Home ଓଡ଼ିଶା ପୁଣି ଥରେ ଭାରତୀୟ କ୍ରିକେଟ ଟିମ୍ ର କୋଚ ହୋଇପାରନ୍ତି ରବି ଶାସ୍ତ୍ରୀ

ପୁଣି ଥରେ ଭାରତୀୟ କ୍ରିକେଟ ଟିମ୍ ର କୋଚ ହୋଇପାରନ୍ତି ରବି ଶାସ୍ତ୍ରୀ

156

ନୂଆଦିଲ୍ଲୀ,୦୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ରବି ଶାସ୍ତ୍ରୀ ପୁଣିଥରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ମୁଖ୍ୟ କୋଚ୍‌ ହେବାନେଇ ଆଶକା ଉଙ୍କି ମାରିଛି । ପ୍ରଶାସକ କମିଟି (ସିଓଏ) ଦ୍ୱାରା ନିଯୁକ୍ତ କ୍ରିକେଟ ପରାମର୍ଶ କମିଟି (ସିଏସି) ସ୍ପଷ୍ଟ କରି ଦେଇଛି ଯେ, କର୍ତ୍ତୃପକ୍ଷ ଏହି ପଦ ପାଇଁ କୌଣସି ବିଦେଶୀ କୋଚ ଚୟନ  କରିବାର ସପକ୍ଷରେ ନାହାଁନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଯାହା ଜଣାପଡୁଛି ରବି ଶାସ୍ତ୍ରୀଙ୍କୁ ପୁଣି ଥରେ ଟିମ୍‌ ଇଣ୍ଡିଆର କୋଚ୍‌ ପଦରେ ନିଯୁକ୍ତି କରାଯାଇପାରେ।

ସିଓଏ କୋଚ୍‌ ନିଯୁକ୍ତି ପାଇଁ ୩ ସଦସ୍ୟ ବିଶିଷ୍ଟ ସିଏସି ଗଠନ କରିଛି, ଯେଉଁଥିରେ କପିଳ ଦେବ, ଅଂଶୁମାନ ଗାୟକଓ୍ଵାଡ ଓ ଶାନ୍ତା ରଙ୍ଗସ୍ୱାମୀ ସାମିଲ ଅଛନ୍ତି। ଜାତୀୟ ଗଣମାଧ୍ୟମକୁ ସିଏସିର ଜଣେ ସଦସ୍ୟ କହିଛନ୍ତି, ଶାସ୍ତ୍ରୀଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.