Home ଜିଲ୍ଲା ପରିକ୍ରମା ଶିକ୍ଷୟିତ୍ରୀଙ୍କ ମୃତ୍ୟୁରେ ଶୋକର ଛାୟା

ଶିକ୍ଷୟିତ୍ରୀଙ୍କ ମୃତ୍ୟୁରେ ଶୋକର ଛାୟା

256

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବରିଷ୍ଠ ଅଧିବକ୍ତା, ସହକାରୀ ପବ୍ଲିକ୍ ପ୍ରସିକ୍ୟୁଟର, ତଥା ବିଜୁ ଜନତା ଦଳର ଜିଲା ନିର୍ବାଚନ ଅଧିକାରୀ ଯତିକାନ୍ତ ନାୟକଙ୍କ ଶିକ୍ଷୟିତ୍ରୀ ପତ୍ନୀ କରବି ମଲ୍ଲିକଙ୍କର ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଆମ୍ରି ହସ୍‌ପିଟାଲରେ ଦେହାନ୍ତ ହୋଇଯାଇଛି । ଶ୍ରୀମତୀ ମଲ୍ଲିକ ମଠସାହି ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ହେବ ଶିକ୍ଷକତା କରି ୨୦୦୫ ମସିହାରୁ କୁଆଁସ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ଗତ କିଛିବର୍ଷ ତଳେ ବାଙ୍ଗାଲୋରରେ ତାଙ୍କର ହାର୍ଟରେ ବେଲୁନ ସର୍ଜରୀ ହୋଇଥିଲା । କିନ୍ତୁ ଗତକାଲି ରାତି ପ୍ରାୟ ଗୋଟେରେ ତାଙ୍କର ପ୍ରାଣବାୟୁ ଉଡିଗଲା । ତାଙ୍କର ମୃତ୍ୟୁ ଖବର ପହଞ୍ôଚବା ପରେ ସମବେଦନା ପାଇଁ ବିଭିନ୍ନ ବର୍ଗର ଲୋକ ତାଙ୍କ ବାସଭବନ ଯାଇ ଶେଷ ଦର୍ଶନ କରିଥିଲେ । ତାଙ୍କର ଶେଷକୃତ୍ୟ ପୈତୃକ ଗାଁ ବିଲଣାରେ ସମାପନ କରାଯାଇଛି । ତାଙ୍କର ମୃତ୍ୟୁରେ ଭଦ୍ରକ ଜିଲା ଓକିଲ ସଂଘର ସଭାପତି ରାଧାକାନ୍ତ ନାୟକ, ସଂପାଦକ ଗଦାଧର ବଳ, ସନାତନ ଦୀକ୍ଷିତ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.