Home ଉପ ନିର୍ବାଚନ ଉପ-ନିର୍ବାଚନରେ ଭୋଟର ସଚେତନତା ଉପରେ ଗୁରୁତ୍ୱ – ସଦର ନିର୍ବାଚନମଣ୍ଡଳୀରେ ଗଡ଼ିଲା ୨୩ଟି ସଚେତନତା ରଥ

ଉପ-ନିର୍ବାଚନରେ ଭୋଟର ସଚେତନତା ଉପରେ ଗୁରୁତ୍ୱ – ସଦର ନିର୍ବାଚନମଣ୍ଡଳୀରେ ଗଡ଼ିଲା ୨୩ଟି ସଚେତନତା ରଥ

50

ବାଲେଶ୍ୱର, ୧୫ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ଚଳିତ ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ମତଦାତାଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଆଜି ସୁବ୍ୟବସ୍ଥିତ ମତଦାତା ଶିକ୍ଷା ଏବଂ ନିର୍ବାଚକ ସହଭାଗିତା (ସ୍ୱିପ)ର ସଚେତନତା ରଥ ଗଡ଼ିବା ଆରମ୍ଭ କରିଛିି। ପୂର୍ବାହ୍ନରେ ବାଲେଶ୍ୱର ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏହିଭଳି ୩୨ଟି ସ୍ୱିପ ରଥ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ବିଭିନ୍ନ ବୁଥ୍ ଅଞ୍ଚଳ ପରିକ୍ରମା କରି ଭୋଟରମାନଙ୍କୁ ନିର୍ବାଚନ ଓ ଭୋଟଗ୍ରହଣ ପ୍ରକ୍ରିୟାର ବିଭିନ୍ନ ଦିଗ ସମ୍ପର୍କରେ ସଚେତନ କରିବ। ମୁଖ୍ୟତଃ କୋଭିଡ୍ କଟକଣା ମଧ୍ୟରେ କିଭଳି ଭୋଟଦାନ କରାଯାଇ ପାରିବ, ଇଭିଏମ-ଭିଭିପାଟ ମେସିନର ବ୍ୟବହାର ଏବଂ ଉପ-ନିର୍ବାଚନରେ ଭୋଟରମାନଙ୍କ ସହାୟତା ନିମନ୍ତେ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ସ୍ଥାପନ କରାଯାଇଥିବା ସହାୟକ ବୁଥ୍ ବାବଦରେ ଏହି ରଥ ମତଦାତାମାନଙ୍କୁ ସଚେତନ କରାଇବେ। ଏତଦ୍ ବ୍ୟତୀତ ଉପ-ନିର୍ବାଚନ ବାବଦରେ ରହିଥିବା ଅନ୍ୟାନ୍ୟ ସନ୍ଦେହକୁ ମଧ୍ୟ ଏହା ଦୂର କରିବ। ଏହି ରଥଗୁଡିକ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ସେକ୍ଟର ୱାରୀ ପରିକ୍ରମା କରି ମତଦାତାମାନଙ୍କୁ ନିର୍ବାଚନ ସମ୍ବନ୍ଧୀୟ ସୂଚନା ପ୍ରଦାନ କରିବ। ଏଥିପାଇଁ ସେକ୍ଟର ଅଧିକାରୀ ଓ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ଏହା ଦ୍ୱାରା ମତଦାତାମାନେ ଅଧିକ ସଚେତନ ହୋଇପାରିବେ ବୋଲି ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଆଶା ପ୍ରକଟ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ଉପ-ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ସହକାରୀ ଜିଲ୍ଲାପାଳ(ନିର୍ବାଚନ) ମନୋଜ ସେନାପତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.