Home ଉପ ନିର୍ବାଚନ ନିଜର ସ୍ୱାଭିମାନ ରକ୍ଷା ପାଇଁ ବିଜେପି ଛାଡ଼ିଲେ ଯଯାତି

ନିଜର ସ୍ୱାଭିମାନ ରକ୍ଷା ପାଇଁ ବିଜେପି ଛାଡ଼ିଲେ ଯଯାତି

66

ବାଲେଶ୍ୱର, ୧୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ତାଙ୍କ ପ୍ରତି ଦଳୀୟ କର୍ମକର୍ତ୍ତାଙ୍କ ଅବହେଳାକୁ ଦାୟୀ କରି ବିଜେପିର ବରିଷ୍ଠ ନେତା ଯଯାତି ଦାସଙ୍କ ସମେତ ପ୍ରଦୀପ ପତି ଓ ମୃତ୍ୟୁଞ୍ଜୟ ରାୟ ମହାପାତ୍ର ଆଜି ବିଜେପିରୁ ଇସ୍ତଫା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଅପରାହ୍ନରେ ଆୟୋଜିତ ଏକ ସମ୍ବାଦିକ ସମ୍ମିଳନୀରେ ଯୋଗଦେଇ ସେମାନେ ବିଜେପି କର୍ମକର୍ତ୍ତାଙ୍କର ବ୍ୟବହାର ଓ ଦଳରେ ସେମାନଙ୍କୁ କରାଯାଇଥିବା ଅବହେଳା ସମ୍ପର୍କରେ ପ୍ରକାଶ କରିଥିଲେ। ସାଂଗଠନିକ କାର୍ଯ୍ୟ ହେଉ କି ଅନ୍ୟାନ୍ୟ କ୍ଷେତ୍ର, ସବୁଠି ସେମାନଙ୍କୁ ପରୋକ୍ଷ ଭାବେ ବିରୋଧ କାଯାଉଥିଲା। ଏମିତିକି ଦଳରେ ତାଙ୍କର ସ୍ଥିତି କୋଣଠେସା ଭାବେ ରହିଥିବା ସେମାନେ ଆରୋପ କରିଥିଲେ। ତେବେ ଆଗକୁ ବାଲେଶ୍ୱର ସଦର ଉପ-ନିର୍ବାଚନ ଥିବା ବେଳେ ସେମାନେ ଅନ୍ୟ କେଉଁ ଦଳକୁ ଯିବେ କି ନାହିଁ, ସେ ବାବଦରେ ନିଷ୍ପତି ନେଇ ନଥିବା ସୂଚନା ଦେଇଛନ୍ତି। ନିଜର ସ୍ୱାଭିମାନ ରକ୍ଷା କରିବାକୁ ଯାଇ ସେମାନେ ବିଜେପି ଛାଡ଼ି ଦେଉଥିବା ସ୍ପଷ୍ଟ କରିଛନ୍ତି। ଆଗାମୀ ଦିନରେ ସେମାନଙ୍କର ଶତାଧିକ ଅନୁଗାମୀ ଓ ସହଯୋଗୀ ମଧ୍ୟ ଦଳ ପରିତ୍ୟାଗ କରିବେ ବୋଲି ଶ୍ରୀ ଦାସଙ୍କ ସମେତ ଶ୍ରୀ ପତି ଓ ଶ୍ରୀ ରାୟ ମହାପାତ୍ର କହିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.