Home ଓଡ଼ିଶା ପାଟଣା ବ୍ଲକରୁ କାଳିଆ ଟଙ୍କା ଫେରାଇବେ ୪୪୪ ଜଣ ହିତାଧିକାରୀ

ପାଟଣା ବ୍ଲକରୁ କାଳିଆ ଟଙ୍କା ଫେରାଇବେ ୪୪୪ ଜଣ ହିତାଧିକାରୀ

367

ପାଟଣା – ୨୪-୭ (ଓଡ଼ିଆ ପୁଅ/ସନ୍ତୋଷ ପତି) ନିର୍ବାଚନ ପୂର୍ବରୁ କାଳିଆ ଯୋଜନାରେ ମିଳିଥିବା ସହାୟତା ରାଶି ଫେରାଇବାକୁ ପଡ଼ିବ। ଅଯୋଗ୍ୟ ହିତାଧୀକାରୀଙ୍କୁ ଚିହ୍ନଟ କରି ଶୀଘ୍ର ଟଙ୍କା ଆଦାୟ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। କାଳିଆ ଟଙ୍କା ଆଦାୟ ନିର୍ଦ୍ଦେଶ ପାଇଲା ପରେ କୃଷି ବିଭାଗ କର୍ମଚାରୀ ତତ୍ପର ହୋଇ ପଡ଼ିଥିବା ବେଳେ କଳେ ବଳେ କୌଶଳରେ କାଳିଆ ଟଙ୍କା ହାତେଇଥିବା ଅଯୋଗ୍ୟ ହିତାଧୀକାରୀଙ୍କ ମୁଣ୍ଡରେ ଏବେ ଚଡ଼କ ପଡ଼ିଛି। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରେ ୪୪୪ ଜଣ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ କୋଭିଡ ୧୯ ମହାମାରୀ ଯୋଗୁଁ ଦେଶର ତଥା ରାଜ୍ୟର ଆର୍ଥିକ ସ୍ଥିତି ଶୋଚନୀୟ ଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି। ନିର୍ଦ୍ଦେଶ ଆସିଲା ପରେ ପାଟଣା ବ୍ଲକ ରେ ୪୪୪ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ନିକଟକୁ କାଳିଆ ଟଙ୍କା ଫେରସ୍ତ ପାଇଁ ନୋଟିସ ପଠାଯାଇଥିବା ପାଟଣା ବ୍ଲକ କୃଷି ଅଧିକାରୀ ପରେଶ୍ ଦାଶ ସୂଚନା ଦେଇଛନ୍ତି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏକାଉଣ୍ଟ୍ ନମ୍ବରରେ ଟଙ୍କା ଜମା କରିବାକୁ ନିବେଦନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.