Home ଓଡ଼ିଶା ନିର୍ଭୁଲ ଭୋଟ ଗଣନା ପାଇଁ ତାଲିମ ପ୍ରଦାନ

ନିର୍ଭୁଲ ଭୋଟ ଗଣନା ପାଇଁ ତାଲିମ ପ୍ରଦାନ

448

କୋରାପୁଟ ୧୫-୦୫ (ଓଡିଆ ପୁଅ/ରଂଜନ କୁମାର ଦାସ) ଆସନ୍ତା ୨୩ ତାରିଖରେ ସାଧାରଣ ନିର୍ବାଚନର ଭୋଟ ଗଣନା ହେବାକୁ ଥିବାବେଳେ ନିର୍ଭୁଲ ଭୋଟ ଗଣତି ପାଇଁ ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରା ଯାଇଛି। ସ୍ଥାନୀୟ ସଦଭାବନା ସଭାଗୃହରେ ତାଲିମ କାର୍ଯ୍ୟକ୍ରମରେ ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁଜାତା ମିଶ୍ର ମାଷ୍ଟର ଟ୍ରେନର ଭାବେ ଯୋଗ ଦେଇ ରିଟର୍ଣ୍ଣିଂ ଅଫିସ. ଜିଲ୍ଲାର ସମସ୍ତ ତହସିଲଦାର ଓ ବିଡିଓ ଏବଂ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ତାଲିମ ପ୍ରଦାନ କରିଛନ୍ତି। ପ୍ରତି ବିଧାନ ସଭା ନିର୍ବାଚନ ମଣ୍ଡଳୀ ନିମନ୍ତେ ୯ ଓ ଲୋକସଭା ପାଇଁ ୯ଟି ଟେବୁଲ କରା ଯାଇ ଗଣତି ହେବ ବୋଲି ଜଣା ପଡିଛି। କୋରାପୁଟ ସରକାରୀ ମହାବିଦ୍ୟାଳୟରେ ପଟ୍ଟାଙ୍ଗି, ଲକ୍ଷ୍ମୀପୁର ଓ କୋରାପୁଟ ବିଧାନସଭା ନିମନ୍ତେ ୨୭ ଓ କୋରାପୁଟ ଲୋକସଭା ନିମନ୍ତେ ୨୭ଟି ମୋଟ ୫୪ଟି ଟେବୁଲରେ ଭୋଟ ଗଣତି ହେବ। ସେହିପରି ଜୟପୁର ବିକ୍ରମ ଦେବ ମହାବିଦ୍ୟାଳୟରେ କୋଟପାଡ ଓ ଜୟପୁର ନିର୍ବାଚନ ମଣ୍ଡଳୀର ଭୋଟ ଗଣତି କରା ଯିବ। ଆଜିର ତାଲିମ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ, କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର, ଜୟପୁର ଉପ-ଜିଲାପାଳ ଲୋକନାଥ ଦଳବେହେରା, ଡିପିଏମୟୁର ଉପ-ନିର୍ଦ୍ଦେଶକ ଲକ୍ଷ୍ମିଧର ବିଶ୍ୱାଲ, କୋରାପୁଟ ଓ ଜୟପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ, ଜିଲାର ସମସ୍ତ ବିଡିଓ, ତହସିଲଦାର, ପୌର ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ। ଆସନ୍ତାକାଲି କୋରାପୁଟ ସରକାରୀ ହାଇସ୍କୁଲଠାରେ ମାଇକ୍ରୋ ପର୍ଯ୍ୟବକ୍ଷେକ,  କାଉଟିଂ ସୁଭରଭାଇଜର ଓ କାଉଟିଂ ସହାୟକ ସୁଦାୟ ୨୧୦ ଜଣଙ୍କୁ ନିର୍ବାଚନ ଗଣତି ସଂପର୍କରେ ତାଲିମ ପ୍ରଦାନ କରାଯିବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.