରପାଳିକା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.