Home କେନ୍ଦୁଝର ଆଳୁଘାଟି ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ବାଇକ୍ ଆରୋହୀଙ୍କ ସହ ୨ ଗୁରୁତର

ଆଳୁଘାଟି ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ, ବାଇକ୍ ଆରୋହୀଙ୍କ ସହ ୨ ଗୁରୁତର

40

ହରିଚନ୍ଦନପୁର,ତା ୧୫ ଅକ୍ଟୋବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ)କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଆଳୁଘାଟି ନିକଟରେ ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣାଗ୍ରସ୍ତ ଆରୋହୀଙ୍କ ସମେତ ଦୁଇ ଜଣ ଗୁରୁତର ଆହତ । ଖବର ଅନୁଯାୟୀ ଆଜି ଅପରାହ୍ନ ୨ଘଟିକା ସମୟରେ ଏହି ଦୁର୍ଘଟଣା ଘଟିଛି । ମୟୂରଭଞ୍ଜ ଜିଲ୍ଲା ମହୁଲିଆ ଥାନା ଅଞ୍ଚଳରୁ ରଞ୍ଜିତ ନାଏକ, ନିରଞ୍ଜନ ନାଏକ ଓ ଭାଗବତ ନାଏକ ଏକ ବାଇକ୍ ଯୋଗେ ଧୋରଡିଆମ୍ବ ଗ୍ରାମର ସମ୍ପର୍କୀୟ ଘରକୁ ଆସୁଥିଲେ । ହେଲେ କୌଣସି କାରଣରୁ ପହଞ୍ଚିବା ପୂର୍ବରୁ ଆଳୁଘାଟି ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଲୁହାବାଡ଼ା ବା ଧାରଣାରେ ଧକ୍କା ଦେଇଥିଲା । ଫଳରେ ବାଇକରେ ଥିବା ୩ଜଣ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ଘଟଣା ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ ହରିଚନ୍ଦନପୁର ଅଗ୍ନିଶମ ବିଭାଗକୁ ଫୋନ୍ ଯୋଗେ ଜଣାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ରଞ୍ଜିତ ଓ ନିରଞ୍ଜନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.