Home କେନ୍ଦ୍ରାପଡ଼ା ଜିଲ୍ଲାପାଳ ଓ ଏସପିଙ୍କ ହାତରେ ରାକ୍ଷୀ ବାନ୍ଧି ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ପାଳିଲେ ରକ୍ଷା...

ଜିଲ୍ଲାପାଳ ଓ ଏସପିଙ୍କ ହାତରେ ରାକ୍ଷୀ ବାନ୍ଧି ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ପାଳିଲେ ରକ୍ଷା ବନ୍ଧନ ଉତ୍ସବ

41

କେନ୍ଦ୍ରାପଡ଼ା, ୧୧ା୮ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ଗରାପୁର ଡାକବଙ୍ଗଳା ଛକସ୍ଥିତ କେନ୍ଦ୍ରାପଡା ଡିଏଭି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏବଂ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କରଙ୍କ ହାତରେ ରାକ୍ଷୀ ବାନ୍ଧି ରକ୍ଷା ବନ୍ଧନ ଉତ୍ସବ ପାଳନ କରିଛନ୍ତି। ଆମର ଐତିହ୍ୟ ଓ ପରମ୍ପରାକୁ ଉଦଜିବିତ ରଖିବା ପାଇଁ ସ୍କୁଲର ପ୍ରିୟଙ୍କା ପ୍ରିୟଦର୍ଶିନୀ, ଆଦ୍ୟାଶା ଦାଶ, ଦିବ୍ୟାଶା ଦାଶ, ହରଶ୍ରିତା ଦାଶ, ସାୟେଦା ସାଫିଆ ଆଫ୍ରୋଜ, ସାଇ ଲିପ୍ସା ସାହୁ, ଦିବ୍ୟଶ୍ରୀ ଦେବତା ପ୍ରମୁଖ କୁନି କୁନି ଛାତ୍ରୀମାନେ ଜିଲ୍ଲାପାଳ ଶ୍ରୀ ଋତୁରାଜ ଓ ଆରକ୍ଷୀ ଅଧିକ୍ଷକ ଶ୍ରୀ ମଡ଼କରଙ୍କ ମୁଣ୍ଡରେ ଚନ୍ଦନ, ସିନ୍ଦୁର ଓ ଅକ୍ଷତ ଲଗାଇ ଉଭୟଙ୍କ ହାତରେ ନିଜେ ତିଆରି କରିଥିବା ରାକ୍ଷୀକୁ ବାନ୍ଧି ଦେଇ ସେମାନଙ୍କୁ ବନ୍ଦାପନା କରିଥିଲେ। ସେହିଭଳି ସ୍କୁଲର ଛାତ୍ରମାନଙ୍କ ହାତରେ ମଧ୍ୟ ରାକ୍ଷୀ ବାନ୍ଧି ଥିଲେ ଛାତ୍ରୀମାନେ। ପ୍ରତିବଦଳରେ ଛାତ୍ରମାନେ ସେମାନଙ୍କୁ ସୁରକ୍ଷାର ପ୍ରତିଶୃତି ଦେଇଥିଲେ। ଏଥିସହିତ ସ୍କୁଲର ଛାତ୍ରଛାତ୍ରୀମାନେ କେନ୍ଦ୍ରାପଡା ସଦର ଥାନାର ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ହାତରେ ପରମ୍ପରା ଅନୁଯାୟୀ ରାକ୍ଷୀ ବାନ୍ଧି ଥିଲେ। ସଦର ଥାନା ଅଧିକାରୀ ଛାତ୍ରଛାତ୍ରୀମାନଙ୍କୁ ଚକୋଲେଟ ଦେଇ ଧନ୍ୟବାଦ ଜଣାଇଥିଲେ। ଆଧୁନିକ ସମାଜରେ ଆମ ଓଡିଶାର ପାରମ୍ପରିକ ପ୍ରଥା ଧିରେ ଧିରେ ଲୋପ ପାଇବାକୁ ବସିଥିବା ବେଳେ ସ୍କୁଲର ପିଲାମାନଙ୍କ ମଧ୍ୟରେ ପରମ୍ପରାକୁ ବଜାୟ ରଖିବାକୁ ଏଭଳି ଏକ ପ୍ରୟାସ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ରିନୁ ମହାନ୍ତି, ଚିନ୍ମୟୀ ଦାଶ, ଶୁଭଶ୍ରୀ ସୁତାର, ସୁଭଦ୍ରା ନାୟକ, ପ୍ରଭାସିନି ମହାନ୍ତି, ଗାୟତ୍ରୀ ବାରିକ ପ୍ରମୁଖ ପରିଚାଳନା କରିଥିବା ସ୍କୁଲ ଅଧ୍ୟକ୍ଷ ରଞ୍ଜନ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.