Home ଓଡ଼ିଶା ଜାତୀୟ ଶିକ୍ଷାନୀତି-୨୦୧୯ରେ ବ୍ୟାପକ ସଂଶୋଧନ ପାଇଁ ଶିକ୍ଷାବିତ୍ ଆଲୋଚନାଚକ୍ରର ପ୍ରସ୍ତାବକୁ ଓପାଫ କେନ୍ଦ୍ର ମାନବ ସମ୍ବଳ...

ଜାତୀୟ ଶିକ୍ଷାନୀତି-୨୦୧୯ରେ ବ୍ୟାପକ ସଂଶୋଧନ ପାଇଁ ଶିକ୍ଷାବିତ୍ ଆଲୋଚନାଚକ୍ରର ପ୍ରସ୍ତାବକୁ ଓପାଫ କେନ୍ଦ୍ର ମାନବ ସମ୍ବଳ ବିଭାଗ ନିକଟକୁ ପଠାଇଲା

107

ଭୁବନେଶ୍ୱର, ୨୫ା୬ (ଓଡ଼ିଆ ପୁଅ) : ଅର୍ଗାନାଇଜେସନ୍ ଅଫ୍ ପାରେଣ୍ଟସ୍ ଆସୋସିଏସନ୍ ଫୋରମ୍ (ଓପାଫ) ପକ୍ଷରୁ ଶିକ୍ଷାବିତ୍ମାନଙ୍କୁ ନେଇ ଅନୁଷ୍ଠିତ ଆଲୋଚନାଚକ୍ରର ପ୍ରସ୍ତାବବଳୀ ଭିତ୍ତିରେ ଜାତୀୟ ଶିକ୍ଷାନୀତି ୨୦୧୯ର ବ୍ୟାପକ ସଂଶୋଧନ ପାଇଁ ୯ପୃଷ୍ଠା ସମ୍ବଳିତ ପ୍ରସ୍ତାବ କେନ୍ଦ୍ରସରକାରଙ୍କ ମାନବସମ୍ବଳ ମନ୍ତ୍ରଣାଳୟ, ଜାତୀୟ ଶିକ୍ଷାନୀତି କମିଟି ଏବଂ ଓଡ଼ିଶା ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ନିକଟକୁ ପଠାଯାଇଛି। ଏହି ୯ ପୃଷ୍ଠା ସମ୍ବଳିତ ପ୍ରସ୍ତାବ ମଧ୍ୟରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାରେ ପୁଷ୍ଟିହୀନତା ଦୂରୀକରଣ, ସ୍ୱାସ୍ଥ୍ୟ, କ୍ରୀଡ଼ା, ସ୍ୱଚ୍ଛତା ଓ ଶାରୀରିକ ଓ ମାନସିକ ଅଭିବୃଦ୍ଧି ପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ଉଦ୍ଦେଶ୍ୟରେ ବିଦ୍ୟାଳୟ ସହ ସାମିଲ୍ କରାନଯାଇ ଆବଶ୍ୟକୀୟ ଶିଶୁ କ୍ରିଡା ପ୍ରାଙ୍ଗଣ ସମେତ ଶିକ୍ଷାପ୍ରତି ସ୍ୱତନ୍ତ୍ର ଆଗ୍ରହ ସୃଷ୍ଟି ପାଇଁ ସ୍ୱତନ୍ତ୍ର ଅନୁଷ୍ଠାନ ଗଢ଼ାଯିବା ଆବଶ୍ୟକ। ଆଦିବାସୀ ଅଞ୍ଚଳରେ ପ୍ରତି ୧୫ଜଣ ଛାତ୍ରଛାତ୍ରୀ ପାଇଁ ଜଣେ ହାରରେ ଶିକ୍ଷକ ନିଯୁକ୍ତି, ଅନ୍ୟାନ୍ୟ ପଛୁଆ ଅଞ୍ଚଳ ପାଇଁ ଛାତ୍ର ଶିକ୍ଷକ ଅନୁପାତ ୨୦:୧ ପ୍ରତି ଅଗ୍ରାଧିକାର ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ଡ୍ରପ୍ଆଉଟ୍ ହାର କମାଇବା ପାଇଁ ସାମାଜିକ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଅଭିଭାବକମାନଙ୍କୁ ସ୍ୱତନ୍ତ୍ର ଆର୍ଥିକ ସହାୟତା, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରତିବର୍ଷ ଓରିଏଣ୍ଟସନ୍ ତାଲିମ୍ ବ୍ୟବସ୍ଥା, ସରକାରୀ ଓ ଘରୋଇ ସମସ୍ତ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଓ ଶିକ୍ଷାକର୍ମଚାରୀମାନଙ୍କୁ ସମାନ ବେତନହାର ଓ ସମାନ ସୁବିଧା ପ୍ରଦାନ, ଘରୋଇ ଶିକ୍ଷାନୁଷ୍ଠାମାନଙ୍କ ଦ୍ୱାରା ଆଦାୟ କରାଯାଉଥିବା ବିଭିନ୍ନ ଫି ସରକାରୀ ଅନୁଷ୍ଠାନ ସହିତ ସମାନ କରାଇବା ପାଇଁ ଘରୋଇ ଶିକ୍ଷାନୁଷ୍ଠାନ ନିୟାମକ ଆଇନ୍ ପ୍ରଣୟନ ଉପରେ ଗୁରୁତ୍ୱ ଦିଆଯାଇଛି। ପ୍ରତ୍ୟେକ ଶିକ୍ଷାନୁଷ୍ଠାନର ଶିକ୍ଷା ବିକାଶ ପାଇଁ ସମ୍ପୃକ୍ତ ଶିକ୍ଷକମାନଙ୍କ ପ୍ରସ୍ତାବକୁ ମଧ୍ୟ ଗୁରୁତ୍ୱ ଦେବାପାଇଁ ପ୍ରସ୍ତାବ ଦିଆଯାଇଛି। ରାଜ୍ୟସ୍ତରୀୟ ବିଦ୍ୟାଳୟ ବିନିୟମ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ, ଅଭିଭାବକ ଏପରିକି ରାଜ୍ୟର ଜନଗଣଙ୍କଠାରୁ ସିଧାସଳଖ ଅଭିଯୋଗ ଗ୍ରହଣ କରିବା ଓ ଅଭିଯୋଗର ସମାଧାନ କରିବା ପାଇଁ ତ୍ୱରୀତ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଇଛି। ଘରୋଇ ଶିକ୍ଷାନୁଷ୍ଠାନମାନେ ଶିକ୍ଷାନୁଷ୍ଠାନର ନାମ ସହ ଯୋଡ଼ୁଥିବା ପବ୍ଲିକ ଶବ୍ଦ ଉଠାଇଦେଇ ଘରୋଇ ବା ବେସରକାରୀ ଶିକ୍ଷାନୁଷ୍ଠାନ ନାମରେ ଉଲ୍ଲେଖ କରିବା ପାଇଁ ପରାମର୍ଶ ଦିଆଯାଇଛି। ସରକାରୀ ଶିକ୍ଷାନୁଷ୍ଠାନ ଆଦର୍ଶ ଶିକ୍ଷାନୁଷ୍ଠାନରେ ରୂପାନ୍ତରିତ ହେବାପାଇଁ ଏହି ନୀତି ଅଗ୍ରାଧିକାର ଦେବା ଆବଶ୍ୟକ। ଏହିଭଳି ୯ ପୃଷ୍ଠା ସମ୍ବଳିତ ପ୍ରସ୍ତାବ ଦିଆଯାଇଥିବା ବେଳେ ଶିଶୁ ମନସ୍ତତ୍ୱବିତ୍, ଛାତ୍ରଛାତ୍ରୀ, ଛାତ୍ରାଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ, ଶିକ୍ଷାବିତ୍, ଆଇ.ଆଇ.ଟି ଶିକ୍ଷାନବୀଶ, ଆଇ.ଆଇ.ଏମ୍ ଶିକ୍ଷାନବୀଶ, ଡି.ଆର.ଡି.ଓ. ବୈଜ୍ଞାନିକଙ୍କ ଭଳି ଗବେଷଣା ପ୍ରତିଷ୍ଠାନମାନଙ୍କର ପ୍ରତିନିଧିମାନଙ୍କୁ ନେଇ ଅନ୍ୟୁନ ୬ ମାସ ବ୍ୟାପକ ଚର୍ଚ୍ଚା ପାଇଁ ମାନବ ସମ୍ବଳ ବିଭାଗ ତଥା ଜାତୀୟ ଶିକ୍ଷାନୀତି ୨୦୧୯ ସୁଯୋଗ ଦେବା ଏବଂ ସେହିମାନଙ୍କ ସୁଚିନ୍ତିତ ପ୍ରସ୍ତାବ ସରକାର ଆହ୍ୱାନ କରିବା ପାଇଁ ଓପାଫ୍ ପକ୍ଷରୁ ମଧ୍ୟ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.