Home ଅପରାଧ ଡକାୟତି ଯୋଜନା କରୁଥିବା ସମୟରେ ପୋଲିସ ହାତରେ ଧରାପଡ଼ିଲେ ୩ଜଣ, ଖସିଗଲେ ୨ଜଣ ,...

ଡକାୟତି ଯୋଜନା କରୁଥିବା ସମୟରେ ପୋଲିସ ହାତରେ ଧରାପଡ଼ିଲେ ୩ଜଣ, ଖସିଗଲେ ୨ଜଣ , ମାରଣାସ୍ତ୍ର, ଟଙ୍କା ଓ ରୁପା ଜବଦ

158

ବାହାନଗା,୧୧ା୧୦(/ ଭାରତୀ ଦାସ / ଓଡ଼ିଆ ପୁଅ ) : ବାଲେଶ୍ୱର ଜିଲ୍ଲା ସୋର ଥାନା ୧୬ନଂ ଜାତୀୟ ରାଜପଥ ନାୟକ ବନ୍ଧ ଠାରେ ଏକ ବଡ଼ଧରଣ ଡକାୟତିକୁ ପଣ୍ଡ କରିଛି ସୋର ପୋଲିସ । ଫଳରେ ଡକାୟତ ଯୋଜନା କରୁଥିବା ୫ଜଣ ଯୁବକଙ୍କ ମଧ୍ୟରୁ ୩ଜଣକୁ ଧରିବାରେ ସକ୍ଷମ ହୋଇଛି । ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତିରେ ନାୟକ ବନ୍ଧ ଛକ ଠାରେ ୫ଜଣ ଯୁବକ ଏକ ବଡ଼ଧରଣ ଡକାୟତି କରିବାକୁ ପ୍ରସ୍ତୁତି ହୋଉଥିବା ସମୟରେ ସୋର ଥାନା ଏଏସଆଇ ପ୍ରତାପ କାଲୋ ଓ ତାଙ୍କର ସହଯୋଗୀଙ୍କୁ ନେଇ ପେଟ୍ରେଲିଂ କରୁଥିବା ସମୟରେ ଏହି ଯୁବକ ନାୟକବନ୍ଧ ଛକରେ ବସିଥିବାର ଦେଖିବାକୁ ପାଇ ଥାନାଧିକାରୀ ମଧୂମିତା ମହାନ୍ତିଙ୍କୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ଥାନାଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଯୁବକଙ୍କୁ କାବୁ କରିବା ସମୟରେ ଦୁଇଜଣ ପୋଲିସକୁ ଧକ୍କା ଦେଇ ପଳାଇ ଯାଇଥିଲେ । ୩ଜଣ ଧରାପଡ଼ିଥିଲେ । ସେମାନେ ହେଲେ ସୋର ଥାନା ଭିମେଇ ଗ୍ରାମର ରମେଶ ମଳିକ, ବରଜୋ ଦାସ, ନୀଳଗିରି ଥାନା ଅଞ୍ଚଳର ଅଜୟ ମଳିକ । ପପୁ ମଳିକ ଓ ସୁଶାନ୍ତ ମଳିକ ଫେରାର ହୋଇ ଯାଇଥିବାର ଜଣାପଡ଼ିଛି । ୩ଜଣଙ୍କ ଠାରୁ ବହୁ ମାରଣାସ୍ତ୍ର, ୪ଟି ମୋବାଇଲ, ୨ଟି ବାଇକ, ୫ଶହ ଗ୍ରାମ ଭଳି ରୁପା ଓ ନଗଦ ୪ହଜାର ୯ଶହ ଟଙ୍କା ଜବଦ ହୋଇ ଥିବାର ଜଣାପଡ଼ିଛି । ଏମାନଙ୍କୁ ଗିରଫ କରିବା ସହ ଥାନାକୁ ନେଇ ପଚରା ଉଚୁରା କରିବା ପରେ ଜଣାପଡ଼ିଥିଲା ।ସେମାନେ ଗତ ୩ ତାରିଖରେ ସିମୁଳିଆ ଅଞ୍ଚଳରୁ ଏକ ଦୋକାନୀଙ୍କ ଠାରୁ ରାସ୍ତାରେ ରୁପା ଲୁଟ କରିଥିଲେ । ଏବଂ ନାୟକବନ୍ଧ ପାଖରେ ଛକ ଠାରେ ଥିବା ପେଟ୍ରୋଲ ପମ୍ଫରୁ ଡକାୟତି କରିବାର ଯୋଜନାରେ ଥିଲେ । ଏହାପରେ ସୋର ପୋଲିସ ପକ୍ଷରୁ ଅଧିକ ପଚରା ଉଚୁରା କରି କୋର୍ଟ ଚାଲାଣ କରିବେ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.