Home ଓଡ଼ିଶା ନକ୍ସଲ ନାମରେ ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ନକଲି ନକ୍ସଲ ଗିରଫ

ନକ୍ସଲ ନାମରେ ୧୦ ଲକ୍ଷ ଟଙ୍କା ଚାନ୍ଦା ମାଗିବା ଅଭିଯୋଗରେ ନକଲି ନକ୍ସଲ ଗିରଫ

30

ମାଲକାନଗିରି, ୧୪/୮ (ଓଡ଼ିଆ ପୁଅ) ନକ୍ସଲ ନାମରେ ଫୋନରେ ଧମକ ଦେଇ ୧୦ ଲକ୍ଷ ଟଙ୍କା ପୋଷାକ ଜୋତା ମାଗିବା ଅଭିଯୋଗରର ମାଲକାନଗିରି ଥାନା ପୁଲିସ ଜଣେ ନକଲି ନକ୍ସଲ କୁ ଗିରଫ କରି କୋର୍ଟଚାଲାଣ କରିଛି।

ମାଲକାନଗିରି ବଜାରରେ ଥିବା କେ ରାମୁ ନାମକ ଜଣେ ହୋଲସେଲର ତେଜରାତି ଦୋକାନୀଙ୍କୁ ବାରମ୍ବାର ଏକ ଅଜଣା ନମ୍ବରରେ ନକ୍ସଲ କହି ଧମକ ଆସୁଥିଲା। ସେ ଅଜଣା ବ୍ୟକ୍ତି କହୁଥିଲା ମୁ ନକ୍ସଲ ଦଳର ନେତା ଆମ ସଙ୍ଗଠନ ପାଇଁ ୧୦ ଲକ୍ଷ ଟଙ୍କା ୨୫ ହଳ ଜଙ୍ଗଲି ପୋଷାକ ଓ ଜୋତା ପଠାଅ। ନଚେତ ତୁମେ ବହୁତ ଅସୁବିଧାରେ ପଡ଼ିବ। ନକ୍ସଲ ଭୟରେ ବ୍ୟବସାୟୀ ଜଣଙ୍କ କିଛିଦିନ ନିରବ ରହିବା ପରେ ପୁଣି ଏହି ପରି ତାଙ୍କ ନିକଟକୁ ଧମକପୂର୍ଣ୍ଣ ଫୋନ ବାରମ୍ବାର ଆସି ଥିଲା। ବାଧ୍ୟ ହୋଇ ବ୍ୟବସାୟୀ ଜଣଙ୍କ ମାଲକାନଗିରି ଥାନାରେ ଜଣାଇଥିଲେ। ଥାନା ଆଇଆଇସି ରିଙ୍ଗନ କିଣ୍ଡୋଙ୍କ ନେତୃତ୍ୱରେ ସବ ଇନିସ୍ପେକ୍ଟର ପ୍ରଭାତ ଗୌଡ଼, ଚିରଞ୍ଜିଜୀବ ସ୍ୱାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରିଦେଇଥିଲେ। ସେ ବ୍ୟକ୍ତିର ଫୋନ କୁ ଟ୍ରାକ କରି ତାକୁ ଚିହ୍ନଟ କରିଥିଲେ।

ଟଙ୍କା ଦିଆଯିବ କହି ତାକୁ ମାଲକାନଗିରି ସହର ସତୀଗୁଡା ଛକ କୁ ଗତ କାଲି ରାତ୍ର ରେ ଡାକି ଥିଲେ। ସେ ଆସିବାରୁ ପୂର୍ବରୁ ସାଧାପୋଷକରେ ଲୁଚି ରହିଥିବା ପୁଲିସ ଗିରଫ କରିଥିଲେ।

ତାକୁ ପଚରା ଉଚରା କରିବାରୁ ଜଣା ପଡିଥିଲା ସେ ବ୍ୟକ୍ତି ଙ୍କ ନାମ କୁମ ଗୋଲରୀ ତା’ ଘର କୋରାପୁଟ ଜିଲ୍ଲା ବୈପାରି ଗୁଡାରେ। ସେ ପୂର୍ବରୁ ଏପରି ନକ୍ସଲ କହି ଧମକ ଦେଇ ବୋରିଗୁମ୍ମା ପୁଲିସ ଦ୍ୱାରା ଗିରଫ ହୋଇଥିଲା। ମାଲକାନଗିରି ଥାନା କେସ ନମ୍ବର ୪୫୯/୨୦୨୨ ରେ ଏକ ମକୋଦମା ରୁଜୁ କରାଯାଇ କୁମ ଗୋଲରୀ କୁ ଆଜି କୋର୍ଟଚାଲାଣ କଟାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.