Home ଓଡ଼ିଶା ଜାମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଛେଦକୁ ବିରୋଧ, ଆଗାମୀ ଦିନରେ ଅନ୍ୟ ରାଜ୍ୟକୁ ଭାଗ ଭାଗ କରିବାର...

ଜାମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଛେଦକୁ ବିରୋଧ, ଆଗାମୀ ଦିନରେ ଅନ୍ୟ ରାଜ୍ୟକୁ ଭାଗ ଭାଗ କରିବାର ବାଟ ଖୋଲିଲା : ସମାଜବାଦୀ ପାର୍ଟିର ବିରୋଧ

263

ଭୁବନେଶ୍ୱର, ତା ୫ା୦୮ (ଓଡ଼ିଆ ପୁଅ) : ଆଜି ରାଜ୍ୟସଭାରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଅମିତ୍ ଶାହା ଜାମ୍ମୁ-କାଶ୍ମୀର ପୁର୍ନଗଠନ ବିଲ୍ ଆଗତ କରି ଦୀର୍ଘ ୭୦ ବର୍ଷ ଧରି ଜାମ୍ମୁ-କାଶ୍ମୀର ପାଇ ଆସୁଥିବା ସ୍ୱତନ୍ତ୍ର ସୁବିଧାକୁ ଉଚ୍ଛେଦ କରି ସମ୍ବିଧାନର ଧାରା – ୩୭୦କୁ ଅକାମି କରିଦେଇଛନ୍ତି। ଏହାସହିତ ଜାମ୍ମୁ -କାଶ୍ମୀରକୁ ଏକ ସ୍ୱତନ୍ତ୍ର କେନ୍ଦ୍ର ଶାସିତ ଅଞ୍ଚଳ ଏବଂ ଲଦାଖକୁ ଅନ୍ୟ ଏକ କେନ୍ଦ୍ର ଶାସିତ ଅଞ୍ଚଳ କରିବା ପାଇଁ ଏହି ବିଲ୍ ରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହା ଜାମ୍ମୁ-କାଶ୍ମୀରରେ ଗଣତନ୍ତ୍ରର ହତ୍ୟା କହିଲେ ଅତ୍ୟୁକ୍ତି ହେବନାହିଁ। ଏହାକୁ ସମାଜବାଦୀ ପାର୍ଟି ତୀବ୍ର ନିନ୍ଦା କରୁଛି ଏବଂ ୩୭୦ ଧାରା ଉଚ୍ଛେଦକୁ ଦୃଢ ଭାବରେ ବିରୋଧ କରୁଛି। ଏହାଫଳରେ ଆଗାମୀ ଦିନରେ କେନ୍ଦ୍ର ସରକାର ଗଣତନ୍ତ୍ରର ଦ୍ୱାହି ଦେଇ ନିଜର ପାସବିକ ବହୁମତ ଦ୍ୱାରା ଅନ୍ୟ ରାଜ୍ୟଗୁଡ଼ିକୁ ମଧ୍ୟ ବିଭକ୍ତ କରିବାର ବାଟ ଖୋଲିଗଲା ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ସଭାପତି ଶ୍ରୀ ରବି ବେହେରା ଏକ ପ୍ରେସ୍ ବିବୃତ୍ତିରେ ପ୍ରକାଶ କରିଛନ୍ତି। ଆଗାମୀ କାଲି ଓଡ଼ିଶା, ବଙ୍ଗଳା, ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଭଳି ରାଜ୍ୟ ଯେ ଏହାର ଶିକାର ନ ହେବେ ସେ ଆଶଙ୍କାକୁ ଟାଳି ଦିଆଯାଇପାରିବ ନାହିଁ। ସେହିଭଳି ଦିଲ୍ଲୀ ଓ ପଣ୍ଡିଚେରୀରେ ଉପରାଜ୍ୟପାଳ ଏବଂ ନିର୍ବାଚିତ ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଯେଉଁ କ୍ଷମତା କନ୍ଦଳ ଚାଲିଛି, ସେଭଳି ଘଟଣା ମଧ୍ୟ ଘଟିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ। କେନ୍ଦ୍ର ସରକାର ମହୁ ଫେଣାରେ ହାତ ମାରିବା ପୂର୍ବରୁ କାଶ୍ମୀର ବାସୀ ଏହାର ରାଜନୈତିକ ଦଳ ଏବଂ ଦେଶର ବିରୋଧିଦଳମାନଙ୍କୁ ବିଶ୍ୱାସକୁ ନେବା ଉଚିତ୍ ଥିଲା। କିନ୍ତୁ ସରକାର ତାହା ନ କରି ରାତି ଅଧିଆ ମନୋମୁଖି ଭାବରେ ଜାମ୍ମୁ-କାଶ୍ମୀରକୁ ଇତିହାସ ପୃଷ୍ଠାରୁ ଲିଭାଇ ଦେବାପାଇଁ ଯେଉଁ ହୀନ ଉଦ୍ୟମ କରିଛନ୍ତି, ତାହା ହୁଏତ ଦେଶ ପାଇଁ ଆଗାମୀ ଦିନରେ ମହଙ୍ଗା ପଡ଼ିପାରେ ବୋଲି ଶ୍ରୀ ବେହେରା ଆଶଙ୍କା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.