Home ଓଡ଼ିଶା ଆମ୍ପାପୁରମ୍ ରୁଚି-ସୋୟା ଶିଳ୍ପାନୁଷ୍ଠାନର କୋଟିଏ ଟଙ୍କା ହଡ଼ପ ମାମଲା – ଆନ୍ଧ୍ର ପୁଲିସ ଦ୍ୱାରା ରେମୁଣାରୁ...

ଆମ୍ପାପୁରମ୍ ରୁଚି-ସୋୟା ଶିଳ୍ପାନୁଷ୍ଠାନର କୋଟିଏ ଟଙ୍କା ହଡ଼ପ ମାମଲା – ଆନ୍ଧ୍ର ପୁଲିସ ଦ୍ୱାରା ରେମୁଣାରୁ ଗିରଫ ଫେରାର ଅଭିଯୁକ୍ତ

66

ବାଲେଶ୍ୱର, ୧୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଆନ୍ଧ୍ର ପ୍ରଦେଶର ରୁଚି-ସୋୟା କମ୍ପାନିରୁ ହୋଇଥିବା କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ହଡ଼ପ ମାମଲାରେ ଫେରାର ଅଭିଯୁକ୍ତ ମୟୁରଭଂଜ ଜିଲ୍ଲା ଉଦଳା ଅଞ୍ଚଳର ସଂଜୟ କୁମାର ମହାନ୍ତିଙ୍କୁ ଆନ୍ଧ୍ର କ୍ରାଇମ ବ୍ରାଞ୍ଚ ପୁଲିସ ଗତକାଲି ରାତିରେ ରେମୁଣାରୁ ଗିରଫ କରିଛି। ଆନ୍ଧ୍ର ପୁଲିସଙ୍କ ଅଭିଯୋଗ ଅନୁସାରେ ଆନ୍ଧ୍ର ପ୍ରଦେଶର ଆମ୍ପାପୁରମସ୍ଥିତ ରୁଜି-ସୋୟା ପ୍ଲାଣ୍ଟରେ ଶ୍ରୀ ମହାନ୍ତି ସିନିୟର ପ୍ରୋଜେକ୍ଟ ମ୍ୟାନେଜର ଥିବା ବେଳେ ୨୦୧୫ ମସିହାରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ଘୋଟାଲା ହୋଇଥିଲା। ଶ୍ରୀ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଜାଲ ରେକର୍ଡ଼ ପ୍ରସ୍ତୁତ କରି ଏହି ଟଙ୍କା ଆତ୍ମସାତ୍ କରିଥିବା ନେଇ ଗତ ୨୦୧୫ ମସିହା ସେପ୍ଟେମ୍ବର ମାସ ୮ତାରିଖରେ ମାଙ୍ଗଲାଗିନ୍ ଥାନାରେ ଶିଳ୍ପାନୁଷ୍ଠାନ କର୍ତ୍ତୃପକ୍ଷ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୁଲିସ ପକ୍ଷରୁ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିଲା। ପରବର୍ତ୍ତୀ ସମୟରେ ଏହି ମାମଲାକୁ ଆନ୍ଧ୍ର ପ୍ରଦେଶର କ୍ରାଇମ ବ୍ରାଞ୍ଚ ପୁଲିସକୁ ହସ୍ତାନ୍ତର କରାଯାଇଥିଲା। କ୍ରାଇମ ବ୍ରାଞ୍ଚ ପୁଲିସ ତଦନ୍ତ କରିବା ସହ ଏହି ମାମଲାର ଦ୍ୱିତୀୟ ଅଭିଯୁକ୍ତ ଶ୍ରୀ ମହାନ୍ତିଙ୍କୁ ଗିରଫ ପାଇଁ ଚେଷ୍ଟା ଜାରି ରଖିଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରେମୁଣା ଥାନା ପୁଲିସର ସହଯୋଗରେ ତାଙ୍କର ମୋବାଇଲ ଟ୍ରାକିଂ ସହ ଶ୍ରୀ ମହାନ୍ତିଙ୍କୁ ଗତକାଲି ରାତିରେ ରେମୁଣା ଅଞ୍ଚଳରୁ ଗିରଫ କରାଯାଇଛିି। ଆଜି ଆନ୍ଧ୍ର କ୍ରାଇମ ବ୍ରାଞ୍ଚ ପୁଲିସ ଗିରଫ ଶ୍ରୀ ମହାନ୍ତିଙ୍କୁ ବାଲେଶ୍ୱର ସିଜିଏମଙ୍କ କୋର୍ଟରେ ହାଜର ସହ ରିମାଣ୍ଡରେ ନେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.