Home Top News ବୃଦ୍ଧ ବାପାଙ୍କୁ ପୁଅ ବୋହୂ ମିଶି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଠେଙ୍ଗାରେ ପିଟିପିଟି ହତ୍ୟା କଲେ

ବୃଦ୍ଧ ବାପାଙ୍କୁ ପୁଅ ବୋହୂ ମିଶି ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଠେଙ୍ଗାରେ ପିଟିପିଟି ହତ୍ୟା କଲେ

127

କୋରାପୁଟ : ୭/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ଥାନା ଅଧିନସ୍ଥ ଉପର କୁଟୀଙ୍ଗା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବୃଦ୍ଧ ବାପାଙ୍କୁ ପୁଅ ଏବଂ ବୋହୂ ମିଶି ଗାଁ ଦାଣ୍ଡରେ ଥିବା ବିଜୁଳି ଖୁଣ୍ଟରେ ବାନ୍ଧି ଅମାନୁଷିକ ଭାବେ ମାରୁଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ଭିଡ଼ିଓ ଆମେ ଆଫଣଙ୍କୁ ଦେଖାଇ ପାରିବୁ ନାହିଁ। ଅତ୍ୟନ୍ତ ଦୁଃଖଦାୟକ। ତେବେ ପୁଅ ବୋହୂ ମିଶି ମାରୁଥିବା ସମୟରେ ବୃଦ୍ଧା ବାପା ଜଣକ ବନ୍ଧା ଯାଇଥିବା ବିଦ୍ୟୁତ ଖୁଣ୍ଟରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିବା ପରେ, ତରବର ହୋଇ ଶବକୁ ପୋଡ଼ିଦେଇଥିବା ଖବର ସୂତ୍ରରୁ ଜଣାପଡ଼ିଛି। କାହିଁକି ଏବଂ କ’ଣପାଇଁ ହତ୍ୟା କରାଗଲା ତାହା ଅସ୍ପଷ୍ଟ ରହିଛି। ଏଭଳି ଘୃଣ୍ୟ ଅତ୍ୟାଚାର ବିରୁଦ୍ଧରେ ଅର୍ଥାତ୍ ବୃଦ୍ଧା ବାପାଙ୍କୁ ବିଦ୍ୟୁତ ଖୁଣ୍ଟରେ ପୁଅ ବୋହୂ ଭୟଙ୍କରଭାବରେ ଠେଙ୍ଗାରେ ନିର୍ଦ୍ଧୁମ ମାଡ଼ମାରି ଚାଲୁଥିବା ବେଳେ ଗ୍ରାମର ପ୍ରତ୍ୟେକଦର୍ଶୀ ଜଣେ କେହି ପ୍ରତିବାଦ କରିନଥିଲେ। ତେବେ ଏଭଳି ଆଶ୍ଚର୍ଯ୍ୟ ଘଟଣା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

କୌଣସି ସୂତ୍ରରୁ ଖବର ପାଇ ଲକ୍ଷ୍ମୀପୁର ପୋଲିସ ଉପର କୁଟୀଙ୍ଗା ଗ୍ରାମରେ ପହଞ୍ଚି ଦୁଇ ଅଭିଯୁକ୍ତ ସ୍ୱାମୀ ସ୍ତ୍ରୀଙ୍କୁ ଥାନାପରିସରକୁ ଆଣି ଅଟକ ରଖି ତଥ୍ୟ ହାସଲ କରିବା ପାଇଁ ପଚରା ଉଚରା ଜାରି ରଖିଥିବା ଜଣାପଡ଼ିଛି।

ତେବେ ଏଭଳି ଅମାନୁଷିକ ଜଘନ୍ୟ ଘଟଣା ବିରୁଦ୍ଧରେ ପୋଲିସ୍ କେଉଁ ଆକ୍ସନ ନେଉଛି ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.