Home ଓଡ଼ିଶା ଜୁଲାଇ ପହିଲାରୁ ଆରମ୍ଭ ହେବ ମିଳିତ ଅଭିଯୋଗ ଶୁଣାଣୀ

ଜୁଲାଇ ପହିଲାରୁ ଆରମ୍ଭ ହେବ ମିଳିତ ଅଭିଯୋଗ ଶୁଣାଣୀ

98

କୋରାପୁଟ ୨୯-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ)ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ମାସ ୧ ତାରିଖରୁ ଜିଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଆରମ୍ଭ ହେବ। ପ୍ରବଳ ଗ୍ରୀଷ୍ମତାପ ଓ ଚଳିତ ବର୍ଷ ସାଧାରଣ ନିର୍ବାଚନ ହେତୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ଅଭିଯୋଗ ଶୁଣାଣୀ ବନ୍ଦ ରହିଥିଲା। ଜିଲାପାଳଙ୍କ କାର୍ଯ୍ୟାଳୟରୁ ହସ୍ତଗତ ପ୍ରେସ ବିଜ୍ଞପ୍ତି ପ୍ରକାରେ ଜନ ସାଧାରଣଙ୍କ ଆବଶ୍ୟକତାକୁ ଦୃଷ୍ଟି ଦେଇ ଏହା ଜୁଲାଇ ପହିଲାରୁ ପୁନର୍ବାର ଖୋଲା ଯିବାକୁ ନିଷ୍ପତି ହୋଇଛି। ସୂଚନା ଅନୁଯାୟୀ ଜୁଲାଇ ପ୍ରଥମ ସୋମବାର ୧-୭-୧୯ରେ ଜିଲା ସଦର ମହକୁମାରେ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଆୟୋଜନ ହେବ। ସେହିପରି ଜୁଆଇ ୮ରେ ଜୟପୁର ଉପ-ଜିଲାପାଳ କାର୍ଯ୍ୟାଳୟରେ ମିଳିତ ଅଭିଯୋଗ ଶୁଣାଣୀ ହେବାକୁ ଥିବାବେଳେ ଜୁଲାଇ ୧୫ରେ ପଟ୍ଟାଙ୍ଗି, ୨୨ରେ ସେମିଲିଗୁଡା ଓ ୨୯ରେ ନନ୍ଦପୁର ବ୍ଲକ ଅଫିସ ପରିସରରେ ମିଳିତ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.