Home କଳାହାଣ୍ଡି ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନଙ୍କୁ ଉଚିତ ମର୍ଯ୍ୟଦାା ଦେବାକୁ ପଂଚାୟତିରାଜ ମନ୍ତ୍ରୀଙ୍କ ପାଖରେ ଦାବି

ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟାମାନଙ୍କୁ ଉଚିତ ମର୍ଯ୍ୟଦାା ଦେବାକୁ ପଂଚାୟତିରାଜ ମନ୍ତ୍ରୀଙ୍କ ପାଖରେ ଦାବି

24

କଳାହାଣ୍ଡି ୧୬.୦୮ (ଓଡ଼ିଆ ପୁଅ) ତ୍ରୀସ୍ତରୀୟ ପଂଚାୟତିରାଜ ବ୍ୟବସ୍ଥାରେ ର୍ଶର୍ଷ ସ୍ତରରେ ଜିଲ୍ଲାପରିଷଦ ବ୍ୟବସ୍ଥା ଥିବା ବେଳେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟ ମାନଙ୍କୁ ଉଚିତ ମର୍ଯ୍ୟଦା ଦେବାକୁ କଳାହାଣ୍ଡି ଜିଲ୍ଲାପରିଷଦର ସଭ୍ୟ/ସଭ୍ୟା ମାନେ ଦାବି କରିଛନ୍ତି। ଜୁନାଗଡ ଓ ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଜିଲ୍ଲା ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନେ ଜୁନାଗଡ ବ୍ଲକ ଜିଲ୍ଲାପରିଷଦ ଜୋନ-୨ ସଭ୍ୟା ଶାମୁକାରାଣୀ କୁମାର, ଜୋନ-୪ ସଭ୍ୟା ସଙ୍ଗିତା ଖର୍ସେଲ, ଗୋଲାମୁଣ୍ଡା ବ୍ଲକ ଜୋନ-୩ ସଭ୍ୟ ଜୟସେନ ଶବର, ଜୋନ-୨ ସଭ୍ୟା ସମିତା ମାଝୀ ପ୍ରମୂଖ ଲିଖିତ ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଯୋଜନା ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ, ପଂଚାୟତିରାଜ ମନ୍ତ୍ରୀ ପଦୀପ ଅମାତ ଙ୍କୁ ଭୁବନେଶ୍ୱରସ୍ଥିତ କାର୍ଯ୍ୟାଲୟରେ ସାକ୍ଷାତ କରି ଦାବି ଉପସ୍ଥାପନ କରିଛନ୍ତି। ଜିଲ୍ଲାପରିଷଦ ନିର୍ବାଚନ ମଣ୍ଡଳି ମଧ୍ୟରେ ପ୍ରାୟ ୬୦/୬୫ ଖଣ୍ଡ ଗ୍ରାମ ରହୁଥିବା ବେଳେ ସେସବୁର ସାମୁହିକ ବିକାଶ ପାଇଁ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନେ ଉତରଦାୟୀ ରହୁଥିବା ବେଳେ ସେମାନଙ୍କୁ ବ୍ଲକ ସ୍ତରରେ କିମ୍ବା ଜିଲ୍ଲା ସ୍ତରରେ ସେଭଲି ମର୍ଯ୍ୟାଦା ଦିଆଯାଉନଥିବା ହେତୁ କ୍ଷୋଭ ପ୍ରକାଶ ପାଇବାରେ ଲାଗିଛି। ଅନ୍ୟପକ୍ଷରେ ବ୍ଲକ ସ୍ତରରେ ଯେତେ ସବୁ ଉନ୍ନୟନ ମୂଲକ ପାଣ୍ଠି ଆସିଥାଏ ସେସବୁର ବିନିଯୋଗ ପାଇଁ ବ୍ଲକ ସ୍ତରରେ ଅଧ୍ୟକ୍ଷ/ଅଧ୍ୟକ୍ଷା