Home ଓଡ଼ିଶା ପୁଣି ଗଞ୍ଜେଇ ଜବତ,୨ ଗିରଫ

ପୁଣି ଗଞ୍ଜେଇ ଜବତ,୨ ଗିରଫ

129

ଗଜପତି,୧୭/୦୯,(ଓଡ଼ିଆ ପୁଅ ପି ନାଏକ): ଗଜପତି ଜିଲ୍ଲା ଅନ୍ତର୍ଗତ ଅଡାପଙ୍କା ଗ୍ରାମ ନିକଟସ୍ଥ ହାଡୁପଦର ଛକଠାରୁ ୧୨୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ । ଗଞ୍ଜେଇ ଜବତ ସହ ୨ ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ଅଡବା ପୋଲିସର ପେଟ୍ରୋଲିଂ ବେଳେ ଗଜପତି ଜିଲ୍ଲା ଅନ୍ତର୍ଗତ ଅଡାପଙ୍କା ଗ୍ରାମ ନିକଟସ୍ଥ ହାଡୁପଦର ଛକରେ ଦୁଇ ଗଞ୍ଜେଇ ବେପାରିକୁ ଗିରଫ କରିଛି ପୋଲିସ । ଏହା ସହ ୧୨୦ କେଜି ଗଞ୍ଜେଇ ଜବତ କରିଛି ପୋଲିସ ।

ତେବେ ଗିରଫ ଦୁଇ ଅଭିଯୁକ୍ତ  ବିହାର ପ୍ରଦେଶର ବୈଶାଳୀ ଜିଲ୍ଲା ଅନ୍ତର୍ଗତ ରୋହନ ଥାନା ନିକଟ ମୋହାନଗର ଗ୍ରାମର ପପୁ ସାହ ଏବଂ ମୋହନା ଥାନା ଅନ୍ତର୍ଗତ ଚଡିଆପଦା ଗ୍ରାମର କାହ୍ନୁ ଚରଣ ମଲ୍ଲିକ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.