Home ଓଡ଼ିଶା ନାଗ ଓଗାଳିଲା କୁକୁଡ଼ା ଅଣ୍ଡା

ନାଗ ଓଗାଳିଲା କୁକୁଡ଼ା ଅଣ୍ଡା

166

ମୟୁରଭଞ୍ଜ, ୨୭/୭(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ମୟୁରଭଞ୍ଜ ଜିଲ୍ଲା ଉଦଳା ଏନଏସି ୩ ନଂ ୱାର୍ଡର ସିଦ୍ଧାର୍ଥ ମଲ୍ଲିକଙ୍କ ଘର କୁକୁଡା ଭାଡିରେ ଏକ ବିଷାକ୍ତ ନାଗ ସାପ ପଶିଥିଲା।

ଆଜି ସକାଳ ସମୟରେ କୁକୁଡା ଭାଡିକୁ ସିଦ୍ଧାର୍ଥଙ୍କ ସ୍ତ୍ରୀ ଯାଇଥିବା ବେଳେ ସାପଟି ପଶିଥିବା ଦେଖିବାକୁ ପାଇଥିଲେ। ତେବେ ସାପଟି କୁକୁଡା ଭାଡିରେ ଏକ କୁକୁଡାକୁ ମାରି ଦେଇଥିବା ବେଳେ ଅଣ୍ଡା ଗିଳି ଦେଇଥିବାରୁ ଚାଲି ପାରି ନ ଥିଲା।

ଏ ନେଇ ସ୍ନେକ ଲାଇଫ୍ ଲାଇନ ସହ ଯୋଗାଯୋଗ କରାଯାଇଥିଲା। ପରେ ସ୍ନେକ ଲାଇଫ୍ ଲାଇନ ସଦସ୍ୟ ଅଭିଜିତ୍ ବେହେରାଙ୍କୁ ଯୋଗାଯୋଗ କରିବାରୁ ସେମାନେ ଘଟଣାସ୍ଥଳରେ ପହଂଚି ସାପଟିକୁ ଅକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ଉଦ୍ଧାର ହେବା ପରେ ସାପଟି ଗିଳିଥିବା ୭ଟି କୁକୁଡ଼ା ଅଣ୍ଡା ଓଗାଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.