Home ଜିଲ୍ଲା ପରିକ୍ରମା ଦଣ୍ଡାସିଂଗା ଗ୍ରାମପଂଚାୟତଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ଦଣ୍ଡାସିଂଗା ଗ୍ରାମପଂଚାୟତଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

125

ଦେବଗଡ, ୧୯.୦୮ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) ଆଜି ବାରକୋଟ ବ୍ଲକ ଅନ୍ତର୍ଗତ ଦଣ୍ଡାସିଂଗା ଗ୍ରାମପଂଚାୟତଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲ୍ଲାପାଳ ଶ୍ରୀ ସୁଧାଂଶୁ ମୋହନ ସାମଲ ଉପସ୍ଥାପନ କରାଯାଇଥିବା ୧୨୪ଟି ଦରଖାସ୍ତର ଶୁଣାଣି କରିଥିଲେ। ସେଥିମଧ୍ୟରୁ ୧୦୬ଟି ବ୍ୟକ୍ତିଗତ ସମସ୍ୟା ଉପରେ ଥିବାବେଳେ ୧୮ଟି ସାମୁହିକ ସମସ୍ୟା ଉପରେ ପର୍ଯ୍ୟବେଶିତ ଥିଲା। ଶିବିରରେ ୧୮ଟି ଦରଖାସ୍ତର ତତ୍କ୍ଷଣାତ୍ ସମାଧାନ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ସାମଲ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ନୂଆ ଗୈାଡ ସୁଗୁଡା ଗ୍ରାମର ସୁଧାଗୀ ହରିଜନ ଏବଂ ଉଟୁଣିଆମୁଣ୍ଡାର ସୁଷମା କିସାନଙ୍କୁ ୫ହଜାର ଟଙ୍କା ଲେଖାଏଁ ଏବଂ ନୂଆ ଗୈାଡ ସୁଗୁଡାର ବୁଧେଇ ବେହେରାଙ୍କୁ ୧୦ ହଜାର ଟଙ୍କା ସହାୟତା ଅନୁମୋଦନ କରିଥିଲେ।

ଶିବିରରେ ଉପସ୍ଥିତ ଜନସାଧାରଣ ମୁଖ୍ୟତଃ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର ଯୋଜନା, ବାର୍ଦ୍ଧକ୍ୟ ଭତା, ବିଧବା ଭତା, ଘର ଡିହ, ରାସ୍ତା ନିର୍ମାଣ, କଲ୍ୟାଣ ମଣ୍ଡପ, ପାନୀୟଜଳ, ନଳକୂପ, ଶିକ୍ଷକ ନିଯୁକ୍ତି, ବିଦ୍ୟୁତ୍ ଯୋଗାଣ, ସ୍କୁଲରେ ଶୈାଚାଳୟ ନିର୍ମାଣ, କଳାକାର ଭତା, ହରିଶ୍ଚଚନ୍ଦ୍ର ସହାୟତା, ଆର୍ଥିକ ସହାୟତା, ସ୍କୁଲଗୃହ ନିର୍ମାଣ, ବିଜ୍ଞାନ ଶିକ୍ଷକ ନିଯୁକ୍ତି, ଜଙ୍ଗଲଜମି, ଗୁହାଳଘର ନିର୍ମାଣ, ବାରକୋଟ ଶବ ବ୍ୟବଚ୍ଛେଦ ଗୃହ କାର୍ଯ୍ୟକ୍ଷମ ଇତ୍ୟାଦି ବିଷୟ ଉପରେ ଜି୍ଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଶିବିରରେ ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଉପ-ଜିଲ୍ଲାପାଳ ବ୍ରଜବନ୍ଧୁ ଭୋଇ, ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ, ଡିଆରଡିଏ ସୁଶାନ୍ତ ଦେବକୀ ପଟେଲ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଟୁନୁ ମେହେରଙ୍କ ସମେତ ବ୍ଲକସ୍ତରୀୟ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.