Home ଜିଲ୍ଲା ପରିକ୍ରମା ଅଞ୍ଚଳରେ ଗୌରବ ଆଣିଲେ ଯୁବ ନେତା, ନିର୍ମାଣ ଚାଲିଛି ବିଜୁ ପାର୍କ , ଖୁବ ଶିଘ୍ର...

ଅଞ୍ଚଳରେ ଗୌରବ ଆଣିଲେ ଯୁବ ନେତା, ନିର୍ମାଣ ଚାଲିଛି ବିଜୁ ପାର୍କ , ଖୁବ ଶିଘ୍ର ଶେଷ ହେବ କାର୍ଯ୍ୟ

29

ବାହାନଗା,୨୫ା୧୨( ଭାରତୀ ଦାସ / ଓଡ଼ିଆ ପୁଅ) : ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକ ପିଲା ମାନଙ୍କୁ ବହୁତ ଭଲ ପାଉଥିଲେ । ତା ଛଡ଼ା ବିକାଶ ପାଇଁ ସେ ଓଡ଼ିଶାରେ ସ୍ୱପ୍ନ ଦେଖି ଥିଲେ । ତାଙ୍କର ସ୍ୱପ୍ନ ସାକାର କରିବା ପାଇଁ ତାଙ୍କର ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ପ୍ରକଳ୍ପ ଯୋଜନା ଯୋଜନା ଗୁଡ଼ିକ କରି ଚାଲିଛନ୍ତି । ସେହି ଅନୁସାରେ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ଗୋପାଳପୁର ପଞ୍ଚାୟତର ଜୁଣିଆ ଠାରେ ଯୁବ ନେତା ତଥା ଗୋପାଳପୁର ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ଅଶ୍ୱନୀ ମହାପାତ୍ରଙ୍କ ବିକାଶ ମୁଖି ଚିନ୍ତା ଧାରା ଓ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ଯୁବ ସରପଞ୍ଚ ଯୋଗେଶ ଚନ୍ଦ୍ର ପତିତାଙ୍କ ସହ ସହଯୋଗରେ ନିର୍ମାଣ ଚାଲିଛି “ବିଜୁ ପାର୍କ” ଯାହା ଅଞ୍ଚଳ ବାସୀଙ୍କ ପାଇଁ ଉଦିଷ୍ଟ ।ତା ଛଡ଼ା ଛାତ୍ର ଛାତ୍ରୀ ମାନେ ଏହାର ଭରପୁର ଅନନ୍ଦ ଉଠାଇ ପାରିବେ । ଏହା ଭିତରେ ବିଭିନ୍ନ ପ୍ରକାର ଜୀବଜନ୍ତୁ ହାତି, ବାଘ, ଡାଇନୋସର, ଜେବ୍ରା , ହେଲିକେପ୍ଟର , ଏକ ବିରାଟ ଶିବ ମୂର୍ତ୍ତି ଓ ମଝିରେ ଏକ ୱାଟର ସୋ ସ୍ଥାନିତ ହେବ ଯାହାର କାର୍ଯ୍ୟ ନିର୍ମାଣ ଚାଲିଛି । ତାପରେ ପାର୍କର ଚାରିପଟେ ରାସ୍ତା ଓ ସମସ୍ତ ମୂର୍ତ୍ତି ନିକଟକୁ ରାସ୍ତା ସଂଯୋଗ ହେବା ଏହା ଭିତରେ ଏକ ବିଜୁବାବୁଙ୍କର ପ୍ରତିମୂର୍ତ୍ତି ସ୍ଥାନିତ ହୋଇଛି ଯାହର କାର୍ଯ୍ୟ ଚାଲୁ ରହିଛି । ତାହ ସହ ବିଭିନ୍ନ ପ୍ରକାର ଆଲୋକରେ ସଜେଇ ହେବ ଏହି ପାର୍କ । ସରପଞ୍ଚ ଯୋଗେଶ ଚନ୍ଦ୍ର ପତି ପଞ୍ଚାୟତ ଫଣ୍ଡସ୍‌ରୁ ଅନୁଦାନ ରାଶି ଦେଇଥିବାର କହିଛନ୍ତି । ଏସବୁକୁ ସମ୍ପୂର୍ଣ୍ଣ ସହ ଯୋଗ କରୁଛନ୍ତି ସମସ୍ତଙ୍କର ପ୍ରିୟ କୈଳାସ ଭାଇ । ଏବେ ସୁଦ୍ଧା ୯ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଆଗକୁ କେତେ ଖର୍ଚ୍ଚ ହେବ ତାହା ଆକଳନ ଚାଲିଛି । ଏହି ପାର୍କ ବାହାନଗା ବ୍ଲକର ପ୍ରଥମ ଶିଶୁ ପାର୍କ ହୋଇ ଥିବାର ଜଣାପଡ଼ିଛି । ସୋର ବିଧାୟକ ପର୍ଶୁରାମ ଧଡ଼ା ବ୍ଲକ ଗସ୍ତ ସମୟରେ ଏହି କାର୍ଯ୍ୟର ପରିଦର୍ଶନ ଓ ତଦାରଖ କରୁଥିବାର ଜଣାପଡ଼ିଛି । ଯେହେତୁ ଗୋପାଳପୁର ବାହାନଗା ବ୍ଲକର କେନ୍ଦ୍ର ସ୍ଥଳରେ ଅବସ୍ଥିତ ଓ ଗମନା ଗମନ ସୁବିଧା ଥିବାରୁ ଆଗାମୀ ଦିନରେ ଏହା ସ୍କୁଲ ଛାତ୍ରୀ ଛାତ୍ରୀଙ୍କ ପାଇଁ ଏକ ପରିଦର୍ଶନ କ୍ଷେତ୍ର ପାଲିଟିବ । ଅଞ୍ଚ ବାସୀ ଏହି କାର୍ଯ୍ୟକ୍ରମକୁ ବହୁତ ପ୍ରଶସାଂ କରିବା ସହ ଅଞ୍ଚଳର ଯୁବ ନେତା ମାନେ ଅଞ୍ଚଳ ପାଇଁ ଗୌରବ ଆଣିଥିବାର ସାଧାଣରେ ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.