Home ଓଡ଼ିଶା ପାଣିରେ ବୁଡି ଦୁଇ ଭଉଣୀ ମୃତ

ପାଣିରେ ବୁଡି ଦୁଇ ଭଉଣୀ ମୃତ

1327

ଖଡିଆଳ/ନୂଆପଡା-୨୯.୦୫.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ)ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ସରଗାଦି ନିକଟ ନୂଆପଡ଼ା ଗାଁରେ ଗାଧୋଇବା ବେଳେ ଅଘଟଣ ଘଟିଛି। ଗାଧୋଇବା ସମୟରେ ପାଣିରେ ବୁଡି ଦୁଇ ଭଉଣୀ ମୃତ୍ୟୁ ବରଣ କରିଛନ୍ତି। ମୃତକ ଦୁଇ ଭଉଣି ହେଲେ ସୀତଲ ବଘେଲ(୨୦) ଓ ତନସୀ ବଘେଲ(୧୩)। ଏନେଇ ଖଡ଼ିଆଳ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଖଡ଼ିଆଳ ବ୍ଲକ ଅରେଡା ପଞ୍ଚାୟତ ମୋହରା ଗାଁର ସୁନ୍ଦର ବଘେଲଙ୍କ ପରିବାର ୧୫ ବର୍ଷରୁ ଉର୍ଦ୍ଧ ହେବ ଛତିଶଗଡ ରାଜ୍ୟ ରାୟପୁର ସହରରେ ରହି ଆସୁଛନ୍ତି। ଆଜି ସକାଳେ ସୁନ୍ଦର ତାଙ୍କତ ଦୁଇ ସୀତଲ ଓ ତନସୀ ସହିତ ଖଡ଼ିଆଳ ଥାନା ସରଗାଦି ପଞ୍ଚାୟତ ନୂଆପଡ଼ା ନିଜ ମାମୁଁ ଘରକୁ ଆସିଥିଲେ। ମଧ୍ୟାହ୍ନ ୧୧ଟାରେ ନିଜ ଆଈ ନରିଆଙ୍କ ସହ ଗାଁ ନିକଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ପୋଖରୀରେ ଗାଧୋଇବା ସମୟରେ ଦୁଇ ଭଉଣୀ ପାଣିକୁ ଖେଳି ଖେଳି ଭିତରକୁ ଚାଳି ଯାଇଥିଲେ। ଦୀର୍ଘ ବର୍ଷ ଧରି ରାୟପୁର ସହରରେ ରହୁଥିବାରୁ ଦୁଇ ଭଉଣୀ ପାଣି ପହଁରା ଜାଣିନଥିଲେ। ଫଳରେ ଗଭୀର ପାଣି ଭିତରେ ଦୁଇ ଭଉଣୀ ବୁଡି ଯାଇଥିଲେ। ଆଇ ଦୁଇ ଭଉଣୀକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ବି ବୟସ୍କ ବୃଦ୍ଧା ଜଣକ ପାଣି ଭିତରେ ବଞ୍ଚାଇ ପାରିନଥିଲେ। ଶେଷରେ ଆଈ ଚିତ୍କାର କରିବାରୁ ଆଖ ପାଖ ଲୋକେ ଧାଇଁ ଆସିଥିଲେ। ଖବର ପାଇଁ ପରିବାର ଲୋକେ ମଧ୍ୟ ଫୋଖରୀ ନିକଟରେ ପହଞ୍ଚି ଥିଲେ। ସମସ୍ତେ ମିଶି ଦୁଇ ଭଉଣୀକୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ଅଧା ଘଣ୍ଟା ପରେ ଦୁଇ ଭଉଣୀକୁ ପାଣି ଭିତରୁ ବାହାର କରିବାରେ ସଫଳ ହୋଇଥିଲେ। ସେହି ସମୟରେ ଦୁଇ ଭଉଣୀଙ୍କୁ ମୃତ୍ୟୁ ହୋଇ ସାରିଥିଲା। ଏନେଇ ଖଡ଼ିଆଳ ପୁଲିସକୁ ଖବର ଦେବାରୁ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲେ। ଅପରାହ୍ନରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏବେ ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ ଦୁଇ ଝିଅକୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.