Home ଜିଲ୍ଲା ପରିକ୍ରମା ପରିତ୍ୟକ୍ତ ଅବସ୍ଥାରେ ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ, ଯାତ୍ରୀ ହନ୍ତସନ୍ତ

ପରିତ୍ୟକ୍ତ ଅବସ୍ଥାରେ ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ, ଯାତ୍ରୀ ହନ୍ତସନ୍ତ

25

ବଲାଙ୍ଗୀର, ୩୧-୦୧ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) :ଅବ୍ୟବସ୍ଥା ଘେରରେ ବଲାଙ୍ଗୀର ଘରୋଇ ବସ ଷ୍ଟାଣ୍ଡ। ପ୍ରତିଦିନ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୧୫୦ରୁ ଊର୍ଦ୍ଧ୍ବ ବସ ଏଠାରୁ ଯାତାୟତ କରିଥାଏ। ହେଲେ ବସ ଷ୍ଟାଣ୍ଡର ସ୍ଥିତି ସଂଗୀନ। ବର୍ଷା ଦିନ ହେଉ କିମ୍ବା ଖରାଦିନ ଏଠାରୁ ପଚା ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ଏ ସହ କୁଢ଼ କୁଢ଼ ଅଳିଆ ଆବର୍ଜନା ବସ ଷ୍ଟାଣ୍ଡରେ ପଡି ରହିଛି। ଏଭଳି ପରିବେଶରେ ଯାତ୍ରୀମାନେ ବସ ଷ୍ଟାଣ୍ଡରୁ ଯାତାୟତ କରିଥାଆନ୍ତି। ସେପଟେ ନୂଆ ବସ ଟର୍ମିନାଲ ଅପେକ୍ଷାରେ ଯାତ୍ରୀମାନେ।

କରୋନା କଟକଣା ପରେ ବସ ଚଳାଚଳ ସ୍ବାଭାବିକ ହୋଇଛି। ଏଠାକାର ସ୍ଥିତି ବିପର୍ଯ୍ୟୟ ହୋଇପଡିଛି। ରାସ୍ତା ଘାଟ ଠାରୁ ଆରମ୍ଭ କରି ପ୍ରେକ୍ଷାଳୟ, ଶୌଚାଳୟ, ପରିଶ୍ରାଗାର ସବୁକିଛି ଭଙ୍ଗା ଦଦରା ଅବସ୍ଥାରେ ପଡି ରହିଛି। ବସରେ ଯିବା ଆସିବା କରୁଥିବା ଯାତ୍ରୀଙ୍କ ପାଇଁ ନାହିଁ ସୁବିଧା। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ସେପଟେ ନୂତନ ବସ ଟର୍ମିନାଲ ଦୀର୍ଘ ୫ ବର୍ଷ ଧରି ନିର୍ମାଣ ହେଉଥିବା ବେଳେ ତାହାର କାମ ଆଜି ପର୍ଯ୍ୟନ୍ତ ଶେଷ ହୋଇ ପରିନାହିଁ। ଯାହା ଫଳରେ ସହର ଭିତରେ ଟ୍ରାଫିକ ସମସ୍ୟା ଠାରୁ ଦୁର୍ଘଟଣା ସବୁବେଳେ ଦେଖିବାକୁ ମିଲୁଛି।

ଏପରି କି ବଲାଙ୍ଗୀର ବାସୀ ବର୍ଷ, ବର୍ଷ ଧରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସହର ଭିତରେ ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟୁଥିବା ବେଳେ ଦେଖା ଦେଇଛି ଟ୍ରାଫିକ ସମସ୍ୟା। ହେଲେ ନା ବସ ଟର୍ମିନାଲ କାମ ସଂପୂର୍ଣ୍ଣ ହେଉଛି ନା ସମସ୍ୟାର ସମାଧାନ ହେଉଛି। ତେବେ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ସହ ତୁରନ୍ତ ଲୋକଙ୍କ ସମସ୍ୟାର ସମାଧାନ ବାଟ କାଢିବା ପାଇଁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.