Home ଜିଲ୍ଲା ପରିକ୍ରମା ନାବାଳକକୁ ସ୍ୱପ୍ନାଦେଶ,ଶନିଦେବ ଙ୍କ ଆବିର୍ଭାବ ପରେ ଠାକୁର ପ୍ରତିଷ୍ଟା ଉତ୍ସବ

ନାବାଳକକୁ ସ୍ୱପ୍ନାଦେଶ,ଶନିଦେବ ଙ୍କ ଆବିର୍ଭାବ ପରେ ଠାକୁର ପ୍ରତିଷ୍ଟା ଉତ୍ସବ

582

ମାଲକାନଗିରି,୨୨ା୧୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ଠାରେ ଆଜି ଏକ ନୂତନ ଶନିଦେବତା ଙ୍କ ପ୍ରତିଷ୍ଟା ଉତ୍ସବ ଅନୁଷ୍ଟିତ ହୋଇ ଯାଇଛି । ଏହି ଶନିଦେବତାଙ୍କ ଆବିର୍ଭାବ ରେ ଏକ ଆଲୌକିକ ଘଟଣା ଦେଖାଦେଇଛି । ଜିଲ୍ଲାସଦର ମହକୁମାସ୍ଥ ରିକ୍ଲାମେସନ କଲୋନିର ଚକ୍ରଧର ନାୟକ ଙ୍କ ନାବାଳକ ପୁଅ କୌରବ ନାୟକ(୧୨) ଙ୍କୁ ଗତ କିଛି ଦିନହେଲା  ସ୍ୱପ୍ନାଦେଶ ହେଉଥିଲା ଶନିଠାକୁର ଏକ ସ୍ଥାନରେ ପୋତି ହୋଇରହିଛନ୍ତି, ତାଙ୍କୁ ଉଦ୍ଧାରକରି ତୁରନ୍ତ ପ୍ରତିଷ୍ଟା କରିବା ପାଇଁ କୌରବ ବାରମ୍ବାର ସ୍ୱପ୍ନ ଦେଖୁଥିଲେ ।ସେ ଘରେ ଏହିକଥା କହିବାରୁ ତା କଥାପ୍ରତି କେହି ଗୁରୁତ୍ୱ ଦେଉନଥିଲେ ।ସେ ଏହି ପରି ତିନୋଟି ଶନିବାର ସ୍ୱପ୍ନଦେଖିବା ପରେ ଗତକାଲି ସ୍ୱପ୍ନଦେଖିଥିବା ସ୍ଥାନରୁ ଗାତ ଖୋଳିବାରୁ ସେହି ଗାତରୁ ଏକ କଳାପଥର ମିଳିଥିଲା । ଏହା ଶନିଦେବତାଙ୍କ ପ୍ରତିମୂର୍ତି ହୋଇଥାଇପାରେ ବୋଲି ଭାବି କୌରବ ସେଠାରେ ଥିବା ଏକ ବୃହତ ବରଗଛମୂଳରେ ରଖି ଫୁଲ ଡାଳଦେଇ ପୁଜା ଆରମ୍ଭ କରିଥିଲେ । ସାନପିଲାର ସ୍ୱପ୍ନ ସତହୋଇ ସେହି କଳାପଥର ଟି ଶନିଦେବାତାଙ୍କ ପ୍ରତି ମୂର୍ତୀ ହୋଇଥାଇ ପାରେ ବୋଲି ବିଶ୍ୱାସ କରି କଲୋନିବାସୀ ଆଜି ବିରାଟ କଳସ ସୋଭା ଯାତ୍ରାରେ ପାଣି ଆଣି ସହର ପରିକ୍ରମା କରି ବରଗଛମୂଳରେ ସେହି କଳାପଥରକୁ ରଖି ନିଷ୍ଟାର ସହିତ ବ୍ରାହ୍ମଣଙ୍କ ଦ୍ୱାରା ହୋମ ଯଜ୍ଞ ପୂଜା ପାଠର ଆୟୋଜନ ସହ ଠାକୁର ସ୍ଥାପନ କରିଥିଲେ । ଆଜି ସକାଳ ଠାରୁ ସନ୍ଧ୍ୟାପର୍ଯ୍ୟନ୍ତ ସେହ ବରଗଛ ମୂଳରେ ଶନିଠାକୁରଙ୍କ ପୂଜାପାଠ ଚାଲିବାସହିତ ଭକ୍ତ ମାନଙ୍କ ପାଇଁ ଅର୍ନପ୍ରାସଦର ବ୍ୟବସ୍ଥା କରାଯାଇଥିଲା । ଏହି ଠାକୁର ପ୍ରତିଷ୍ଟା ଉତ୍ସବରେ ଶନିଠାକୁରଙ୍କ ଦର୍ଶନ ଓ ସ୍ୱପ୍ନାକୃତ ହୋଇଥିବା ନାବଳକ କୁ ଦେଖିବା ପାଇଁ ମାଲକାନଗିରି ସହରର ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ ଭକ୍ତ ମାନେ ହାତରେ ଭୋଗ ଧରି ବରଗଛ ମୂଳରେ ଭିଡ ଜମାଇ ଦେଇଥିଲେ ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.