Home ଜଗତସିଂହପୁର ଜିଲ୍ଲା ପି.ସି.ପି.ଏନ୍, ଡି.ଟି ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ

ଜିଲ୍ଲା ପି.ସି.ପି.ଏନ୍, ଡି.ଟି ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ

103

ଜଗତସିଂହପୁର ୨୪/୭ (ଓଡିଆ ପୁଅ / ନୃସିଂହ ଚରଣ ବାରିକ) – ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍। ପି.ସି.ପି.ଏନ, ଡି.ଟି ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲ୍।ରେ କିଭଳି ଭାବରେ ପି.ସି.ପି.ଏନ୍ .ଡିଟି ଆଇନର କାର୍ଯ୍ୟକାରୀ କରାଯାଉଛି ସେ ବିଷୟରେ ଜିଲ୍ଲ୍।ପାଳ ତର୍ଜମା କରିଥିଲେ। ଅଲଟ୍ରାସାଉଣ୍ଡ ସେଣ୍ଟର ଗୁଡିକର ସଠିକ୍ ତନଖି ପାଇଁ ସ୍ୱାସ୍ଥ୍ୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ଜିଲ୍ଲ୍।ପାଳ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନଙ୍କୁ ପି.ସି.ପି.ଏନ୍ .ଡି.ଟି.ଆଇନର ଯେଭଳି ଦୂରୁପଯୋଗ ନହୁଏ ଏବଂ ଅଲଟ୍ରା ସାଉଣ୍ଡ ସେଣ୍ଟର ଗୁଡିକ ଯେପରି ଲିଙ୍ଗ ନିରୁପଣ ନକରନ୍ତି ସେଥିପ୍ରତି ଦୃଷ୍ଟି ଦେବାସହିତ ଆଇନ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ବୈଠକରେ ଜିଲ୍ଲ୍। ମୁଖ୍ୟ ଚିକିତ୍ସାଧିକାରୀ ଡା.ଅଜୟ କୁମାର ବୈଠାରୁ ଜିଲ୍ଲ୍।ରେ ଥିବା ଅଲଟ୍ରାସାଉଣ୍ଡ ସେଣ୍ଟର ଗୁଡିକର ବିବରଣୀ ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ସହକାରୀ ଜିଲ୍ଲ୍। ଚିକିତ୍ସା ଅଧିକାରୀ(ପରିବାର କଲ୍ୟାଣ)ବିଭାଗର ଡା.ବସନ୍ତ କୁମାର ବାରିକ ଅଲଟ୍ରାସାଉଣ୍ଡ କ୍ଲିନିକ୍ ତନଖି ବିବରଣୀ ଗୃହକୁ ପ୍ରଦାନ କରିଥିଲେ ଏବଂ ଉକ୍ତ ଆଇନର ଅଧିକ ପ୍ରଚାର ଓ ପ୍ରସାର ଏବଂ ଲୋକ ମାନଙ୍କ ଭିତରେ ସଚେତନତା ସୃଷ୍ଟି ପାଇଁ କେତେକ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଉକ୍ତ ବୈଠକରେ ଡା.ଗୁଞର ଚରଣ ମହନ୍ତ, ଏ.ଡି.ଏମ୍ .ଓ, ଶ୍ରୀ ଚକ୍ରଧର ଜେନା, ଜିଲ୍ଲା ପରିଚାଳନା ଅଧିକାରୀ, ଏନ୍ .ଏଚ୍ .ଏମ୍ ଆଶ୍ରା ଏନ୍ .ଜି.ଓର ସଦସ୍ୟ, ଜିଲ୍ଲ୍। ଲୋକ ସଂପର୍କ ଅଧିକାରୀ, ସରକାରୀ ଓକିଲ, ଶ୍ରୀ ବିରେନ୍ଦ୍ର କୁମାର ନାୟକ, ସହ ଜିଲ୍ଲ୍। ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ, ଶ୍ରୀ ବିନୋଦ କୁମାର ରଥ ବରିଷ୍ଠ ସହାୟକ ଶ୍ରୀମତୀ ଜ୍ୟୋର୍ତିମୟୀ ମହାନ୍ତି ଉପସ୍ଥିତ ଥିଲେ। ଶେଷରେ ଶ୍ରୀମତୀ ସ୍ୱସ୍ତି ମହାନ୍ତି, ସହ ପରିଚାଳିକା ପି.ସି.ପି.ଏନ୍ .ଡିଟି ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.