Home ଜିଲ୍ଲା ପରିକ୍ରମା ଝାରସୁଗୁଡା ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ୱିବାର୍ଷିକ ନିର୍ବାଚନୀ ସଭା: ମନୋନୟନ ହେଲେ ନୂତନ କର୍ମକର୍ତ୍ତା

ଝାରସୁଗୁଡା ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ୱିବାର୍ଷିକ ନିର୍ବାଚନୀ ସଭା: ମନୋନୟନ ହେଲେ ନୂତନ କର୍ମକର୍ତ୍ତା

155

କୋଲାବିରା, ୫।୧୨ (ଓଡ଼ିଆ ପୁଅ/ନିଶିତ୍ ବହିଦାର) ଝାରସୁଗୁଡା ଜିଲ୍ଲା ସାମ୍ବାଦିକ ୟୁନିୟନର ଦ୍ୱିବାର୍ଷିକ ନିର୍ବାଚନି ସଭା କୋଲାବିରା ବ୍ଲକର ସମାସିଂହା ପଂଚାୟତ ରାଜୀବ ଭବନ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଓୟୁଜେ ଝାରସୁଗୁଡା ଶାଖାର ସଭାପତି ବିପିନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ପ୍ରତାପ କେଶରୀ ସିଂ, ସମ୍ପାଦକ ସୁକାନ୍ତ ସାହୁ, କୋଷାଧ୍ୟକ୍ଷ ଲକ୍ଷ୍ମୀକାନ୍ତ ସାହୁ, ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ ମିଶ୍ର ପ୍ରମୁଖ ମଂଚାସୀନ ଅତିଥି ଭାବରେ ଯୋଗଦେଇଥିଲେ। ଏଇ ଅବସରରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଜିଲ୍ଲାର ବିଭିନ୍ନ ଅଂଚଳରୁ କାର୍ଯ୍ୟରତ ଥିବା ସାମ୍ବାଦିକଙ୍କ ମଧ୍ୟରୁ ଶ୍ୟାମସୁନ୍ଦର ଖଣ୍ଡେଲବାଲ, ତ୍ରୀଲୋଚନ ଦାସ୍, ଶେଖର ବିସି, ବ୍ୟାସଦେବ ପଣ୍ଡା, ବିଜୟ କୁମାର ବରାଲ, ବସବାସଜ୍ଝୀ ଗୈାଡ, ବିରଂଚି ନାରାୟଣ ସ୍ୱାଇଁ, ଡିଲେଶ୍ ଦବର ବାଗ, କୁଞ୍ଜ ବିହାରୀ ପଟେଲ, ସୁରେଶ ତ୍ରିପାଠୀ, ପ୍ରତିମା ସାହୁ, ରବୀନ୍ଦ୍ର ସାହୁ, ସୁମନ୍ତ ଶେଖର ବହିଦାର, ରାଜେନ୍ଦ୍ର କୁମାର ଦାସ, ସଂଜୟ କୁମାର, ନୁତନ କୁମାର ନାଏକ, ଆକୁଲି ଚରଣ ବେହେରା, ମନୋଜ ସାହୁ, ପ୍ରକାଶ ପଧାନ ପ୍ରମୁଖଙ୍କ ସମେତ ୨୫ ଜଣ ସାମ୍ବାଦିକ ଯୋଗ ଦେଇ ସାମ୍ବାଦିକ କ୍ଷେତ୍ରରେ ଦେଖାଦେଉଥିବା ବିଭିନ୍ନ ସମସ୍ୟା ବିଷୟରେ ନିଜନିଜର ମତାମତ ରଖିଥିଲେ। ଦୁଇବର୍ଷ ଧରି ବିଭିନ୍ନ ଦାଇତ୍ୱରେ ଥିବା କର୍ମକର୍ତ୍ତା ଗଣ ଦାଇତ୍ୱ ନିବୃତ ହୋଇଥିଲେ ଏବଂ ମନୋନୟନ ପ୍ରକ୍ରିୟାରେ ନୂତନ ଭାବରେ କମିଟୀ ଗଠନ କରାଯାଇଥିଲା। ଏଥିରେ ପୁର୍ବରୁ ପ୍ରସ୍ତୁତ କରାଯାଇଥିବା ତାଳିକା ଅନୁଯାୟୀ କାର୍ଯ୍ୟକର୍ତ୍ତା ମନୋନୟନ କରାଯାଇଥିଲା। ଏଥିରେ ସଭାପତି ଭାବରେ ତ୍ରୀଲୋଚନ ଦାସ, ଉପସଭାପତି ରିତେଶ ଶର୍ମା, ଏବଂ ବନବାସୀ ଗୈାଡ, ସମ୍ପାଦକ ଭାବରେ ରାଜେଶ ଶର୍ମା ଏବଂ ଭରତ ପାତ୍ର କୋଷାଧ୍ୟକ୍ଷ ସୁରେଶ ତ୍ରିପାଠୀଙ୍କୁ ମନୋନୀତ କରାଯାଇଥିବା ବେଳେ ବ୍ରଜରାଜନଗରର ଶେଖର ବିଶି, କିର୍ମିରା ବ୍ଲକର ଆର୍ତ୍ତ ସାହୁ ଏବଂ ଲଇକେରା ବ୍ଲକର ଭୋପାଲ ଚନ୍ଦ୍ର ବେହେରାଙ୍କୁ କାର୍ଯ୍ୟନର୍ବାହୀ ସଭ୍ୟ ଭାବରେ ମନୋନୀତ କରାଯାଇଥିଲା। କାର୍ଯ୍ୟକ୍ରମରେ ସମାସିଂହା ସରପଂଚ ହେମନ୍ତ କୁମାର ସାହୁ ଅତିଥି ଭାବରେ ଯୋଗଦେଇ ଜିଲ୍ଲା ସ୍ତରୀୟ ସାମ୍ବାଦିକ ସମ୍ମିଳନୀ ସମାସିଂହା ଠାରେ ଆୟୋଜନ କରାଯାଇଥିବାରୁ ଏହାକୁ ତାଙ୍କର ସୈାଭଗ୍ୟ ବୋଳି କହିବା ସହିତ ଆଗାମୀ ଦିନରେ କୈାଣସି ପ୍ରକାର ସାହାଯ୍ୟ ସହଯୋଗର ଆବଶ୍ୟକ ପଡିଲେ ନିସଂକୋଚ ଭାବରେ ସାହାଯ୍ୟ କରିବେ ବୋଲି ସନ୍ତୋଷ ବ୍ୟକ୍ତ କରିଥିଲେ। ନୂତନ ନିର୍ବାଚିତ କର୍ମକର୍ତ୍ତାମାନେ ନିଷ୍ଠାର ସହିତ ସଂଘ ପାଇଁ କାର୍ଯ୍ୟକରିବା ସହିତ ଏଥିରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ। କାର୍ଯ୍ୟକ୍ରମକୁ ଉପେନ ସାହୁ ପରିଚାଳନା କରିଥିବା ବେଳେ ନିର୍ବାଚନ ଦାଇତ୍ୱରେ ପ୍ରତାପ କେଶରୀ ସିଂ ରହିଥିଲେ। ସ୍ୱାଗତ ଭାଷଣ ସମ୍ପାଦକ ସୁକାନ୍ତ ସାହୁ ଉପସ୍ଥାପନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ବ୍ୟାସଦେବ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.