Home ଓଡ଼ିଶା ୫ମ ଦିନରେ ହାଲ କର୍ମଚାରୀଙ୍କ ରିଲେ ଅନଶନ

୫ମ ଦିନରେ ହାଲ କର୍ମଚାରୀଙ୍କ ରିଲେ ଅନଶନ

89

କୋରାପୁଟ ୨୯-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ ) ପାରିଶ୍ରମିକ ସଂଶୋଧନ ଦାବିରେ ହିନ୍ଦୁସ୍ଥାନ୍ ଏରୋନେଟିକ୍ସ ଲିମିଟେଡ(ହାଲ) ଅଧିକାରୀ ଓ କର୍ମଚାରୀ ଆରମ୍ଭ କରିଥିବା ରିଲେ ଅନଶନର ଆଜି ୫ମ ଦିନ। ୫ଦିନ ପରେ ମଧ୍ୟ ହାଲ କର୍ତ୍ତୃପକ୍ଷ କିମ୍ବା କେନ୍ଦ୍ର ସରକାର କୌଣସି ନିଷ୍ପତି ନେଉଥିବାରୁ କର୍ମଚାରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ପ୍ରତିରକ୍ଷା ବିଭାଗ ଅଧୀନରେ ଥିବା ହାଲ ଭଳି ଏକ ପ୍ରତିଷ୍ଠିତ ସଂସ୍ଥାର କର୍ମଚାରୀଙ୍କ ଆନ୍ଦୋଳନକୁ ସାଧାରଣରେ ସହଜରେ ଗ୍ରହଣ କରା ଯାଉନଥିବାବେଳେ ସରକାରଙ୍କ ଉଦାସୀନତାକୁ ନେଇ ସମାଲୋଚନା କରିବା ଦେଖା ଦେଇଛିା ଏପରିକି ଆନ୍ଦୋଳନରତ ଶ୍ରମିକ ଓ କର୍ମଚାରୀଙ୍କୁ ହାଲ କର୍ତ୍ତୃପକ୍ଷ କୌଣସି ଆଲୋଚନା ନିମନ୍ତେ ନ ଡାକିବା ଘଟଣାକୁ ମଧ୍ୟ ସାଧାରଣରେ ନିନ୍ଦା କରା ଯାଇଛି। ପରିଚାଳନା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ କର୍ମଚାରୀମାନେ ବିଭିନ୍ନ ସ୍ଲୋଗାନ ଦେଇ ରିଲେ ଅନଶନ ଚଲାଇଥିବାବେଳେ ଆଗାମୀ ଦିନରେ ଏହାକୁ ଅଧିକ ତୀବ୍ରତର କରାଯିବ ବୋଲି ହାଲ ସ୍ୱୀକୃତୀପ୍ରାପ୍ତ ବିଭିନ୍ନ ଶ୍ରମିକ ସଙ୍ଗଠନ ଚେତାବନୀ ଦେଇଛି। ବିଜୁ ଏରୋନେଟିକ୍ସ ଅଏମ୍ପ୍ଲୋଇଜ୍ ୟୁନିଅନ(ବିଏଇୟୁ) ସଭାପତି ସୋକ କୁମାର ଦାସ, ସାଧାରଣ ସମ୍ପାଦକ ଶ୍ରୀନିଭାସ ମାନକ, କାର୍ଯ୍ୟକାରୀ ସଭାପତି କପିଳ ପାତ୍ର, ସଙ୍ଗଠନ ସମ୍ପାଦକ ନଟବର ମହାନ୍ତି ପ୍ରମୁଖଙ୍କ ନେତୃତ୍ୱରେ ଚାଲିଥିବା ରିଲେ ଅନଶନକୁ ହାଲର ସ୍ୱୀକୃତୀ ପ୍ରାପ୍ତ ଶ୍ରମିକ ସଙ୍ଗଠନ ଭାରତୀୟ ମଜୁଦୁର ସଂଘ ଓ ହିନ୍ଦୁସ୍ଥାନ୍ଏରୋନେଟିକ୍ସ୍ ଏମ୍ପ୍ଲୋଇଜ୍ ୟୁନିଅନ ମଧ୍ୟ ସମର୍ଥନ କରି ଆସିଛି। ସୂଚନା ଥାଉକି ୨୦୧୬ ଡିସେମ୍ବର ୩୧ରେ ନିୟମିତ ପାରିଶ୍ରମିକ ସଂଶୋଧନର ଅବଧି ଶେଷ ହୋଇଥିଲେ ମଧ୍ୟ ହାଲ୍ କର୍ତ୍ତୃପକ୍ଷ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ପ୍ରତିବାଦରେ ହାଲ କର୍ମଚାରୀ ଓ ଅଧିକାରୀ ରିଲେ ଅନଶନରେ ବସିଛନ୍ତି। ଜୁଲାଇ ୨ ଯାଏ ହାଲ୍ ଶ୍ରମିକ ସଂଘ ପ୍ରତିନିଧି ମାନେ ରିଲେ ଅନଶନରେ ବସୁଥିବାବେଲେ ଅନ୍ୟ ଶ୍ରମିକ ଓ ଅଧିକାରୀ କାର୍ଯ୍ୟ କରିବାକୁ ନିଷ୍ପତି ହୋଇଛି। ଶ୍ରମିକ ଓ ଅଧିକାରୀଙ୍କ ଅଭିଯୋଗ ଅନୁଯାୟୀ, ୨୦୧୬ ଡିସେମ୍ବରରେ ମଜୁରୀ ସଂଶୋଧନ ଅବଧି ଶେଷ ହୋଇ ଯାଇଛି। ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ସେହିବର୍ଷ ଡିସେମ୍ବର ମାସରେ ସଂଶୋଧନ ପ୍ରସ୍ତାବ ହାଲ୍ କର୍ତୂର୍ପକ୍ଷଙ୍କୁ ଦିଆ ଯାଇ ପରସ୍ପର ଆଲୋଚନା ନିମନ୍ତେ ଅନୁରୋଧ କରା ଯାଇଥିଲା। ହେଲେ ପରିଚାଳନା କର୍ତ୍ତୃପକ୍ଷ ସେତେବେଳେ କୌଣସି ନିର୍ଦ୍ଦେଶାବଳୀ ଆସିନଥିବା ଦର୍ଶାଇ ସମୟ ଗଡାଇ ନେଲେ ଓ ପରବର୍ତି ସମୟରେ ୨୦୧୮ ଫେବୃଆରୀ ୧୭ରେ ମେନେଜମେଂଟ ଏକ ବୈଠକ ଡାକି ୫ବର୍ଷ ବଦଳରେ ପ୍ରତି ୧୦ ବର୍ଷରେ ମଜୁରୀ ସଂଶୋଧନ କରା ଯିବାକୁ ମତ ଉପସ୍ଥାପନ କରିଥିଲେ। ଯାହାକୁ ସମସ୍ତ ଶ୍ରମିକ ସଂଘ ବିରୋଦ୍ଧ କରି ଥିଲେ। ୨୦୧୮ ମଇ ପହିଲାରେ ମେନେଜମେଂଟ ଶ୍ରମିକ ସଂଘ ଗୁଡିକୁ ଡାକି ସଂଶୋଧନ ସମ୍ପର୍କୀତ ଆଲୋଚନା କରିବା ସହ ସଂଘର ଦାବି ଅନୁଯାୟୀ ପ୍ରତି ୫ବର୍ଷରେ ମଜୁରୀ ସଂଶୋଧନ କରିବାକୁ ସହମତି ପ୍ରକାଶ କରିଥିଲା। ତଥାପି ଆଜି ଯାଏ ତାହା କାର୍ଯ୍ୟକାରୀ କରା ଯାଇନଥିବାରୁ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷର ବାତାବରଣ ଦେଖା ଦେଇଥିବାବେଳେ ଦାବି ହାସଲ ନିମନ୍ତେ ୨୪ ତାରିଖରୁ ରିଲେ ଅନଶନ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.