Home ଓଡ଼ିଶା ଝିଅ ଜନ୍ମ କରି ବୋହୂ ନିର୍ଯ୍ୟାତିତ, ଥାନାରେ ମାମଲା

ଝିଅ ଜନ୍ମ କରି ବୋହୂ ନିର୍ଯ୍ୟାତିତ, ଥାନାରେ ମାମଲା

1201

ରାଉରକେଲା ୨୦-୬ (ଓଡ଼ିଆ ପୁଅ/ସୁବୋଧ ନାୟକ): ରାଉରକେଲା ଟିମ୍ବର କଲୋନୀ ଅଂଚଳରେ ଏକ ଅମାନବୀୟ ଘଟଣା ପଦାକୁ ଆସିଛି। ପୁଅ ବଦଳରେ ଝିଅ ଜନ୍ମ କରିଥିବାରୁ ଅଳକା ବେହୁରିଆ(୨୭) ନାମକ ଜଣେ ବୋହୂଙ୍କୁ ଶାଶୁ ଘର ପକ୍ଷରୁ ନିର୍ଯ୍ୟାତିତ ହେବାକୁ ପଡ଼ିଛି। ବୋହୂ ଅଳକା ଏନେଇ ମହିଳା ଥାନାରେ ସ୍ୱାମୀ ଦେବବ୍ରତ ଜେନା ସମେତ ଶାଶୁ, ଶ୍ୱଶୁର, ଦିଅରଙ୍କ ବିରୋଧରେ ଏତଲା ଦେଇଛନ୍ତି। ପୁଲିସ ଧାରା ୪୯୮(ଏ), ୩୨୩, ୨୯୪, ୫୦୬, ୪ ଯୌତୁକ ନିରୋଧ ଆଇନ ଓ ୩୪ ଆଇପିସିରେ ମାମଲା ରୁଜୁ କରିଛି ବୋଲି ମହିଳା ଥାନା ଅଧିକାରୀ ପାର୍ବର୍ତ୍ତୀ ହେମ୍ବ୍ରମ ସୂଚନା ଦେଇଛନ୍ତି। ଏହି ଘଟଣା ରାଉରକେଳାରେ ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକାଶ ଥାଉକି, ଯାଜପୁର ଜିଲ୍ଲାର ପ୍ରେମାନନ୍ଦ ବେହୁରିଆଙ୍କ ଝିଅ ଅଳକା ଗତ ୨୦୧୬ ଏପ୍ରିଲ ୨୯ ତାରିଖରେ, ଭଦ୍ରକ ଜିଲ୍ଲା ନିବାସୀ ଦର୍ପହରି ଜେନାଙ୍କ ପୁଅ ଦେବବ୍ରତଙ୍କୁ ବୈଦିକ ରିତୀରେ ବିବାହ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.