Home ଓଡ଼ିଶା ବଲାଙ୍ଗୀର ଜିଲ୍ଲାରେ ନିଶା ସିରଫ କାରବାର ପୁନଃ ଆରମ୍ଭ ନେଇ କାର୍ଯ୍ୟନୁଷ୍ଠାନ ଦାବୀ

ବଲାଙ୍ଗୀର ଜିଲ୍ଲାରେ ନିଶା ସିରଫ କାରବାର ପୁନଃ ଆରମ୍ଭ ନେଇ କାର୍ଯ୍ୟନୁଷ୍ଠାନ ଦାବୀ

445

ବଲାଙ୍ଗୀର ୨୦-୬ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ନିଶା କଫସିରଫ କାରବାର ମୁଖ୍ୟ ମାଷ୍ଟର ମାଇଣ୍ଡ ବୋଲାଉ ଥିବା ସାନ ନେଗି ଓ ତାର ମୁଖ୍ୟ ସହଯୋଗୀ ପ୍ରଶାନ୍ତ ଖେତୀ ଦୁଇ ଜଣଙ୍କୁ ଗତ ମାସରେ ଭୁବନେଶ୍ୱରରୁ ପୋଲିସ ଗିରଫ କରିବା ଓ କୋର୍ଟ ଚାଲାଣ କରିଥିଲା। ବଲାଙ୍ଗୀର ଜିଲ୍ଲାରେ ବ୍ରାଉନସୁଗର ମିଶା ନିଶା କଫସିରଫ କାରବାର ବ୍ୟାପକ ରୂପେ ବଢି ଚାଲିବା ସହ ନା ନା ଅସାମାଜିକ କାର୍ଯ୍ୟ ବଢିବା ଓ ଜଣେ ଗଣ ମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ସହ ଏ ଶିରଫ କାରବାରରେ ଲିପ୍ତ ଜଣେ ଯୁବକକୁ ଜୀଅନ୍ତା ଦୋକାନ ସହ ପୋଡି ମାରିଦେବା ପରେ ପୋଲିସ ତତ୍ପରତା ପ୍ରକାଶ କରିଥିଲା। ବଲାଙ୍ଗୀର ପୋଲିସ ଉକ୍ତ ସାନ ନେଗିର ରାଜା ଆଚାର୍ଯ୍ୟ ସହ ସମ୍ପର୍କ ଥିବା ଓ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ଥିବା ଓ ଫେରାର ଥିବା ତଥା ତା ସହଯୋଗୀ ପ୍ରଶାନ୍ତ ଖେତୀ ୩୫୦୦ ଗୋଟି ଏସକଫ ନାମକ ନିଶା ସିରଫ ସହ ଗିରଫ ହୋଇ ଟାଉନ ଥାନାରୁ ଫେରାର ଥିବା ପ୍ରକାଶ କରିଥିଲା। କଟକ ରୁ ଓ ପଡୋଶୀ ରାଜ୍ୟ ଛତିଶଗଡ଼ ର ରାୟପୁରରୁ ବ୍ୟାପକ ରୂପେ ଏ ନିଶା ସିରଫ ଅଣେଇ ଏହି ବଲାଙ୍ଗୀର ଜିଲ୍ଲାରେ କାରବାର କରୁଥିବା ଓ ଅନ୍ୟ ଜିଲ୍ଲା ଗୁଡିକୁ ପଠେଇ ଏଜେଣ୍ଟ ଜରିଆରେ ବ୍ୟାପକ ଅର୍ଥ ରୋଜଗାର କରୁଥିବା ବେଳେ ତାଙ୍କ ଗିରଫଦାରୀ ପରେ ଏହା ମାତ୍ର କିଛି ଦିନ ବନ୍ଦ ରହି ଏବେ ପୂର୍ବବତ ଆରମ୍ଭ ହେବାରେ ଲାଗିଛି। ଉକ୍ତ ଅଭିଯୁକ୍ତ ଜାମିନରେ ଆସି ବଲାଙ୍ଗୀର ବଦଳରେ ଟିଟିଲାଗଡ଼ ଓ ସିଂଧେକେଲାକୁ ନିଜ କେନ୍ଦ୍ରବିନ୍ଦୁ କରି କିଛି ଯୁବକଙ୍କ ଜରୀଆରେ ଏହି କାରବାର ଆରମ୍ଭ କରିଥିବା ଅଭିଯୋଗ କରାଯାଇଛି। ସିଂଧେକେଲା ରେ ଦୁଇଟି ଗୋଦାମ କରି ଗଛିତ ରଖିବା ଓ ଚାଲାଣ କରିବା ସହ ଟିଟିଲାଗଡ଼ ଥାନା ଆଗରେ ଥିବା ଏକ ପୋଲିସ କ୍ୱଟର କୁ ଗୋଦାମ କରିଥିବା ଜଣାପଡିଛି। ଏ ନେଇ ବିଭିନ୍ନ ଅଧିକାରୀଙ୍କୁ ଯୁବ ସ୍ବେଚ୍ଛାସେବୀ ସଙ୍ଘ ତରଫରୁ ଲିଖିତ ଅଭିଯୋଗ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.