Home ଓଡ଼ିଶା ଜାତୀୟ ରାଜପଥର ଡାଇଭର୍ଶନ ଧୋଇଗଲା: କଳାହାଣ୍ଡି-କନ୍ଧମାଳ ଯୋଗାଯୋଗ ବିଚ୍ଛିନ୍ନ

ଜାତୀୟ ରାଜପଥର ଡାଇଭର୍ଶନ ଧୋଇଗଲା: କଳାହାଣ୍ଡି-କନ୍ଧମାଳ ଯୋଗାଯୋଗ ବିଚ୍ଛିନ୍ନ

129

ବାଲିଗୁଡା, ୨୭-୭ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ ) ଗତକାଲି ସନ୍ଧ୍ୟା ରୁ ରାତିସାରା ଅବିଶ୍ରାନ୍ତ ବର୍ଷା ହେବା ଫଳରେ କନ୍ଧମାଳ ଜିଲ୍ଲା ସହ ପଡୋଶୀ କଳାହାଣ୍ଡି ଜିଲ୍ଲା କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କନ୍ଧମାଳ ଜିଲ୍ଲା ଦେଇ ଯାଇଥିବା ୫୯ନମ୍ବର ଜାତୀୟ ରାଜପଥର ତୁମୁଡିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡିଗଡ଼ ନିକଟରେ କଲଭର୍ଟ ଧୋଇ ହୋଇଯିବାରୁ କନ୍ଧମାଳ ଜିଲ୍ଲା ସହ ଗତକାଲି ରାତି ୯ଟା ଠାରୁ ରାସ୍ତା ରେ ଗାଡି ମୋଟର ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମୋଟର ଅଟକି ରହିଥିଲା। ରାତ୍ରି କାଳୀନ ଦୂରଗାମୀ ବସ ଗୁଡିକ ମଧ୍ୟ ଅଟକି ରହିଥିଲା। ଫଳରେ ବହୁ ଦୂରକୁ ଯାତ୍ରା କରୁଥିବା ଯାତ୍ରୀମାନେ ଅଧା ରାସ୍ତାରୁ ନିଜ ଘରକୁ ଫେରି ଯିବାପାଇଁ ବାଧ୍ୟ ହୋଇଥିଲେ। ଯାତ୍ରୀ ମାନେ ଖାଇବା ପିଇବା ନପାଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମାଲବାହୀ ଟ୍ରକ ସବୁ ରାସ୍ତା କଡରେ ଅଟକି ରହିଥିଲା। ଡ୍ରାଇଭର ମାନେ ଟ୍ରକ ତଳେ ରୋଷେଇ କରୁଥିବା ଦେଖିବାକୁ ମିଳିଥିଲା। ରାସ୍ତା ଧୋଇଯିବା ଫଳରେ ମ.ରାମପୁର-କଟକ, ଭବାନୀପାଟଣା-ଭୁବନେଶ୍ୱର, ବଲାଙ୍ଗିର-ବାଲିଗୁଡା, ଧର୍ମଗଡ଼-ଭୁବନେଶ୍ୱର, ରାମପୁର-ଫୁଲବାଣୀ କୁ ବସ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ସୂଚନା ଥାଉକି RKD ଠିକା ସଂସ୍ଥା ଦ୍ଵାରା ୫୯ନମ୍ବର ଜାତୀୟ ରାଜପଥର ପ୍ରଶାସ୍ତିକରଣ କାର୍ଯ୍ୟ ଚାଲୁଥିବା ବେଳେ ମୁଣ୍ଡିଗଡ଼ ନିକଟରେ ଏକ ପୋଲ ନିର୍ମାଣ କାର୍ଯ୍ୟ ଚାଲୁରହିଥିଲା। ପୋଲ କଡରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା। ଉକ୍ତ ରାସ୍ତା ରେ ଗାଡିମୋଟର ଚଳାଚଳ କରୁଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.