Home କୋରାପୁଟ ଟ୍ରକ ଧକାରେ ବୃଦ୍ଧାଙ୍କ ମୃତ୍ୟୁ

ଟ୍ରକ ଧକାରେ ବୃଦ୍ଧାଙ୍କ ମୃତ୍ୟୁ

506

ପଟାଙ୍ଗୀ ୬-୫ (ଓଡ଼ିଆ ପୁଅ/ମେଘାଗୁଣ୍ଠା) କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ ସଦର ମହକୁମା ଅନ୍ତର୍ଗତ ପୁକାଲି ଗ୍ରାମ ପଞ୍ଚାୟତର ପୁକାଲି ଗ୍ରାମ ଚର୍ଚ୍ଚ ନିକଟରେ ଏକ ଟ୍ରକ ଧକାରେଏକ ବୃଦ୍ଧାଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ପଟାଙ୍ଗୀ ଥାନା ଭାରପ୍ରାପ୍ତ ଅଧିକାରୀ ଓଆଇସି, ବିନୟ କୁମାର ରୟଙ୍କ ସୂଚନା ଅନୁଯାୟୀ ପୁକାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡୁଗୁଡା ଗ୍ରାମସ୍ଥ ୬୫ ବର୍ଷିଆ ବୃଦ୍ଧା ମୁଲେ ପାଙ୍ଗି, ପୁକାଲି ଗ୍ରାମ ଠାରୁ ନିଜ ଗ୍ରାମକୁ ସକାଳ ସାଢେ ଆଠଟା ସମୟରେ ଫେରୁଥିବା ସମୟରେ ଏକ ମାଲବୁହା ଟ୍ରକ ନଂ-OR 10 G 2379 ବେପରୁଆ ଭାବେ ଗାଡି ଚଲାଇ ଉକ୍ତ ବୃଦ୍ଧାକୁ ଧକା ଦେବା ଫଳରେ ଘଟଣା ସ୍ଥଳରେ ଉକ୍ତ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ଘଟଣା ସ୍ଥଳକୁ ପଟାଙ୍ଗୀ ପୋଲିସ ପହଞ୍ଚି ଉକ୍ତ ମୃତ ଶରୀରକୁ ଜବତ କରି ପଟାଙ୍ଗୀ ଠାରେ ଶବ ଵ୍ୟଵଛେଦ କରି ପରିବାର ଵର୍ଗକୁ ହସ୍ତାନ୍ତର କରିବା ସହ ଏ ନେଇ ଏକ କେସ ନଂ41/19 ରୁଜୁ କରାଯାଇ ଘଟଣାର ଏସଆଇ-ସୁବାଷ ନାୟକ ତଦନ୍ତ ଜାରୀ ରଖିଥିବା ଓଆଇସି ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.