Home ଅନୁଗୁଳ ତାଳଚେର ଅବକାରୀ ବିଭାଗ ଦ୍ଵାରା ବିପୁଳ ପରିମାଣର ମଦ ଜବତ

ତାଳଚେର ଅବକାରୀ ବିଭାଗ ଦ୍ଵାରା ବିପୁଳ ପରିମାଣର ମଦ ଜବତ

38

ଅନୁଗୁଳ ୧୨-୧ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା) ଆଜି ତାଳଚେରରେ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ସ୍କ୍ୱାର୍ଡ ଓ ତାଳଚେର ଅବକାରୀ ବିଭାଗ ଦ୍ଵାରା ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ସହ ବିଦେଶୀ ମଦ ଜବତ କରାଯାଇଛି। ଜିଲ୍ଲା ଅବକାରୀ ବିଭାଗ ମୋବାଇଲ ସ୍କ୍ୱାର୍ଡର ନିରୀକ୍ଷକ କରୁଣା ଶଙ୍କର ତିୱାରୀ ଓ ତାଳଚେର ଅବକାରୀ ନିରୀକ୍ଷକ ସୁମତି ତ୍ରିପାଠୀଙ୍କ ନେତୃତ୍ୱରେ ଗଠିତ ଏକ ଟିମ ତାଳଚେରର ଗୁରୁଦ୍ୱାର,ଏଫସିଆଇ ମିନା ବଜାର,ସେଣ୍ଟ୍ରାଲ କଲୋନୀ ଓ ଘଣ୍ଟପଡା ଅଂଚଳରେ ଅତର୍କିତ ଭାବେ ଚଢ଼ାଉ କରି ୯୦ ଲିଟରରୁ ଅଧିକ ଦେଶୀ ଓ ବିଦେଶୀ ମଦ ଜବତ କରିଛନ୍ତି। ଏହି ଚଢ଼ାଉରେ ଗୁରୁଦ୍ୱାର ଅଂଚଳର ଗଣେଶ ପାଲ, ମିନାବଜାର ଅଂଚଳର ସୁଷମା ନାଏକ, ସେଣ୍ଟ୍ରାଲ କଲୋନୀ ଅଂଚଳର ରୁକ୍ମଣୀ ହାଁସଦା ଓ ଘଣ୍ଟପଡା ଅଂଚଳର ରାଜେନ୍ଦ୍ର ସାହୁକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି। ତେବେ ଦୀର୍ଘଦିନ ହେବ ଏହିମାନେ ଏହି ଚୋରା ମଦ କାରବାର କରି ଆସୁଥିବା ବେଳେ ଆଜି ପ୍ରମାଣ ସହ ମଦ ଜବତ କରିବା ସହ ଗିରଫ କରିବାରେ ସକ୍ଷମ ହେଲୁ ବୋଲି ତାଳଚେର ଅବକାରୀ ନିରୀକ୍ଷକ ସୁମତି ତ୍ରିପାଠୀ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.