Home ଜିଲ୍ଲା ପରିକ୍ରମା ପଗଡ ଗ୍ରାମରେ ଅବସ୍ଥିତ ମାନବବାଦୀ କନ୍ୟାଶ୍ରମ ଓ ଡଗମୁଣ୍ଡ କୁଷ୍ଠ କଲୋନୀରେ କମ୍ବଳ ବଣ୍ଟନ

ପଗଡ ଗ୍ରାମରେ ଅବସ୍ଥିତ ମାନବବାଦୀ କନ୍ୟାଶ୍ରମ ଓ ଡଗମୁଣ୍ଡ କୁଷ୍ଠ କଲୋନୀରେ କମ୍ବଳ ବଣ୍ଟନ

8

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବ୍ଲକ ଚଣ୍ଡିଗାଁ ପଞ୍ଚାୟତ ପଗଡ ଗ୍ରାମଠାରେ ଥିବା ମାନବବାଦୀ କନ୍ୟାଶ୍ରମ ଏବଂ ରାନ୍ଦିଆ ଡଗମୁଣ୍ଡଠାରେ ଥିବା କୁଷ୍ଠ କଲୋନୀରେ ଇଫ୍‌କୋ କମ୍ପାନୀ ପକ୍ଷରୁ କମ୍ବଳ ବଣ୍ଟନ କରାଯାଇଛି । ସଭାପତି ଅକ୍ଷୟ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ସମ୍ପାଦକ ପୟ୍‌ଚାନନ କର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଅତିଥି ଭାବେ ମହାତ୍ମାଗାନ୍ଧୀ ବିଚାର ମଞ୍ଚର ସମ୍ପାଦକ ଶାନ୍ତନୁ ରାଉତ ଯୋଗ ଦେଇ ମାନବବାଦ୍ ଓ ପରୋପକାର ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଗାନ୍ଧୀ ବିଚାରମଞ୍ଚର ବୟୋଜ୍ୟେଷ୍ଠ ସଭ୍ୟ ପଦ୍ମନାଭ ପାଢୀ, କ୍ଷୀରୋଦ ଚନ୍ଦ୍ର ମିଶ୍ର ଏବଂ ଇଫ୍‌କୋ ଫର୍ଟିଲାଇଜର, ଭଦ୍ରକର ମ୍ୟାନେଜର ସୁଦର୍ଶନ ପଣ୍ଡା ବକ୍ତବ୍ୟ ରଖିଥିଲେ । ସଭା ଆରମ୍ଭରେ ରଂଜନ କୁମାର ସାହୁ ଭକ୍ତି ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ରକ୍ରମରେ ରାଜକୁମାର ଦାସ, ଦେବେନ୍ଦ୍ର କୁମାର ବେହେରା, ବ୍ରହ୍ମାକୁମାର ସୁଧାଂଶୁ ପାଢୀ ଅଂଶଗ୍ରହଣ କରିଥିଲେ । କନ୍ୟାଶ୍ରମର ବୟୋଜ୍ୟେଷ୍ଠ ସଭ୍ୟ କପିଳ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି କମ୍ପାନୀ ପକ୍ଷରୁ ଡଗମୁଣ୍ଡ କୁଷ୍ଠ କଲୋନୀରେ ମଧ୍ୟ କଲୋନୀବାସୀଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.