Home ଓଡ଼ିଶା ଦିଲ୍ଲୀ ସରକାରଙ୍କ ଏକ ବଡ଼ ନିଷ୍ପତ୍ତି

ଦିଲ୍ଲୀ ସରକାରଙ୍କ ଏକ ବଡ଼ ନିଷ୍ପତ୍ତି

976

ନୂଆଦିଲ୍ଲୀ,୧୫/୦୮,(ଓଡ଼ିଆ ପୁଅ /ପଙ୍କଜି ନାୟକ) :  କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ)ଙ୍କ ପରୀକ୍ଷା ଶୁଳ୍କ ବୃଦ୍ଧି ପରିପ୍ରେକ୍ଷୀରେ ଦିଲ୍ଲୀ ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ବର୍ଷ ଦଶମ ଓ ଦ୍ୱାଦଶ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଠାରୁ ଦିଲ୍ଲୀ ବିଦ୍ୟାଳୟମାନଙ୍କରେ ସିବିଏସ୍ଇଙ୍କ ଶୁଳ୍କ ବୃଦ୍ଧି ଲାଗୁ ହେବ ନାହିଁ।  ଉପମୁଖ୍ୟମନ୍ତ୍ରୀ ମନିଷ ଶିଶୋଦିଆ ଏହି ଘୋଷଣା କରିଛନ୍ତି।

ରାଜଧାନା ଦିଲ୍ଲୀର ସମସ୍ତ ସରକାରୀ ବିଦ୍ୟାଳୟ ସମେତ ମାନ୍ୟତା ପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ  ମଧ୍ୟ ଏହି ସୁବିଧା ପ୍ରଦାନ କରାଯିବ। ସେପଟେ ଛାତ୍ରଛାତ୍ରୀଙ୍କ ଉପରେ ଯେପରି ଶୁଳ୍କ ବୃଦ୍ଧିର ପ୍ରଭାବ ନ ପଡେ ସେଥିଲାଗି ଶିକ୍ଷା ବିଭାଗକୁ ଏକ ଫର୍ମୂଲା ଅନୁସାରେ କାମ କରିବାକୁ ପରାମର୍ଶ ଦିଆଯାଇଛି। ଏଣୁ କେବଳ ଦଶମ କି ଦ୍ୱାଦଶ ନୁହେଁ ସବୁ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶୁଳ୍କ ବୃଦ୍ଧିରୁ ରିହାତି ମିଳିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.