Home ଓଡ଼ିଶା ଟାଟା ମ୍ୟାଜିକ ଓଲଟି ଚାରି ଜଣ ଗୁରୁତର ଆହତ

ଟାଟା ମ୍ୟାଜିକ ଓଲଟି ଚାରି ଜଣ ଗୁରୁତର ଆହତ

245

ବାଲିଗୁଡା, ୧-୮ (ଓଡ଼ିଆ ପୁଅ/ସଞ୍ଜୟ ପାଣିଗ୍ରାହୀ) ବାଲିଗୁଡା ଥାନା ଅନ୍ତର୍ଗତ ମିଡ଼ିଆକିଆ ରେ ଏକ ଟାଟା ମ୍ୟାଜିକ ଓଲଟି ଚାରି ଜଣ ଗୁରୁତର ଆହତ ହୋଇ ଛନ୍ତି। ଆହତ ମାନଙ୍କୁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟାଟା ମ୍ୟାଜିକ ନଂ. ଓଡି ୧୨ବି ୪୮୬୨। ଗାଡିଟି ସାଇନପଡାରୁ ଏକ ବିବାହ କାର୍ଯ୍ୟର ବନ୍ଧୁ ବାନ୍ଧବ ମାନଙ୍କୁ ଧରି ମ୍ୟାଜିକ ଗାଡିଟି ମିଡ଼ିଆକିଆକୁ ଯାଉଥିବା ବେଳେ ରାସ୍ତାରେ ଭାରସାମ୍ୟ ହରାଇ ଓଲିଟି ପଡିଥିଲା। ଏଥିରେ କିଛି ଯାତ୍ରୀ ଆହତ ହୋଇଛନ୍ତି। ଆହତମାନେ ହେଲେ ମାସେକିଆ ଗ୍ରାମର। ଏହି ମ୍ୟାଜିକ ଗାଡିରେ ବାର ଜଣ ଯାଉଥିଲେ, ସେଥି ମଧ୍ୟରୁ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ ଲାଜାରା ଡିଗାଲ, କୁଇନ ଡିଗାଲ, ଚାଳକ ରଂଜିତ ପ୍ରଧାନ ଓ ଚନ୍ଦ୍ରମତି ଡିଗାଲ। ସେମାନଙ୍କୁ ବାଲିଗୁଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.