Home ଆନ୍ତର୍ଜାତୀୟ ଦେଶରେ ସିଟି ଗ୍ୟାସ ବିତରଣରେ ପୁଞ୍ଜି ନିବେଶ ପାଇଁ ରୁଷକୁ ଆମନ୍ତ୍ରଣ – ଧର୍ମେନ୍ଦ୍ର ପ୍ରଧାନ

ଦେଶରେ ସିଟି ଗ୍ୟାସ ବିତରଣରେ ପୁଞ୍ଜି ନିବେଶ ପାଇଁ ରୁଷକୁ ଆମନ୍ତ୍ରଣ – ଧର୍ମେନ୍ଦ୍ର ପ୍ରଧାନ

589

ରୁଷର ଉପ-ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ବୈଠକ
ନୂଆଦିଲ୍ଲୀ/ଭୁବନେଶ୍ୱର, ଜୁନ ୧୯ (ଓଡ଼ିଆ ପୁଅ) – ରୁଷର ଉପ-ପ୍ରଧାନମନ୍ତ୍ରୀ ଏଚ୍.ଇ ୟୁରି ପି ତୃଟନେଭ ଏବଂ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟରେ ବୁଧବାର ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାରତ ଏବଂ ରୁଷ ମଧ୍ୟରେ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ନୂଆ ସମ୍ଭାବନା ଖୋଜିବା ସହ ସହଯୋଗ ପାଇଁ ଗୁରୁତ୍ୱଆରୋପ କରାଯାଇଥିଲା। ଆଗାମୀ ଦିନରେ ଭାରତରେ ସିଟି ଗ୍ୟାସ ବିତରଣରେ ପୁଞ୍ଜି ନିବେଶ କରିବା ପାଇଁ ରୁଷର କମ୍ପାନୀ ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା ବୋଲି ଟ୍ୱିଟର ମାଧ୍ୟମରେ ଶ୍ରୀ ପ୍ରଧାନ ଜଣାଇଛନ୍ତି। ଏହାସହ ଭାରତ ତୈଳ ଏବଂ ଗ୍ୟାସ କ୍ଷେତ୍ରରେ ରୁଷରେ ପୁଞ୍ଜି ନିବେଶ କରିବା ପାଇଁ ଇଚ୍ଛୁକ ଥିବା ମଧ୍ୟ ବୈଠକରେ ଆଲୋଚିତ ହୋଇଥିଲା।

ପୂର୍ବ ରୁଷରୁ ଭାରତର ପୂର୍ବତଟ ପର୍ଯ୍ୟନ୍ତ ନୌ-ମାର୍ଗ ପ୍ରତିଷ୍ଠା ହେଲେ ଉର୍ଜା କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ବୈଠକରେ ଆଲୋକପାତ କରାଯାଇଥିଲା। ଏହାବ୍ୟତିତ ଏହି ବୈଠକରେ ରୁଷର ଉପ-ପ୍ରଧାନମନ୍ତ୍ରୀ ଏଚ.ଇ ତୃଟନେବ ସେପ୍ଟେମ୍ବର ୧୯ରେ ଭ୍ଲାଡିଭୋଷ୍ଟୋକରେ ଅନୁଷ୍ଠିତ ହେବାକୁ ଥିବା ୫ତମ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ ଉପରେ ଅବଗତ କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.