Home ଓଡ଼ିଶା ନଦୀଗର୍ଭରେ ବିଲିନ ହେବ ଝୁଲାବଣ ମଠ

ନଦୀଗର୍ଭରେ ବିଲିନ ହେବ ଝୁଲାବଣ ମଠ

610

ତିର୍ତ୍ତୋଲ୦୩/୦୬ (ଓଡ଼ିଆ ପୁଅ/ଟୁକନ ସେଠୀ) -ଦିନକୁ ଦିନ ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ମନଇଛା ମେସିନ୍ ଦ୍ୱାରା ବାଲି ଉତ୍ତଳନ କରାଯାଇ ମହାନଦୀ ଅଞ୍ଚଳରେ ଗଭିର ଗଣ୍ଡ ସଦୃଶ ସୃଷ୍ଟି କରାଯାଉଛି। ଏମିତିକି ବାଲି ପରିବହନ କରୁଥିବା ଗାଡ଼ି ଗୁଡ଼ିକରେ ୱାଇ ଫର୍ମ ନଥିବା, ଓଭରଲୋଡ଼ ବାଲି ପରିବହନ କରାଯିବା ଭଳି ବେଆଇନି କାର୍ଯ୍ୟ ଦୌନିକ ଚାଲୁ ରହିଛି। ଅପର ପକ୍ଷରେ ମହାନଦୀ ଶଯ୍ୟା ଖନନ କରାଯାଇ ବାଲି ମାଫିଆମାନେ ବାଲି ବୋହିନେବାରେ ବ୍ୟସ୍ତ ଥିବାବେଳେ ନଦୀ ପାର୍ଶ୍ୱ ଖାଇ ଖାଇ ନିକଟତମ ଅଞ୍ଚଳକୁ ନଦୀ ଗର୍ଭର ବିଲିନ ହେବାକୁ ଯାଉଥିବା ଦେଖିବାକୁ ମିଳିଛି। ତିର୍ତ୍ତୋଲ ଅଞ୍ଚଳର ବହୁ ପୁରାତନ ଝୁଲାବଣ ମଠ ଏବେ ନଦୀ ଗର୍ଭରେ ବିଲିନ ହେବାକୁ ବସିଛି। ଏଭଳି ପରିସ୍ଥିତି ପାଇଁ ପ୍ରଶାସନ, ଜଳସମ୍ପଦ ବିଭାଗ ଓ ବାଲି ମାଫିଆମାନେ ସମ୍ପୁଣ୍ଣ ଦାୟୀ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ମହାନଦୀର ଏହି ସ୍ଥାନରେ ୩ ଶହ ପୁଟରୁ ଉର୍ଦ୍ଧ ଅତଡ଼ା ଖାଇ ଖାଇ ଝୁଲାବଣ ମଠ ନିକଟତର ମହାନଦୀ ପହଞ୍ଚି ସାରିଲାଣି। ପ୍ରତ୍ୟେକ ବର୍ଷ ନଦୀରେ ବନ୍ୟା ଆସିଲେ ବିଭାଗୀୟ ଅଧିକାରୀଙ୍କ ନିଦ ଭାଙ୍ଗେ ପରବର୍ତ୍ତୀ ସମୟରେ ସେଥିପ୍ରତି ଧ୍ୟାନ ନଥାଏ। ବର୍ତ୍ତମାନ ମହାନଦୀରେ ଯେତିକି ପାଣି ଆସୁଛି ସଥିରେ ଯେଉଁ ପ୍ରଖର ସୁଅ ରହିବା ଦ୍ୱାରା ଅତଡ଼ାର ତଳଭାଗ ଖାଇ ନଦୀପଠାକୁ ପାଣିରେ ମିଶାଉଥିବା ଦେଖିବାକୁ ମିଳିଛି। ଯଦି ଏହିଭଳି ଭାବରେ ମହାନଦୀ ଅତଡ଼ା ଖାଏ ତାହାହେଲେ ମାତ୍ର ଦୁଇ କିମ୍ବା ତିନି ବର୍ଷ ମଧ୍ୟରେ ତିର୍ତ୍ତୋଲର ପାଳନ୍ଦା ସମ୍ପୁଣ୍ଣ ପାଣିରେ ମିଶିଯିବ। ପୂର୍ବ ବର୍ଷ ମହାନଦୀରେ ଯେଉଁ ବନ୍ୟା ପାଣି ଆସିଥିଲା ତାହାଦ୍ୱାରା ଝୁଲାବଣ ଠାରୁ ପଶ୍ଚିମକୁ ୫ ଶହ ମିଟର ଦୂରରେ ଅତଡ଼ା ଖାଇ ଏକ କୁତ୍ରିମ ଧାରା ହୋଇଥିବା ଦେଖିବାକୁ ମିଳିଥିଲା। ଯାହା ଆଗମୀ ଦିନରେ ତିର୍ତ୍ତୋଲ ପାଇଁ ବିପଦ ସୃଷ୍ଟି କରିବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ଚାଲିଛି। ଏହି ସମସ୍ୟା ପ୍ରତି ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳର ସଚେତନ ନାଗରିକ, ବିଦ୍ଧିଜିବୀ ଓ ବରିଷ୍ଠ ନାଗରିକମାନଙ୍କ ପକ୍ଷରୁ ଦାବି କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.