ମାନଙ୍କୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନଙ୍କୁ ଗୌଣ କରିଦିଆଯାଇଥାଏ। କେବଳ ସଭାସମିତିରେ ପଛପଟେ ଆସନ ଖଣ୍ଡିଏ ଦେଇ ସେମାନଙ୍କୁ ସନ୍ତୁଷ୍ଟ ରହିବାକୁ ବାଧ୍ୟ କରାଯାଉଥିବା ପ୍ରକାଶ। ଏଭଲି କ୍ଷେôତରେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନେ ନିଜ ଅଂଚଳର ଉନ୍ନତି ପାଇଁ ଦେଇଥିବା ପ୍ରତିଶୃତି ପୂରଣ କରିପାରୁନଥିବା ଅଭିଯୋଗ କରାଯାଇଛି। ଦ୍ୱାଦଶ ଅର୍ଥ କମିଶନ ପାଣ୍ଠି ତଥା ଜିଲ୍ଲାପରିଷଦ ପାଣ୍ଠି କୁ ପ୍ରତ୍ୟେକ ସଭ୍ୟ/ସଭ୍ୟା ମାନଙ୍କଲୁ ଦୁଇକୋଟୀ ଅଟକଳର ଯୋଜନା ପାଇଁ ପ୍ରସ୍ତାବ ଦେବାକୁ ଦାବି ଜଣାଇଥିବା ଜଣାପଡିଛି। ସେହିପରି ବିଜୁ କେବିକେ, ଜିଲ୍ଲାପରିଷଦ ପାଣ୍ଠି, ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ପାଣ୍ଢି ବ୍ୟୟ ବରାଦ ସମୟରେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନଙ୍କ ପ୍ରସ୍ତାବକୁ ଗୁରୁତ୍ୱ ଦେବାକୁ ଦାବି ଜଣାଇଥିବା ଜଣାପଡିଛି। ଅନେକ କ୍ଷେତ୍ରରେ ଏପରିକି ବ୍ଲକ ସ୍ତରରେ ବୈଠକ ସମୟରେ ଡେସ୍କରେ ସରକାରୀ ପଦାଧିକାରୀ ସାମନା ଲାଇନରେ ବସୁଥିବା ବେଳେ ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନଙ୍କୁ ସେମାନଙ୍କ ପଛକୁ ବସିବାକୁ କୁହାଯାଉଥିବା ହେତୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଛି। ଜିଲ୍ଲାପରିଷଦ ସଭ୍ୟ/ସଭ୍ୟା ମାନଙ୍କୁ ପ୍ରୋଟୋକଲ ଅନୁସାରେ ଯଥୋଚିତ ମର୍ଯ୍ୟାଦା ଦେବାକୁ ଏବଂ ଅନ୍ତତଃ ପକ୍ଷେ ନିଜ ଅଂଚଳରେ ସାମୁହିକ ଓ ସରକାରୀ କାର୍ଯ୍ୟରେ ମର୍ଯ୍ୟଦା ଦେବାକୁ ଜୁନାଗଡ ବ୍ଲକ ଜିଲ୍ଲାପରିଷଦ ଜୋନ-୨ ସଭ୍ୟା ଶାମୁକାରାଣୀ କୁମାର, ଜୋନ-୪ ସଭ୍ୟା ସଙ୍ଗିତା ଖର୍ସେଲ, ଗୋଲାମୁଣ୍ଡା ବ୍ଲକ ଜୋନ-୩ ସଭ୍ୟ ଜୟସେନ ଶବର, ଜୋନ-୨ ସଭ୍ୟା ସମିତା ମାଝୀ ପ୍ରମୂଖ ଦାବି କରିଥିବା ଜଣାପଡିଛି। ଏସଂପର୍କରେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ଆଗାମୀ ଦିନରେ ଏସବୁ ପ୍ରତି ପ୍ରତ୍ୟକ୍ଷ ଭାବେ ଦୃଷ୍ଟି ଦେବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.