ad
ଓଡ଼ିଶା

ତିର୍ତୋଲ ନାବାଳିକା ଗଣଦୁଷ୍କର୍ମ ଘଟଣା, ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

ଭୁବନେଶ୍ୱର ୧୫-୧୦ (ଓଡ଼ିଆ ପୁଅ) – ତିର୍ତୋଲ ଅଂଚଳର ଜୈନିକା ନାବାଳିକାକୁ କଟକର ଚାଉଳିଆଗଞ୍ଜ ଥାନା ଅଧିନସ୍ଥ ଗତିରାଉତପାଟଣାର ଏକ ପରିତ୍ୟକ୍ତ ଘରେ ୨୨ ଦିନ କାଳ ବନ୍ଦି କରି ରଖି ଗଣଦୁଷ୍କର୍ମ କରିବା ଘଟଣାରେ ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ। ଆଜି ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁଙ୍କ ନେତୃତ୍ୱରେ କଂଗ୍ରେସର ଏକ ୫ ଜଣିଆ ପ୍ରତିନିଧି ଦଳ ରାଜ୍ୟ ମାନବାଧିକାର କମଶନଙ୍କ ଉଦ୍ଦେଶ୍ୟରେ ରେଜିଷ୍ଟ୍ରାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। କଂଗ୍ରେସ ପକ୍ଷରୁ ମୁଖପାତ୍ର ନିଶିକାନ୍ତ ମିଶ୍ର କରିଥିବା ଆବେଦନରେ ଘଟଣା ସଂପର୍କରେ ସବିଶେଷ ବିବରଣୀ ଅର୍ଥାତ୍ କେଉଁ ପରିସ୍ଥିତିରେ କ’ଣ ପାଇଁ ଏଭଳି ଘଟଣା ଘଟିଲା ଗୃହ ସଚିବ ପୋଲିସ ଡିଜିଙ୍କୁ ଜବାବ ମାଗିବା ପାଇଁ ଉଲ୍ଲେଖ କରିବା ସହିତ ତୁରନ୍ତ ପୀଡିତା ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତିପୂରଣ, ସାମାଜିକ ସୁରକ୍ଷାରେ ପରିବାରକୁ ସାମିଲ କରିବା ସହିତ ପୀଡିତା ରୋଜଗାରକ୍ଷମ ହେବା ପର୍ଯ୍ୟନ୍ତ ତା’ର ସମସ୍ତ ଭରଣପୋଷଣ ଖର୍ଚ୍ଚ ଓ ମାଗଣା ଶିକ୍ଷା ଯୋଗାଇ ଦେବାକୁ ପିଟିସନ୍‌ରେ ଉଲ୍ଲେଖ କରାଯାଇଅଛି।

ଏହି ପ୍ରତିନିଧି ଦଳରେ ଶ୍ରୀମତୀ ରଶ୍ମି ମହାପାତ୍ର, ଜିନେଶ ଦାସ ଓ ବିନ୍ଦୁଜା ଉପାଧ୍ୟାୟ ସାମିଲ ହୋଇଥିଲେ।

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top