Home ଓଡ଼ିଶା କୋଲାବିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା: ଫାରମାସିଷ୍ଟ ଭରସାରେ ସ୍ୱାସ୍ଥ୍ୟ ସେବା

କୋଲାବିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର: ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା: ଫାରମାସିଷ୍ଟ ଭରସାରେ ସ୍ୱାସ୍ଥ୍ୟ ସେବା

139

କୋଲାବିରା, ୫।୧୨ (ଓଡ଼ିଆ ପୁଅ/ନିଶିତ୍ ବହିଦାର) ସ୍ୱାସ୍ଥ୍ୟକ୍ଷେତ୍ରରେ ସରକାରଙ୍କ ବିଭିନ୍ନ ଯୋଜନା ବିଭିନ୍ନ ସମୟରେ ଏଠାରେ ସେତେବେଶୀ ଫଳପ୍ରଦ ହୋଇପାରୁନାହିଁ। ତା’ ଛଡା ଡାକ୍ତର ଅଭାବ ଜନିତ ସମସ୍ୟା ଏଠାରେ ସବୁ ସମୟରେ ଲାଗିରହିଆସିଅଛି। ଯଦିବା କେହି ଡାକ୍ତର ଏଠି ଅବସ୍ଥାପିତ ହେଉଛନ୍ତି ତେବେ ସେମାନେ ଶିକ୍ଷା ପାଇଁ ନ ହେଲେ ପ୍ରଶିକ୍ଷଣରେ କିମ୍ଭା ଛୁଟିରେ ରହୁଥିବା ଯୋଗୁଁ ଡାକ୍ତର ପଦବୀ ପ୍ରାୟତଃ ଖାଲି ପଡୁଛି। ବ୍ଲକ୍ ମୁଖ୍ୟାଳୟର ଏହି ଡାକ୍ତରଖାନା ଏପରି ଅବ୍ୟବସ୍ଥିତ ଓ ସମସ୍ୟାଗ୍ରସ୍ତ ହୋଇରହିବା ଅତ୍ୟନ୍ତ ପରିତାପର ବିଷୟ। ଅନେକ ଡାକ୍ତ ଆସିବା ଯିବା ଭିତରେ ଦାୟୀତ୍ୱ ସମ୍ଭାଲି ରହିଥିଲେ ଇନଚାର୍ଜ ଭାବରେ ଡାକ୍ତର ପ୍ରଫୁଲ୍ଲାଚନ୍ଦ୍ର ଦେଲେ ମାତ୍ର ତାଙ୍କୁ ମଧ୍ୟ କୋଲାବିରା ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅପସାରଣ କରି ନେଇଗଲେ ସିଡିଏମଓ ଫଳରେ କୋଲାବିରା ଡାକ୍ତରଖାନା ଏବେ ଡାକ୍ତର ଶୂନ୍ୟ ହୋଇପଡିଛି। ଜଣେ ମାତ୍ର ଫାର୍ମାସିଷ୍ଟ ରହିଛନ୍ତି କୋଲାବିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଦାଇତ୍ୱରେ। କୋଲାବିରା ମୁଖ୍ୟାଳୟରେ ଗୋଟିଏ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ଏହାର ଅଧିନରେ ୨ଟି ଡାକ୍ତରଖାନା ରହିଛି। ଅନ୍ୟୁନ୍ୟ ୫ ଜଣ ଡାକ୍ତରଙ୍କ ମଧ୍ୟରୁ ଜଣେବି ଡାକ୍ତର ନାହାଁନ୍ତି ବର୍ତ୍ତମାନ ସମୟରେ। ଚିକିତ୍ସା ସେବା ଚାଲିଥିଲା ଆୟୁଷ ଡାକ୍ତରଙ୍କ ଭରସାରେ। ତେବେ ଆୟୁଷ ଡାକ୍ତର ମଧ୍ୟ ପ୍ରଶିକ୍ଷଣ ପାଇଁ ଯାଇଛନ୍ତି। ଯାହାଫଳରେ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ପାଇବାରୁ ଅଂଚଳବାସୀ ବଂଚିତ ରହୁଛନ୍ତି। ଏବଂ ଅଂଚଳର ସାଧାରଣ ଲୋକ ଚିକିତ୍ସାପାଇଁ ବ୍ୟୟବହୁଳ ନର୍ସିଂହୋମ ଦ୍ୱାରା ଶୋଷଣର ଶିକାର ହେବା ସାର ହେବା ସହିତ ସାଧାରଣ ଜନତା ସରକାରୀ ଡାକ୍ତରଖାନାରୁ ସ୍ୱାସ୍ଥ୍ୟ ସେବା ପାଇବା କାଠିକର ହେଲାଣି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଅନୁସାରେ ସମସ୍ତେ ସୁସ୍ଥ ସବଳ ରୁହନ୍ତୁ। ଆୟୁଷ୍ମାନ ଯୋଜନାପରି ଅନେକ ଯୋଜନା କାର୍ଯ୍ୟକାରି ହେଉଥିବା ନେଇ ଗଣମାଧ୍ୟମରେ ଜୋରଦାର ପ୍ରଚାର ମଧ୍ୟ ଚାଳିଛି। ତେବେ ବାସ୍ତବ କ୍ଷେତ୍ରରେ କୋଲାବିରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଦିନକୁଦିନ ଏହାର ବ୍ୟତିକ୍ରମ ଦେଖାଦେଉଛି। ଅବସ୍ଥାପିତ ଡାକ୍ତର ଗଣ ଉଚ୍ଚଶିକ୍ଷା ପାଇଁ ଅନୁପସ୍ଥିତ ରହୁଥିବାରୁ ଏଠାରେ ସ୍ୱାସ୍ଥ୍ୟସେବା ଯୋଗାଇବା ସମ୍ଭବ ହେଉନାହିଁ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଦୂରରୁ ରୋଗୀମାନେ ଏଠାକୁ ଆସି ବହୁ ହଇରାଣ ହରକତ ହେଉଛନ୍ତି। ତେବେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ କେହିନାହାନ୍ତି। ଫଳରେ ସ୍ୱାସ୍ଥ୍ୟକେନ୍ଦ୍ର ଉପରୁ ଲୋକଙ୍କ ଆସ୍ଥା କ୍ରମେ ଉଠିଯିବାକୁ ବସିଲାଣି। ୯ଟି ପଂଚାୟତର ରୋଗୀମାନେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ବେଲେ ଏହି ସମସ୍ୟା ଯୋଗୁଁ ଲୋକମାନେ ଭଗବାନଙ୍କ ଉପରେ ଭରସା କରି ପଡିଛନ୍ତି। ଡାକ୍ତରଖାନା ପରିସର ବୃଦ୍ଧିକରାଯିବା ଉପରେ ଗୁରୁତ୍ୱ ଦିଆଯାଉଛି ଅଥଚ ଡାକ୍ତର ଅବା କର୍ମଚାରୀ ନିଯୁକ୍ତି ଉପରେ କାହାରି ଧ୍ୟାନ ନଥିବା ଅଭିଯୋଗ ହେଉଛି। ଦୀର୍ଘ ଦିନରୁ ଏଠାରେ ରୋଗୀ କଲ୍ୟାଣ ସମିତି ଗଠନ କରାଯାଇଛି ଅଥଚ ନିର୍ଦ୍ଧିଷ୍ଟ ସମୟରେ ବୈଠକ ବସୁନଥିବା ସହ ପୂର୍ବ ବୈଠରେ ଅନୁମୋଦନ ହୋଇଥିବା ବିନ୍ଦୁ ଗୁଡିକ କାର୍ଯ୍ୟକାରି ହେଉନଥିବା ବେଲେ ତାହାର କାର୍ଯ୍ୟକଳାପକୁ ନେଇ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଏସବୁ ପରିସ୍ଥିତିରେ ଏହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ଯୋଗାଇବା ବେତେଦୂର ଯଥାର୍ଥ ତାହା ସହଜରେ ଅନୁମେୟ। ଏହି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅନୁପସ୍ଥିତ ରହୁଥିବା ଯୋଗୁଁ ଏହାର ସୁଯୋଗ ନେଇ ସ୍ୱାସ୍ଥ୍ୟକେନ୍ଦ୍ର ପାଖାପାଖି ଅନେକେ ଅଣପଂଜିକୃତ କ୍ଲିନିକ ମାନ ଖୋଲି ରୋଗୀଙ୍କୁ ଶୋଷଣ କରି ମାଲାମାଲ ହେଉଥିବାର ପରିଲକ୍ଷିତ ହେଉଛି। ତାଛଡା ଅଂଚଳରେ କ୍ୱାକ୍ ମାନଙ୍କର ପ୍ରାର୍ଦୁଭାବ ଦିନକୁ ଦିନ ବଢିବାରେ ଲାଗିଲାଣି। ସରକାର ଏହି ସ୍ୱାସ୍ଥ୍ୟ ସେବାର ସୁବିଧା ପାଇଁ ନାନା ପ୍ରକାର ଯୋଜନା କରୁଛନ୍ତି, ଭିର୍ତିଭୂମି ତିଆରି କରୁଛନ୍ତି ଅଥଚ ଡାକ୍ତର ପଦ ପୂରଣ ନହେବାରୁ ସରକାରୀ ଯୋଜନା ସଫଳ ହୋଇପାରୁନାହିଁ। ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚାଲାକି କରି କୋଲାବିରା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡାକ୍ତର ପୋଷ୍ଟିଙ୍ଗ କରୁଛନ୍ତି ଏବଂ ପୋଷ୍ଟିଙ୍କ ପାଇସାରିବା ପରେ ଦିନେ ଦୁଇଦିନ ମଧ୍ୟରେ ପିଜି କରିବା ବାହାନରେ ଉକ୍ତ ଡାକ୍ତର ମାନଙ୍କୁ ଏଠାରୁ ଅପସରଣ କରି ନିଆଯାଉଛି। ଯଦି ସେମାନଙ୍କୁ ଉଚ୍ଚଶିକ୍ଷା ପାଇଁ ଯିବାର ଅଛି ତେ କୋଲାବିରା ବ୍ଲକ ଅଚଂଳବାସିଙ୍କୁ ଲଲିପପ ଦେଖାଇଲାଭଲି କାହିଁକି ଡାକ୍ତର ପୋଷ୍ଟିଙ୍ଗ କରାଯାଉଛି। କାଗଜ କଳମରେ କୋଲାବିରା ପାଇଁ ଯଥେଷ୍ଟ ଡାକ୍ତର ଅବସ୍ଥାପିତ ଦର୍ଶାଯାଉଥିବା ବେଳେ ବାସ୍ତବ କ୍ଷେତ୍ରରେ ଡାକ୍ତର ଶୂନ୍ୟ କୋଲାବିରା ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ କିଏ ଦାୟୀ ବୋଲି ବରିଷ୍ଠ ନାଗରୀକ ବୀରେନ୍ଦ୍ର ମହାପାତ୍ର, ଜମିଦାର ବୀର ଅମରେନ୍ଦ୍ର ପ୍ରତାପ ସିଂହ, ଗୋବିନ୍ଦ ଚନ୍ଦ୍ର ଭୋଇ ସମେତ ସ୍ତାନୀୟ ଲୋକେ ପ୍ରଶ୍ନ କରିଛନ୍ତି। କୋଲାବିରା ଠାରେ ଅବସ୍ଥାପିତ ଥିବାା ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଦଲାଇଙ୍କୁ କୋଲାବିରା ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରରୁ ବଦଲିକରି ନେବା ପରେ ସେ ଶନିବାର ଦିନ ଏଠାରୁ ରିଲିଭ ହୋଇ ଯିବା ପରେ ଝାରସୁଗୁଡାରେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ଏକଥା ସ୍ଥାନୀ ଲୋକେ ଜାଣିବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ସଙ୍ଗେ ସଙ୍ଗେ ଜିଲ୍ଲା ମଖ୍ୟାଳୟ ସ୍ୱାସ୍ଥ୍ୟ ବିଭାଗର କୋଲାବିରା ପ୍ରତି ଏତାଦୃଶ ବୈରାଗ୍ୟ ମନୋଭାବ ପୋଷଣକୁ ଲୋକେ ନାପସନ୍ଦ କରିଛନ୍ତି। ଏସଂକ୍ରାନ୍ତରେ ଅଧିକ ଯାଣିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମାନସ ରଂଜନ ସାମନ୍ତରାୟଙ୍କ ସହିତ ଯୋଗାଯୋଗ କରିବାୁ ଚେଷ୍ଟା କରାଯାଇଥିଲା ମାତ୍ର ସେ ଫୋନ ଉଠାଉନଥିବାରୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ସେ ଯାହା ହେଉନା କାହିଁକି ସ୍ୱାସ୍ଥ୍ୟ ସେବାରେ କୋଲାବିରା ପ୍ରତି ଚରମ ଅବହେଲାକୁ କଦାପି ବରଦାସ୍ତ କରାଯିବ ନାହିଁ ବୋଲି ଜନସାଧାରଣରେ ମତପ୍ରକାଶ ପଉଛି। ସ୍ଥାନୀୟ ଜନସାଧାରଣଙ୍କ ଏଠାକାର ଡାକ୍ତରଖାନାର ବିଭିନ୍ନ ସମସ୍ୟା ଓ ଅବ୍ୟବସ୍ଥାର ଦୁରିକରଣ ସ୍ୱରୁପ ତୁରନ୍ତ ଡାକ୍ତର ଅଭାବ ଜନିତ ସମସ୍ୟା, ଲୋକଙ୍କ ମୈାଳିକ ଅଧିକାର ସ୍ୱାସ୍ଥ୍ୟ ସେବା ତଥା ବିଭିନ୍ନ ସମସ୍ୟା ଓ ଅବ୍ୟବସ୍ଥାର ଦୂରିକରଣ ସ୍ୱରୁପ ତୁରନ୍ତ ଡାକ୍ତରଖାନାର ନିରାକରଣ ଓ ବିକାଶ କରାଯିବାକୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.