Home ଜିଲ୍ଲା ପରିକ୍ରମା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ବିଶ୍ୱହିନ୍ଦୁ ପରିଷଦ ରାଜ୍ୟ ପ୍ରତିନିଧି ମଣ୍ଡଳର ଦାବିପତ୍ର

ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ବିଶ୍ୱହିନ୍ଦୁ ପରିଷଦ ରାଜ୍ୟ ପ୍ରତିନିଧି ମଣ୍ଡଳର ଦାବିପତ୍ର

180

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡିଶା ପ୍ରଦେଶର ସବୁଠୁ ଅଧିକ ସମ୍ବେଦନଶୀଳ ଜିଲ୍ଲାଭାବେ ପରିଚିତ ଭଦ୍ରକର ଆଇନଶୃଙ୍ଖଳା ସ୍ଥିତି ଅନେକ ସମୟରେ କୌଣସି ନା କୌଣସି କାରଣରୁ ବିଗିଡି ଯାଉଛି କିଛି ଅସାମାଜୀକ ତତ୍ତ୍ୱ ହିନ୍ଦୁ ଦେବାଦେବୀ, ହିନ୍ଦୁ ଆସ୍ଥାକେନ୍ଦ୍ର ଉପରେ ଅନେକ ସମଟରେ ଟିକା ଟିପ୍ପଣୀ ସମାଜିକ ଗଣମାଧ୍ୟମରେ କରିବା, ଗୋଷ୍ଠୀ ଆକ୍ରମଣ କରି ହିନ୍ଦୁ ଧାର୍ମୀକଭାବନାକୁ ଆଘାତ କରିଥାନ୍ତି । ଯାହାକୁ ନଇ ବିଶ୍ୱହିନ୍ଦୁ ପରିଷଦ ଉଦ୍‌ବେଗ ପ୍ରକାଶ କରୁଛି । ଭଦ୍ରକ ଜିଲ୍ଲାର ଶାନ୍ତି ଶୃଙ୍ଖଳା ବଜାୟ ରହୁ, କୌଣସିପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେଉ । ହିନ୍ଦୁ ଦେବାଦେବୀଙ୍କ ଉପରେ ଆକ୍ରମଣ ନ ହେଉ ଏଥପ୍ରତି ଯଥାବିଧି ପଦକ୍ଷେପ ନେବାକୁ ଆଜି ବିଶ୍ୱହିନ୍ଦୁ ପରିଷଦ ରାଜ୍ୟ ପ୍ରତିନିଧିମଣ୍ଡଳର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତଙ୍କୁ ସାକ୍ଷାତକରି ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ମଣ୍ଡଳରେ ବିଶ୍ୱହିନ୍ଦୁ ପରିଷଦର ରାଜ୍ୟ ସଂଗଠନ ସଂପାଦକ ଆନନ୍ଦ କୁମାର ପାଣ୍ଡେ, ରାଜ୍ୟ ସମ୍ପାଦକ ପ୍ରଶାନ୍ତ ପଣ୍ଡା, ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ବିଶ୍ୱହିନ୍ଦୁ ପରିଷଦର ବରିଷ୍ଟ କାର୍ଯ୍ୟକର୍ତ୍ତା ଅଶୋକ ମିଶ୍ର, ସତ୍‌ସଙ୍ଗ ସହ ପ୍ରମୂଖ ଗୋବିନ୍ଦ ରାଉତ, ବଜରଙ୍ଗ ଦଳ ରାଜ୍ୟ ସଂଯୋଜକ ମାନସ ମହାନ୍ତିଙ୍କ ସମେତ ବିଶ୍ୱହିନ୍ଦୁ ପରିଷଦର ଜିଲ୍ଲାସଭାପତି ବିଜୟ ସିହ୍ନା, ବଜରଙ୍ଗ ଦଳ ବିଭାଗ ସଂଯୋଜକ ସ୍ୱାଧିନ ସୁନ୍ଦର ଦାସ, ଜିଲ୍ଲା ସଂଯୋଜକ ବିପିନ ପଣ୍ଡା, ପୁନିଲ ସାମନ୍ତ, ଶ୍ରୀକାନ୍ତ ଲେଙ୍କା, ମହେଶ୍ୱର ବେହେରା, ଦେବାଶିଷ ଗ୍ରହାଚାର୍ଯ୍ୟ, ହିମାଂଶୁ ପଣ୍ଡା, ଦେବାଶିଷ ଯେନା, ଚନ୍ଦନ ଦାସ ପ୍ରମୂଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.