Home ଓଡ଼ିଶା ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ : ମେଣ୍ଟେନାନ୍ସ ଇଞ୍ଜିନ୍‌ ଏକ୍ସପ୍ରେସ୍‌କୁ ଧକ୍କା ଦେବାରୁ ନିଆଁ ଲାଗିଛି

ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣାଗ୍ରସ୍ତ : ମେଣ୍ଟେନାନ୍ସ ଇଞ୍ଜିନ୍‌ ଏକ୍ସପ୍ରେସ୍‌କୁ ଧକ୍କା ଦେବାରୁ ନିଆଁ ଲାଗିଛି

262

ରାୟଗଡ଼ା ୨୫-୬ (ଓଡ଼ିଆ ପୁଅ): ହାଓଡ଼ା ଜଗଦଲପୁର ସମଲେଶ୍ୱରୀ ଏକ୍ସପ୍ରେସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ରାକ୍ ଲାଇନ ମରାମତି ତରୁଥିବା ମେଣ୍ଟେନାନ୍ସ ଇଞ୍ଜିନ୍‌ ଏକ୍ସପ୍ରେସ୍‌କୁ ଧକ୍କା ଦେବାରୁ ନିଆଁ ଲାଗିଛି। ଏହି ଘଟଣା ରାୟଗଡ଼ା ସିଙ୍ଗାପୁର ରୋଡ୍-କେଉଟଗୁଡ଼ା ମଝିରେ ଏହି ଦୁର୍ଘଟଣା ଘଟିଛି। ନିଆଁ ଲାଗିବା ଫଳରେ କୁହାଯାଉଛିଯେ, ଲଗେଜ୍ ଭ୍ୟାନ୍, ଇଞ୍ଜିନ୍ ଏବଂ ଗୋଟିଏ ଦ୍ୱିତୀୟ ଶ୍ରେଣୀ ବଗିରେ ନିଆଁ ଲାଗିଛି। ପ୍ରାଥମିକ ଖବର ଅନୁସାରେ ୨ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି ଏବଂ ୩ଜଣ ଆହତ ହୋଇଛନ୍ତି। ଦୁଇଟି ବଗି ଧାରଣାଚ୍ୟୁତ ହୋଇଛି। ଘଟଣାସ୍ଥଳରେ ରେଲୱେର ଅଧିକାରୀ ପହଞ୍ଚିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.