Home ଜିଲ୍ଲା ପରିକ୍ରମା ତ୍ୟାଗଭୂମି ମହୋତ୍ସବ – ୨୦୨୦ର ପ୍ରସ୍ତୁତି ବୈଠକ ଓ ସମ୍ବର୍ଦ୍ଧନା ସଭା

ତ୍ୟାଗଭୂମି ମହୋତ୍ସବ – ୨୦୨୦ର ପ୍ରସ୍ତୁତି ବୈଠକ ଓ ସମ୍ବର୍ଦ୍ଧନା ସଭା

17

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ତ୍ୟାଗଭୂମି ସାଂସ୍କୃତିକ ସମ୍ମେଳନର ସଭାପତି ଅଜୟ ନାୟକଙ୍କ ଆବାହନ କ୍ରମେ ଅବସରପ୍ରାପ୍ତ ପ୍ରଫେସର ଡ. ଗୋଲକ ସାହୁଙ୍କ ପୌରୋହିତ୍ୟରେ ତ୍ୟାଗଭୂମି ମହୋତ୍ସବ – ୨୦୨୦ର ପ୍ରସ୍ତୁତି ବୈଠକ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି । ପ୍ରଥମେ ଦିବଂଗତ ସାରସ୍ୱତ ସ୍ରଷ୍ଟା ତଥା ‘ନବରାଗ’ର ସମ୍ପାଦକ ଡ. ଅଚ୍ୟୁତାନନ୍ଦ ନାୟକଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ଗାଳ୍ପିକ ପବିତ୍ର ପାଣିଗ୍ରାହୀ ଏବଂ ଓଡ଼ିଶା ଲଲିତ କଳା ଏକାଡେମୀ ଦ୍ୱାରା ସମ୍ବର୍ଦ୍ଧିତ ଚିତ୍ରଶିଳ୍ପୀ ଅଶୋକ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସମ୍ମାନିତ ଅତିଥି ଡ. ରାମଚନ୍ଦ୍ର ପଣ୍ଡା ମହୋତ୍ସବ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ତ୍ୟାଗଭୂମି ଦସ୍ତାବିଜ୍‌ର ସମ୍ପାଦକ ଅଧ୍ୟାପକ ବିଶ୍ୱରଂଜନ ଦାସ ଓ ଅଧ୍ୟାପକ ଡ. ଅଭୟ କୁମାର ଦାସ ଦସ୍ତାବିଜ୍ – ୨୦୨୦ର ପ୍ରସ୍ତୁତି, ପରିପାଟୀ ଓ ଆଭିମୁଖ୍ୟ ସମ୍ବନ୍ଧରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀହର୍ଷ ସ୍ୱାଇଁ, ଗଗନ ବିହାରୀ ରାଉତ, ବାବୁଲାଲ ଦାସ, ଅମରେନ୍ଦ୍ର ବିଶ୍ୱାଳ, ଡ. ପ୍ରଭାତ ନଳିନୀ ମହାପାତ୍ର, ମୁସ୍ତାକ ଗହ୍ୱର, ନାସିର ବକ୍ସ, ଗୌରହରି ନାୟକ, ହରିଶ୍ଚନ୍ଦ୍ର ଦାସ, ବସୁମିତ୍ରା ସାହୁ, ରୂପକ ରାୟ ପ୍ରମୁଖ ସୁଚିନ୍ତିତ ମତାମତ ରଖିଥିଲେ । ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ଅଶୋକ କୁମାର ଦାସ, ଡ. ରାଧାରାଣୀ ମହାପାତ୍ର ପ୍ରମୁଖ ସମ୍ବର୍ଦ୍ଧିତ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ପ୍ରସ୍ତୁତି ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟ ଚଳିତ ବର୍ଷ ମହୋତ୍ସବ ଡିସେମ୍ବର ୨୯,୩୦ ଏବଂ ୩୧ ତାରିଖ ୩ ଦିନ ମଧ୍ୟରେ ସୀମିତ ରଖିବାକୁ ମତ ଦେଇଥିଲେ । ମହୋତ୍ସବକୁ କୋବିଡ଼ ଗାଇଡ ଲାଇନ ମଧ୍ୟରେ ପାଳନ କରିବାକୁ ସଦସ୍ୟ ମତ ଉପସ୍ଥାପନ କରିଥିଲେ । ଉତ୍ସବରେ ଅଧିବକ୍ତା ଗିରିଧାରୀ ନାଥ, ଲକ୍ଷ୍ମୀକାନ୍ତ ବାରିକ, ଗୀତାରାଣୀ ଆଇଚ, ପଙ୍କଜ ବଳ, ଦିବ୍ୟସିଂହ ଦାସଅଧିକାରୀ, ବସନ୍ତ ମହାନ୍ତି, ଗୌରାଙ୍ଗ ଚନ୍ଦ୍ର ବାରିକ, କରୁଣାକର ଉପାଧ୍ୟାୟ, ବିଶ୍ୱନାଥ ଓଝା, ଅଭିଜିତ୍ ନାୟକ, ପ୍ରମୋଦ ରାୟ, ହରମୋହନ କୁଅଁର, ଅରୂପାନନ୍ଦ ନାୟକ, ଅମର ମହାନ୍ତି, ହୃଷିକେଶ ମହାନ୍ତି, ଶାନ୍ତନୁ ରାଉତ, ଜୟଜଗନ୍ନାଥ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିବା ବେଳେ ସଂପାଦକ ତୁଷାରକାନ୍ତି ମହାନ୍ତି ମହୋତ୍ସବର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅଧିବକ୍ତା ଗଦାଧର ବଳ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସଂଗଠନ ସମ୍ପାଦକ ସୁଧାକର ରାଉତ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.