Home ଜିଲ୍ଲା ପରିକ୍ରମା କଂଗ୍ରେସର ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ସଭାପତି ଚୟନ

କଂଗ୍ରେସର ସାଙ୍ଗଠନିକ କାର୍ଯ୍ୟକ୍ରମ ଓ ସଭାପତି ଚୟନ

11

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ବ୍ଳକର ରହଣିଆ ପଞ୍ଚାୟତ ଅନ୍ତର୍ଗତ ନୌରଙ୍ଗପୁର ଗ୍ରାମରେ କଂଗ୍ରେସ ଦଳର ସାଙ୍ଗଠନିକ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତ ସ୍ତରୀୟ ଏହି ବୈଠକ ବ୍ଲକ କଂଗ୍ରେସ କମିଟି ସଭାପତି ରଜନୀକାନ୍ତ ଚନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସ, ବରିଷ୍ଠ କଂଗ୍ରେସ ନେତା ଗୋଲକ ଚନ୍ଦ୍ର ବେହେରା, ଯୁବ କଂଗ୍ରେସ ସଭାପତି ବିଜୟ ଶଙ୍କର ମହାନ୍ତି, ରଣଜିତ ସରପଞ୍ଚ ମନୋଜ ନାୟକ ପ୍ରମୁଖ ଯୋଗଦେଇ ଦଳର ଆଗାମୀ ପଞ୍ଚାୟତ ଓ ସମବାୟ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ଲୋକସମ୍ପର୍କ ଏବଂ ସାଙ୍‌ଗଠନିକ ଶକ୍ତି ବୃଦ୍ଧି କରିବାକୁ ଆହ୍ୱାନ ଦେଇଥିଲେ । ରହଣିଆ ପଞ୍ଚାୟତର ନୂତନ ସଭାପତି ଭାବେ ପ୍ରଶାନ୍ତ ରାଉତଙ୍କୁ ଦାଇତ୍ୱ ଅର୍ପଣ କରାଯାଇଥିଲା । ରହଣିଆ ସେବା ସମବାୟ ସମିତି ପୂର୍ବତନ ସଭାପତି ରଞ୍ଜନ କୁମାର ବେହୁରିଆ, ଶ୍ରିପତି ବିନ୍ଧାଣୀ, ନାରାୟଣ ଚନ୍ଦ୍ର ପରିଡା, କିଶୋର ସାମଲ, ଅଶୋକ ନାୟକ, ପ୍ରଦୀପ ସାମଲ, କମଳାକାନ୍ତ ରାଉତଙ୍କ ସମେତ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଛାମୁଆ କର୍ମୀମାନେ ବୈଠକରେ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.