Home ଜିଲ୍ଲା ପରିକ୍ରମା ନିଆଁ ଲାଗି ପାଉଁରୁଟି ଫ୍ରାକ୍ଟି ସହ ୩ ବଖରା ଘର ଭସ୍ମୀଭୂତ

ନିଆଁ ଲାଗି ପାଉଁରୁଟି ଫ୍ରାକ୍ଟି ସହ ୩ ବଖରା ଘର ଭସ୍ମୀଭୂତ

313

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମତୋ ଠାରେ ଆଜି ସକାଳ ସମୟରେ ହିମାଂଶୁ ପରିଡାଙ୍କ ପାଉଁରୁଟି ଫ୍ୟାକ୍ଟ୍ରିରେ କାମ ଚାଲିଥିବା ବେଳେ ଆଂଚରୁ ନିଆଁ ଉଠି ପ୍ରଥମେ ପାଉଁରୁଟି ଫ୍ୟାକ୍ଟ୍ରି ସଂପୂର୍ଣ ଭସ୍ମୀଭୂତ ହୋଇଯାଇଥିଲା । ନିଆଁର ପ୍ରକୋପରେ ପରେ ହିମାଂଶୁ ପରିଡାଙ୍କ ୩ ବଖରା ଘର ମଧ୍ୟ ପୋଡି ପାଉଁଶ ହୋଇଯାଇଥିଲା । ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ ମଧ୍ୟ ସେମାନେ ନିଆଁକୁ ଆୟତ କରିପାରି ନଥିଲେ । ପରେ ଚାନ୍ଦବାଲି ଅଗ୍ନିଶମ ବାହିନୀ ସେଠାରେ ପହଂଚି ନିଆଁକୁ ଆୟତ କରିଥିଲେ ମଧ୍ୟ ସେତେବେଳକୁ ହିମାଂଶୁଙ୍କ ଘର ସହିତ ସମସ୍ତ ଆସବାବପତ୍ର ଏବଂ ପାଉଁରୁଟି ଫ୍ୟାକ୍ଟ୍ରି ସଂପୂର୍ଣ୍ଣ ଭସ୍ମୀଭୂତ ହୋଇ ସାରିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.